ଭବାନୀପାଟଣାରେ ମେଡିକାଲ୍ କଲେଜ୍ ପାଇଁ ବେଦାନ୍ତ ସହ ହୋଇଥିବା MoU ବାତିଲ କଲେ ସରକାର

ଏହି ଚୁକ୍ତି ୨୦୧୮ରେ ସ୍ୱାକ୍ଷରିତ ହୋଇଥିଲେ ବି କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଏମ୍.ଓ.ୟୁ.କୁ ବାତିଲ କରାଯାଇଥିବା କୁହାଯାଉଛି । ୫୦୦ ଶଯ୍ୟା ସ୍ଥାନରେ ଏହି ହସ୍ପିଟାଲକୁ ଏବେ ୬୫୦ ଶଯ୍ୟା ବିଶିଷ୍ଟ କରାଯିବ ।

ଭବାନୀପାଟଣାରେ ମେଡିକାଲ୍ କଲେଜ୍ ପାଇଁ ବେଦାନ୍ତ ସହ ହୋଇଥିବା MoU ବାତିଲ କଲେ ସରକାର
ଭବାନୀପାଟଣା ସହର ଆରମ୍ଭରେ ଏକ ଅଭିନନ୍ଦନ ଫାଟକ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଏକ ନିଷ୍ପତ୍ତି କ୍ରମେ କଳାହାଣ୍ଡିର ଭବାନୀପାଟଣାରେ ମେଡିକାଲ କଲେଜ ପାଇଁ ବେଦାନ୍ତ ସହ ହୋଇଥିବା ଚୁକ୍ତିନାମାକୁ ବାତିଲ କରିଛନ୍ତି । ପ୍ରକଳ୍ପର କାର୍ଯ୍ୟକାରିତାରେ ବିଳମ୍ବ ଯୋଗୁଁ ସରକାର ଏହି ଏମ୍‌.ଓ.ୟୁ. ବାତିଲ କରିଥିବା କୁହାଯାଇଛି ।

ବକେୟା କାମକୁ ଜାତୀୟ ମେଡିକାଲ ଆୟୋଗର ନିର୍ଦ୍ଦେଶାବଳୀ ଅନୁସାରେ କରାଯିବ। ଏମ୍‌.ଓ.ୟୁ. ବାତିଲ ହେବା ପରେ ଅବଶିଷ୍ଟ କାମର ବ୍ୟୟ ଅଟକଳ ଦେବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ବେଳେ ଏବେ ହସପିଟାଲକୁ ୬୫୦ ଶଯ୍ୟା ବିଶିଷ୍ଟ କରାଯିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଆଲିୟା କଶ୍ୟପନିଜ ଅତି ବୋଲ୍ଡ ଫଟୋ ଯୋଗୁଁ ସୋସିଆଲ ମିଡି଼ଆରେ ହଙ୍ଗାମା ସୃଷ୍ଟି କଲେ

୨୦୧୮ ମାର୍ଚ୍ଚ ୨୭ ତାରିଖରେ କଳାହାଣ୍ଡିରେ ମେଡିକାଲ କଲେଜ ନିର୍ମାଣ ପାଇଁ ଚକ୍ତି ସ୍ୱାକ୍ଷରିତ ହୋଇଥିଲା । ୫୦୦ ଶଯ୍ୟା ବିଶିଷ୍ଟ ଏହି ମେଡିକାଲ କକେଜ ପାଇଁ ୩୫୦ କୋଟି ଟଙ୍କା ଅଟକଳ କରାଯାଇଥିଲା । ୫୦୦ ଶଯ୍ୟା ମଧ୍ୟରେ ଏମ୍‌.ବି.ବି.ଏସ୍‌. ପାଇଁ ୧୦୦ ସିଟ୍‌ ରହିଥାନ୍ତା । ୨୦୧୮ ମସିହାରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲେ ବି କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଏହି ଏମ୍‌.ଓ.ୟୁ.କୁ ବାତିଲ କରାଯାଇଛି ବୋଲି କହିଛନ୍ତି ଜଣେ ଅଧିକାରୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ରଙ୍ଗୀଲା ଗର୍ଲ୍ଉର୍ମିଳା ମାତୋଣ୍ଡକର୍ ୪୭ ବର୍ଷର ହେଲେ; ଏବେ ବି ତାଙ୍କ ଯାଦୁ ସେମିତି ଅଛି

ଏମ୍‌.ଓ.ୟୁ. ବାତିଲ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁର୍ତ୍ତ ବିଭାଗର ସଚିବଙ୍କୁ ଏକ ଚିଠି କରି ଅଟକଳ ଦେବାକୁ କୁହାଯାଇଛି । ୫୦୦ ବଦଳରେ ୬୫୦ ସିଟ୍‌ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ହୋଇଥିବାରୁ ବାକି ଥିବା କାର୍ଯ୍ୟ ପୂର୍ତ୍ତ ବିଭାଗ କରିବ । ଏଥି ପାଇଁ କେତେ ଖର୍ଚ୍ଚ ହେବ ତା’ର ଅଟକଳ କରି କହିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବି ପଢ଼ନ୍ତୁ | ମାସର ଝିଅ ସହ କୋଠାରୁ ତଳକୁ ଡେଇଁଲେ ୨୨-ବର୍ଷୀୟା ଯୁବତୀ; ତାଙ୍କର ମୃତ୍ୟୁ ହେଲା; ଶିଶୁ ଗୁରୁତର

ଚୁକ୍ତି ଅନୁସାରେ ମେଡିକାଲ କଲେଜ ପାଇଁ ୩୫୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଭିତ୍ତିଭୂମି ପାଇଁ ବେଦାନ୍ତ ଖର୍ଚ୍ଚ କରିଥାନ୍ତା ୧୦୦ କୋଟି ଟଙ୍କା । ଅବଶିଷ୍ଟ ଅର୍ଥ ଖର୍ଚ୍ଚ କରିଥାନ୍ତେ ରାଜ୍ୟ ସରକାର । ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବାକୁ ସରକାର ବିଭିନ୍ନ ଯୋଜନା ଜାରି ରଖିଥିବା ବେଳେ ଚାଲୁ ରହିଥିବା କାର୍ଯ୍ୟ କିପରି ଶୀଘ୍ର ଶେଷ ହେବ ତା’ ଉପରେ ଗୁରୁତ୍ୱାରୋପ କରାଯାଉଛି । ବିଶେଷ କରି କଟକ ବଡ଼ ମେଡିକାଲ କଲେଜକୁ ଏମ୍ସ ପ୍ଲସ୍‌ କରିବା ପାଇଁ ସରକାର କାର୍ଯ୍ୟ ଜାରି ରଖିଛନ୍ତି । ଏଥି ପାଇଁ ପ୍ରାୟ ୩,୫୦୦ କୋଟି ଟଙ୍କା ବ୍ୟୟ କରାଯିବାକୁ ନିଷ୍ପତ୍ତି ହୋଇଛି ।



କଟକ ବଡ଼ ମେଡିକାଲରେ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବେଳେ କିପରି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହା ଶେଷ ହେବ ତାହା ଉପରେ ବାରମ୍ବାର ସମୀକ୍ଷା କରାଯିବା ସହ ଗୁରୁତ୍ୱାରୋପ କରାଯାଇଛି । ଏପରି ସ୍ଥଳେ କଳାହାଣ୍ଡି ମେଡିକାଲ କଲେଜ ପାଇଁ ହୋଇଥିବା ଏମ୍‌.ଓ.ୟୁ. ବାତିଲ କରି ଅଲଗା କିଛି ସନ୍ଦେଶ ଦେବାକୁ ରାଜ୍ୟ ସରକାର ଚାହୁଁଥିବା ଚର୍ଚ୍ଚା ହେଉଛି । ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ଯୋଗୁଁ ଏମ୍‌.ଓ.ୟୁ. ବାତିଲ ହୋଇଥିବାରୁ ଏଣିକି କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି ।
Published by: Anand Shankar Thankur Das
First published: March 3, 2021, 9:25 PM IST