ବଦଳିପାରେ ରାଜ୍ୟ ମନ୍ତ୍ରୀମଣ୍ଡଳର ରୂପ; ୧୨ ଜଣ ମନ୍ତ୍ରୀଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲେ ନବୀନ

ପୁର୍ବରୁ ଅନେକ ଥର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ପୁର୍ବରୁ ପର୍ଯ୍ୟବେକ୍ଷକ ବଦଳିଥିବା ଦେଖାଯାଇଥିବାରୁ ପଞ୍ଚାୟତ ନିର୍ବାଚନ ପୁର୍ବରୁ ଏହି ପଦକ୍ଷେପ ଏକ ଦଳ ସଜଡ଼ା ଉଦ୍ୟମ ନା କ୍ୟାବିନେଟର ସ୍ୱରୁପରେ ପରିବର୍ତ୍ତନର ପୂର୍ବାଭାସ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ବଦଳିପାରେ ରାଜ୍ୟ ମନ୍ତ୍ରୀମଣ୍ଡଳର ରୂପ; ୧୨ ଜଣ ମନ୍ତ୍ରୀଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲେ ନବୀନ
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ (ଫାଇଲ୍‌ ଫଟୋ)
  • News18 Odia
  • Last Updated: June 26, 2021, 10:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟର ଦୁଇ ବର୍ଷ ପୁରୁଣା ମନ୍ତ୍ରୀମଣ୍ଡଳରେ ଫେରବଦଳ ହେବାର ସଙ୍କେତ ମିଳୁଛି । ଶାସକ ଦଳ ବିଜେଡି ତରଫରୁ ଆସିଥିବା ୩୦ଟି ଯାକ ଜିଲ୍ଲା ପାଇଁ ମନୋନୀତ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ପର୍ଯବେକ୍ଷକଙ୍କ ନୂଆ ତାଲିକା ଦେଖି ରାଜନୈତିକ ପଣ୍ଡିତମାନେ ଏଭଳି ଅନୁମାନ ଲଗାଇବା ଆରମ୍ଭ କରିଛନ୍ତି ।

୨୬ ଜଣ ନେତାଙ୍କୁ ପର୍ଯ୍ୟବେକ୍ଷକ ଓ ଛଅ ଜଣଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ୩୦ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଏହି ତାଲିକା ରେ ୧୨ ଜଣ ମନ୍ତ୍ରୀ ଓ ଦୁଇ ଜଣ ସାଂସଦ ରହିଛନ୍ତି । କୁହାଯାଉଛି ଯେ କରୋନା ଭାଇରସ୍‌ ସଂକ୍ରମଣ କାଳରେ ଧିମେଇ ଯାଇଥିବା ଦଳୀୟ ସଙ୍ଗଠନକୁ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ପୁଣି ସକ୍ରିୟ କରିବାକୁ ବିଜେଡି ପଦକ୍ଷେପ ନେଇଛି ।

ଏହା ବି ପଢ଼ନ୍ତୁ | କରୋନାର Delta ରୂପ ବିଷୟରେ WHO ଚେତାବନୀ ଦେଲା: ଡୋଜ୍ ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ

ଶନିବାର ଦିନ ଏହି ତାଲିକା ପ୍ରକାଶିତ ହେବା ପରେ ଦଳରେ ଅଧିକ ସାଙ୍ଗଠନିକ ଦାୟିତ୍ୱ ପାଇଥିବା ନେତାମାନେ ମନ୍ତ୍ରୀମଣ୍ଡଳରୁ ବାଦ ପଡି଼ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ମନ୍ତ୍ରୀମଣ୍ଡଳରେ ଅଦଳବଦଳ ପୁର୍ବରୁ ସାଙ୍ଗଠନିକ ସ୍ତରରେ  ଏହି ଅଦଳବଦଳ କରି ମୁଖ୍ୟ ମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପରୋକ୍ଷରେ ସେହି ବାର୍ତ୍ତା ଦେଇଥିବା କୁହାଯାଉଛି । ଯଦିଓ ସାଙ୍ଗଠନିକ ଦାୟିତ୍ଵ ପାଇଥିବା ନେତାମାନେ କହିଛନ୍ତି ଯେ ମନ୍ତ୍ରୀମଣ୍ଡଳ ଅଦଳବଦଳ ସହିତ ଏହାର କୌଣସି ସମ୍ପର୍କ ନାହିଁ, ରାଜନୈତିକ ସମୀକ୍ଷକମାନେ କିନ୍ତୁ କିଛି ହଲଚଲର ବାସ୍ନା ବାରୁଛନ୍ତି ।

ଏହା ବି ପଢ଼ନ୍ତୁ | ଏହି ମେଡିକାଲ୍ ଛାତ୍ରୀ .୬୫ କୋଟି ଟଙ୍କାର ଯୌତୁକ ନେଇଥିଲେ; ନିର୍ଯ୍ୟାତନା ପରେଆତ୍ମହତ୍ୟାକଲେ

ଛଅ ଜଣ ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକାରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ମାଲକାନଗିରି, କୋରାପୁଟ, ନରବଙ୍ଗପୁର, ରାୟଗଡା ଓ ଗଜପତି ଦାୟିତ୍ବ ଦିଆଯାଇଛି । ଦେବୀପ୍ରସାଦ ମିଶ୍ର ଗଞ୍ଜାମ, ନୟାଗଡ, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ବୌଦ୍ଧ ଦାୟିତ୍ବ ସମ୍ଭାଳିବେ । ନିରଞ୍ଜନ ପୂଜାରୀଙ୍କୁ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଓ ବରଗଡ଼ ଦାୟିତ୍ବ ଦିଆଯାଇଛି । ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ ଦାୟିତ୍ବ ଦିଆଯାଇଛି । ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଦାୟିତ୍ବ ମିଳିଛି । ମହେଶ୍ବର ମହାନ୍ତିଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଦାୟିତ୍ବ ଦିଆଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଜମ୍ମୁ-କଶ୍ମୀରକୁ ନେଇ ହୋଇପାରେ ବଡ଼ ଘୋଷଣା; ରାଜ୍ୟର ନେତାମାନଙ୍କୁ ଭେଟିଲେ PM ନରେନ୍ଦ୍ର ମୋଦି

‘‘ଆମେ ପୂର୍ବରୁ ବି ବିଭିନ୍ନ ଜିଲ୍ଲା ଦାୟିତ୍ୱରେ ରହିଛୁ ଓ କାମ କରିଛୁ । ତେଣୁ କିଛି ଅସୁବିଧା ନାହିଁ । ଦଳର ଯାହା ନିଷ୍ପତ୍ତି ହେବ ଓ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କର ଯାହା ନିର୍ଦ୍ଦେଶ ରହିବ ଆମେ ସେହି ଅନୁସାରେ କାମ କରିବୁ । ପରିବର୍ତ୍ତନ ତ ନିଶ୍ଚିତ ଭାବରେ ବିଭିନ୍ନ ସମୟରେ ହୁଏ,’’ କହିଛନ୍ତି ନୟାଗଡ଼ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ମନୋନୀତ ହୋଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଏହା ବି ପଢ଼ନ୍ତୁ | ରିଲାଏନ୍ସ Jio ଆଣିଲା ନୂଆ ସ୍ମାର୍ଟଫୋନ୍ଜିଓଫୋନ୍ ନେକ୍ସଟ୍’; ଜଲ୍ଦି ବଜାରକୁ ଆସିବ ଏହି JioPhone Next

ଯେଉଁ ବରିଷ୍ଠ ମନ୍ତ୍ରୀମାନଙ୍କୁ ସଙ୍ଗଠନର ଦାୟିତ୍ଵ ଦିଆଯାଇଛି ସେମାନେ ସେହି ଜିଲ୍ଲାରେ ବିଜେଡିକୁ ଏକ ନମ୍ବର କରିବାକୁ ଚେଷ୍ଟା କରିବେ । ହେଲେ ସଞ୍ଜୟ ଦାସବର୍ମାଙ୍କ ଭଳି ପ୍ରଭାବଶାଳୀ ନେତାଙ୍କୁ ଏହି ତାଲିକାରୁ ବାଦ୍ ଦିଆଯାଇଥିବାରୁ ତାଙ୍କ ଭବିଷ୍ୟତ ଭୂମିକାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅଧିକ ଯୁବ ନେତାଙ୍କୁ ଜିଲ୍ଲା ଦାୟିତ୍ଵ ଦେଇ ବିଜେଡି ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ଦଳର ସୁପ୍ରିମୋ ଚାହୁଁଛନ୍ତି ବୋଲି କହିଛନ୍ତି ରାଜନନୈତିକ ସମୀକ୍ଷକମାନେ ।

ଏହା ବି ପଢ଼ନ୍ତୁ | TV ସିରିଏଲରେ ଭଗବାନ ଶିବଙ୍କ ଭୂମିକାରେ ଏହି ଅଭିନେତାମାନେ ଖୁବ୍ ପ୍ରଶଂସିତ ହୋଇଥିଲେ

ପୁର୍ବରୁ ଅନେକ ଥର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ପୁର୍ବରୁ ପର୍ଯ୍ୟବେକ୍ଷକ ବଦଳିଥିବା ଦେଖାଯାଇଥିବାରୁ ପଞ୍ଚାୟତ ନିର୍ବାଚନ ପୁର୍ବରୁ ବର୍ତ୍ତମାନର ଏହି ପଦକ୍ଷେପ ଏକ ଦଳ ସଜଡ଼ା ଉଦ୍ୟମ ନା କ୍ୟାବିନେଟର ସ୍ୱରୁପରେ ପରିବର୍ତ୍ତନର ପୂର୍ବାଭାସ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।



୨୦୧୭ ମସିହାର ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଆଶାଜନକ ସଫଳତା ମିଳି ନ ଥିଲା । ସେହି ନିର୍ବାଚନ ସରିବା ପରେ ବଦଳିଥିଲା ରାଜ୍ୟ ମନ୍ତ୍ରୀମଣ୍ଡଳ । ସେତେବେଳେ ଆଗକୁ ୨୦୧୯ର ବଡ଼ ନିର୍ବାଚନୀ ସଂଗ୍ରାମ ଥିବାରୁ ମନ୍ତ୍ରୀମଣ୍ଡଳରୁ ବାହାରି ସଞ୍ଜୟ ଦାସବର୍ମା, ଅରୁଣ ସାହୁ ଓ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ସଙ୍ଗଠନ ସଜାଡି଼ବା କାମରେ ଲାଗିଥିଲେ । ଏବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେମିତି କିଛି କସରତ ହେଉଥିବା ଅନେକଙ୍କୁ ଲାଗୁଛି ।
Published by: Anand ST Das
First published: June 26, 2021, 10:50 PM IST