ରାଜଧାନୀରେ ସବୁଠାରୁ ବଡ଼ ସାଇବର ଠକେଇ; ବ୍ୟବସାୟୀଙ୍କ ପାଖରୁ ୨.୩୫ କୋଟି ଟଙ୍କା ଲୁଟି ନେଲେ

ଜୀବନ ବୀମା ପଲିସି ପାଇଁ ଅଧିକ ରିଟର୍ଣ୍ଣର ପ୍ରତିଶ୍ରୁତି ଦେଇ ଏହି ଠକେଇ ହୋଇଛି। ଯାହାର ତଦନ୍ତରେ ଲାଗିପଡ଼ିଛନ୍ତି ପୋଲିସ। ପୂର୍ବରୁ ମଧ୍ୟ ସାଇବର ଠକେଇ ମାମଲାରେ ତଦନ୍ତ କରୁଛି କମିଶନରେଟ ପୋଲିସ।

ରାଜଧାନୀରେ ସବୁଠାରୁ ବଡ଼ ସାଇବର ଠକେଇ

ରାଜଧାନୀରେ ସବୁଠାରୁ ବଡ଼ ସାଇବର ଠକେଇ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟର ରାଜଧାନୀରେ ବଢ଼ିଚାଲିଛି ସାଇବର ଠକେଇ। ଫେବୃଆରୀରେ ଭୁବନେଶ୍ବରରୁ ସାଇବର୍ ଠକ ୧ କୋଟି ୩୯ ଲକ୍ଷ ୬୦ ହଜାର ୪ ଶହ ୭୯ ଟଙ୍କା ଲୁଟି ନେଇଥିଲେ। ସେଥିମଧ୍ୟରୁ ପୋଲିସ ମାତ୍ର ୧୦ ଲକ୍ଷ ୫୨ ହଜାର ୮୦୨ ଟଙ୍କା ଫେରାଇବାରେ ସକ୍ଷମ ହୋଇଥିବା ବେଳେ ୧୨ ଲକ୍ଷ ୭୩ ହଜାର ୪ ଶହ ୮୩ ଟଙ୍କା ଅଚଳ ହୋଇଛି। ଆଉ ଇତିମଧ୍ୟରେ କେନ୍ଦୁଝରର ଜଣେ ବ୍ୟବସାୟୀଙ୍କ ପାଖରୁ ୨.୩୫ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।

ଜୀବନ ବୀମା ପଲିସି ପାଇଁ ଅଧିକ ରିଟର୍ଣ୍ଣର ପ୍ରତିଶ୍ରୁତି ଦେଇ ଏହି ଠକେଇ ହୋଇଛି। ଯାହାର ତଦନ୍ତରେ ଲାଗିପଡ଼ିଛନ୍ତି ପୋଲିସ। ପୂର୍ବରୁ ମଧ୍ୟ ସାଇବର ଠକେଇ ମାମଲାରେ ତଦନ୍ତ କରୁଛି କମିଶନରେଟ ପୋଲିସ।

ଅଭିଯୋଗ ପରେ ଇଓଡବ୍ଲୁ ଓ ସାଇବର ସେଲ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ରାଜ୍ୟରେ ଯେତିକି ଠକେଇ ହୋଇଛି ଏହା ସବୁଠାରୁ ବଡ଼ ସାଇବର ଠକେଇ ବୋଲି କୁହାଯାଉଛି। କେନ୍ଦୁଝରର ଯୋଡାର ୫୮ ବର୍ଷୀୟ ପ୍ରମୋଦ କୁମାର ରାଉତ ଏହି ଠକେଇର ଶିକାର ହୋଇଛନ୍ତି।

ପ୍ରକାଶ ଥାଉକି ଗତ ଦୁଇ ମାସରେ ରାଜଧାନୀରୁ ଅଢ଼େଇ କୋଟିରୁ ଅଧିକ ଟଙ୍କା ସାଇବର ଠକେଇ ହୋଇଛି। ଏହି ଅଢ଼େଇ କୋଟିରୁ ଜାନୁଆରୀ ମାସରେ ମାତ୍ର ୭.୨୧% ଟଙ୍କା ଫେରସ୍ତ ହୋଇଥିବା ବେଳେ ଫେବୃଆରି ମାସରେ ମଧ୍ୟ ରିକଭରି ହାର ୭ ପ୍ରତିଶତରେ (୭.୫%) ସୀମିତ ରହିଛି।

ସେହିପରି ଫେରସ୍ତ ଓ ଅଚଳ କରାଯାଇଥିବା ଟଙ୍କାର ହାର ମଧ୍ୟ ନୈରାଶ୍ୟଜନକ ରହିଛି। ଜାନୁଆରୀ ମାସରେ ଫେରସ୍ତ/ଅଚଳ ହୋଇଥିବା ଟଙ୍କାର ହାର ୯.୬୪% ରହିଥିବା ବେଳେ ଫେବୃଆରି ମାସରେ ସାମାନ୍ୟ ଉନ୍ନତି ହୋଇ ଏହା ୧୬.୬୬%ରେ ପହଞ୍ଚିଛି।
Published by:Lipina Das
First published: