ଏ ଥର ରାଜ୍ୟ ବଜେଟ୍ ୧.୭୦ ଲକ୍ଷ କୋଟି ଟଙ୍କାର; କୃଷି କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ମିଳିଛି
ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ କୃଷି ବଜେଟ୍ ପାଇଁ ଅଲଗା ବ୍ୟୟ ବରାଦ କରିଛନ୍ତି ସରକାର । ୨୦୨୧-୨୦୨୨ ବର୍ଷ ପାଇଁ ୧୭ ହଜାର ୪୬୮ କୋଟି ଟଙ୍କାର କୃଷି ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ବଜେଟ୍ ବିଷୟରେ କହୁଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ (ବାମ)
- News18 Odia
- Last Updated: February 22, 2021, 11:40 PM IST
ଭୁବନେଶ୍ୱର: ୨୦୨୧-୨୦୨୨ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ପ୍ରାଶାସନିକ ବ୍ୟୟ ବରାଦ ବାବଦରେ ୮୫ ହଜାର କୋଟି ରଖାଯାଇଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ୭୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ, ବିପର୍ଯ୍ୟୟ ପ୍ରଶମନ ପାଇଁ ୩ ହଜାର ୫୦ କୋଟି ଟଙ୍କାର ବ୍ୟୟ ବରାଦ ଓ ସ୍ଥାନୀୟ ନିକାୟ ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬ ହଜାର ୯୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ କୃଷି ବଜେଟ ପାଇଁ ଅଲଗା ବ୍ୟୟ ବରାଦ କରିଛନ୍ତି ସରକାର । ୨୦୨୧-୨୦୨୨ ବର୍ଷ ପାଇଁ ୧୭ ହଜାର ୪୬୮ କୋଟି ଟଙ୍କାର କୃଷି ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ । ସୋମବାର ଦିନ ଗୃହରେ ପ୍ରଥମେ କୃଷି ବଜେଟ ଆଗତ କରାଯାଇଥିଲା । କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୨୦୧୩-୨୦୧୪ ମସିହାରୁ ଅଲଗା କୃଷି ବଜେଟ ଆଗତ ହୋଇ ଆସୁଛି । ଏହି ବଜେଟରେ ଜଳସେଚନ ଠୁ ଆରମ୍ଭ କରି ଚାଷୀଙ୍କ ଆୟ ବୃଦ୍ଧି ପାଇଁ ବ୍ୟୟ ବରାଦ କରାଯାଇଥାଏ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ
ରାଜ୍ୟରେ ପଶୁ ହେଲ୍ଥ ଲାଇନ୍ ସେବା ଆରମ୍ଭ ହେବ ବୋଲି ସ୍ଥିର ହୋଇଛି । ଏଥି ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ପାଇଁ ୭୭ କୋଟି ଟଙ୍କା, ବିଜୁ କୃଷକ ବିକାଶ ଯୋଜନା ୪୦୦ କୋଟି ଟଙ୍କା ଓ ରାଷ୍ଟ୍ରୀୟ ପଶୁଧନ ବିକାଶ ଯୋଜନା ପାଇଁ ୧୦୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ଏହା ବି ପଢ଼ନ୍ତୁ | କଙ୍ଗନା ରାଣାୱତ ନିଜ ଭାଇଭଉଣୀଙ୍କୁ ଦେଲେ ୪ଟି ଫ୍ଲାଟ୍; ନିଜର ବି ଅଛି କୋଟି କୋଟି ଟଙ୍କାର ବଙ୍ଗଳା
୨୦୨୧-୨୨ରେ ଅତିରିକ୍ତ ୨.୭୪ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ପାଇଁ ଲକ୍ଷ ରଖାଯାଇଛି । ପରମ୍ପରାଗତ କୃଷି ବିକାଶ ଯୋଜନା ପାଇଁ ୩୫ କୋଟି ଟଙ୍କା, ଆଗୁଆ ବିହନ ଯୋଗାଇବା ପାଇଁ ୧୦୦ କୋଟି ଟଙ୍କା, ସାର ଯୋଗାଇବା ପାଇଁ ୧୦୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି, କୃଷି ଗବେଷଣା, ଶିକ୍ଷା ଓ ଭିତ୍ତିଭୂମି ପାଇଁ ୧୪୮ କୋଟି ଟଙ୍କା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୪୫୦ କୋଟି ଟଙ୍କା, ଆଉ ୨୩ଟି ISS (ଇନଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର) ପାଇଁ ୭୯୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୭୧୦ କୋଟି ଟଙ୍କା, ଗଭୀର ନଳକୂପ ସେଚ ଯୋଜନାରେ ୩୮୯ କୋଟି ଟଙ୍କା, ଜଳ ଜୀବନ ମିଶନ ଅଧୀନରେ ୬,୩୦୦ କୋଟି ଟଙ୍କା, କୃଷି ଋଣ ଉପରେ ସୁଧ ରିହାତି ପାଇଁ ୮୧୯ କୋଟି ଟଙ୍କା, ମାଛ ଚାଷ ପାଇଁ ପୋଖରୀ ଖୋଳା ଯୋଜନାରେ ୭୦ କୋଟି ଟଙ୍କା, ପଶୁ ସମ୍ପଦ ସ୍ବାସ୍ଥ୍ୟ ସେବାର ଉନ୍ନତିକରଣ ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୨୯ ଲକ୍ଷ ଟଙ୍କା ନେବା ପରେ ବି ସନ୍ନି ଲିଓନି ଇଭେଣ୍ଟରେ ପହଞ୍ଚିଲେନି; ପୋଲିସ ତାଙ୍କୁ ଜେରା କଲା
‘‘୨୦୧୩-୨୦୧୪ ମସିହାରେ ପ୍ରଥମ ଥର କୃଷି ପାଇଁ ୭ ହଜାର ୧୬୨ କୋଟି ଟଙ୍କାର ସ୍ୱତନ୍ତ୍ର ଅଟକଳ କରାଯାଇଥିଲା। ମୁଖ୍ୟ ମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱରେ ୨୦୨୧-୨୦୨୨ ବର୍ଷ ପାଇଁ ୧୭ ହଜାର ୪ ଶହ ୬୮ କୋଟି ଟଙ୍କାର ବ୍ୟୟ ବରାଦ ଆଗତ କରୁଛି । ମନରେଗା ପାଣ୍ଠିରୁ ଅର୍ଥ ବିନିଯୋଗ କରି କୃଷି ଉଦ୍ୟାନ ଓ ପଶୁ ପାଳନ ଭଳି କୃଷି ଓ ଅଣକୃଷି କାର୍ଯ୍ୟକ୍ରମଗୁଡି଼କୁ ବ୍ୟାପକ କରିବାର ବହୁଳ ସୁଯୋଗ ରହିଛି । ମନରେଗା ପାଣ୍ଠିରୁ ସଂଯୋଜନ ମାଧ୍ୟମରେ ପ୍ରାୟ ୧,୯୬୬ କୋଟି ଟଙ୍କା ଅଟକାଳରେ ଏହି କ୍ଷେତ୍ରରେ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ,’’ ବଜେଟ ଆଗତ କରିବା ସମୟରେ କହିଥିଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | କଦଳୀର ସାଇଜ୍ ଦେଖି ଚମକି ଗଲେ ମହିଳା; ସୋସିଆଲ୍ ମିଡି଼ଆରେ ଫଟୋ ଭାଇରାଲ୍ ହେଲା
ଏହି ବଜେଟକୁ ସମାଲୋଚନା କରିଛନ୍ତି ବିରୋଧୀ ଦଳମାନେ । ବିଧାନ ସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ‘‘ବଜେଟରେ କର୍ମଯୋଗାଣ ବିଷୟରେ ପଦୁଟିଏ ନାହିଁ । ସରକାର ସୁଖୀ ଓ ସୁସ୍ଥ ଓଡି଼ଶା କଥା କହୁଥିବା ବେଳେ ବଜେଟରେ ସୁସ୍ଥ ଓ ସୁଖୀ ଓଡି଼ଶା ଭଳି କିଛି ମୁଁ ଅନୁଭବ କରୁନାହିଁ ।’’
‘‘ଏହା ଏକ ନୈରାଶ୍ୟଜନକ ବଜେଟ ।ଏହି ବଜେଟରେ ରାଜ୍ୟବାସୀଙ୍କୁ ସରକାର କେବଳ ଏକ ଗୋଲାପୀ ଚିତ୍ର ଦେଖାଇବାକୁ ଚେଷ୍ଟା କରିଛନ୍ତି । କୃଷି କ୍ଷେତ୍ର ଓ ଚାଷୀମାନଙ୍କ ପାଇଁ ବଜେଟରେ କିଛି ନାହିଁ । ବଜେଟରେ ଘୋଷାଣା ହେଉଛି, କିନ୍ତୁ ସରକାର ଋଣ ଭାରରେ ବୁଡ଼ିଛନ୍ତି,’’ କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।