ପଶ୍ଚିମ ବଙ୍ଗ ପୋଲିସ ହାତରେ ଧରାପଡ଼ିଲା ଓଡ଼ିଶାର ବ୍ରାଉନ୍ ସୁଗାର୍ ମାଫିଆ ଲାଳନ ସାହା

Odisha brown sugar mafia Lalan Saha of Balasore arrested by Bengal police | ପୋଲିସର ନଜରରୁ ନିଜକୁ ଲୁଚାଇବାକୁ ଜଳେଶ୍ବରରେ ମାଛ ବ୍ୟବସାୟ କରୁଥିଲା ବ୍ରାଉନ୍ ସୁଗାର୍ ମାଫିଆ ଲାଳନ ସାହା । କୋଲକାତାରୁ ମାଛ ଆଣୁଥିବା ଗାଡିରେ ବ୍ରାଉନ୍ ସୁଗାର୍ ଆଣି ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ସେ ଚାଲାଣ କରୁଥିଲା ବୋଲି ଜଣାପଡ଼ିଛି ।

ଗିରଫ ହୋଇଥିବା ଦୁଇ ଜଣ ଓଡ଼ିଆଙ୍କୁ ଜେରା କରିବା ପରେ ଲାଳନର ସୁରାକ ପାଇଥିଲା ପୋଲିସ ।

ଗିରଫ ହୋଇଥିବା ଦୁଇ ଜଣ ଓଡ଼ିଆଙ୍କୁ ଜେରା କରିବା ପରେ ଲାଳନର ସୁରାକ ପାଇଥିଲା ପୋଲିସ ।

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ଦିନ ଧରି ବ୍ରାଉନ୍‌ ସୁଗାର୍‌ କାରବର କରୁଥିବା ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଅଞ୍ଚଳର ଦୁର୍ଦାନ୍ତ ଡ୍ରଗ୍ସ ମାଫିଆ ଲାଳନ ସାହାକୁ ଗିରଫ କରିଛି ପଶ୍ଚିମ ବଙ୍ଗ ପୋଲିସର ଏସ୍‌.ଟି.ଏଫ୍‌. । ପଶ୍ଚିମ ବଙ୍ଗର ବର୍ଦ୍ଧମାନରେ ୬୫ କୋଟି ଟଙ୍କାର ହେରୋଇନ୍‌ ଜବତ ଘଟଣାରେ ଲାଳନ ମୁଖ୍ୟ କାର୍ପଟଦାର ଥିଲା ବୋଲି ତଦନ୍ତ ବେଳେ ଜଣା ପଡ଼ିଥିଲା । ତାକୁ ଧରିବା ପାଇଁ ପଶ୍ଚିମ ବଙ୍ଗ ପୋଲିସ ଏକ ସ୍ଵତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଚଢ଼ାଉ କରିଥିଲା ଓ ମଙ୍ଗଳବାର ରାତିରେ ତାକୁ ଗିରଫ କରିଥିଲା ।

ବ୍ରାଉନ୍‌ ସୁଗାର୍‌ ମାଫିଆ ଲାଳନ ସାହା ପୋଲିସର ନଜରରୁ ନିଜକୁ ଲୁଚାଇ ରଖିବାକୁ ଜଳେଶ୍ବରରେ ମାଛ ବ୍ୟବସାୟ କରୁଥିଲା । କୋଲକାତାରୁ ମାଛ ଆଣୁଥିବା ଗାଡିରେ ବ୍ରାଉନ୍‌ ସୁଗାର୍‌ ଆଣି ବ୍ୟବସାୟ କରୁଥିଲା ସେ । ଏହି ବ୍ରାଉନ୍‌ ସୁଗାରକୁ ନିଜ ଏଜେଣ୍ଟମାନଙ୍କ ସାହାଯ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଚାଲାଣ କରୁଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି । ଲାଳନକୁ ଏଥିରେ ସହାୟତା କରୁଥିବା ଦୁଇ ଓଡ଼ିଆ ଯୁବକ ଶେଖ ରସିଦ ଓ ଈର୍ଷାଦ ଖାନ୍‌ ମଧ୍ୟ ପଶ୍ଚିମ ବଙ୍ଗ ପୋଲିସର ଏସ୍‌.ଟି.ଏଫ୍‌. ଦ୍ୱାରା ବର୍ଦ୍ଧମାନରୁ ସୋମବାର ଦିନ ଗିରଫ ହୋଇଥିଲେ । ଉଭୟଙ୍କୁ ଜେରା କରିବା ପରେ ଲାଳନର ସୁରାକ ପାଇଥିଲା ତଦନ୍ତକାରୀ ଟିମ ।

ଏହା ବି ପଢ଼ନ୍ତୁ | ଏହି ପେନ୍‌ସନ୍‌ ପ୍ଲାନ୍ ନେଲେ ଆପଣଙ୍କୁ ପ୍ରତି ମାସ ମିଳିବ ୧୨,୦୦୦ ଟଙ୍କା ପେନ୍‌ସନ୍‌; ଜାଣନ୍ତୁ ସବୁ କିଛି

‘‘ଡ୍ରଗ୍ସ ମାଫିଆ ଲାଳନକୁ ପଶ୍ଚିମ ବଙ୍ଗ ଏସ୍‌.ଟି.ଏଫ୍‌. ଗିରଫ କରିବା ପରେ ଆମେ ତା’ର ଓଡିଶା ଲିଙ୍କ ନେଇ ଖୋଳତାଡ଼ ଆରମ୍ଭ କରିଛୁ । ତାକୁ କେଉଁମାନେ ଏଠି ସହଯୋଗ କରିଥିଲେ ଓ କେଉଁ କେଉଁ ଜିଲ୍ଲାରେ ସେ ନିଜ ଏଜେଣ୍ଟମାନଙ୍କ ଜରିଆରେ ବ୍ରାଉନ୍‌ ସୁଗାର୍‌ କାରବାର ଚଳାଉଥିଲା ସେ ନେଇ ଏବେ ତଦନ୍ତ କରାଯିବ,’’ କହିଛନ୍ତି ଏସ୍‌.ଟି.ଏଫ୍‌. ଏସ୍‌.ପି. ତେଜରାଜ ପଟେଲ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁ

ସୋମବାର ଦିନ ପଶ୍ଚିମ ବଙ୍ଗର ବର୍ଦ୍ଧମାନରେ ୬୫ କୋଟି ଟଙ୍କାର ହେରୋଇନ୍‌ ଜବତ ହୋଇଥିଲା । ଏହି ଘଟଣାରେ ପଶ୍ଚିମ ବଙ୍ଗ ଏସ୍‌.ଟି.ଏଫ୍‌. ଦୁଇ ଜଣ ଓଡ଼ିଆ ସମେତ ମୋ’ଟ ଛଅ ଜଣଙ୍କୁ ଗିରଫ କରିଥିଲା । ଦୁଇ ଓଡ଼ିଆଙ୍କ ଲିଙ୍କ୍‌ ଖୋଲତାଡ଼ ବେଳେ ସାମ୍ନାକୁ ଆସିଥିଲା ଏହି ନେଟୱର୍କର କଥିତ ଓଡି଼ଶା ମୁଖ୍ୟ ଲାଳନ ଶାହାର ସମ୍ପୃକ୍ତି । ପଶ୍ଚିମ ବଙ୍ଗ ଏସ୍‌.ଟି.ଏଫ୍‌. ଦ୍ୱାରା ଗିରଫ ଅଭିଯୁକ୍ତମାନଙ୍କୁ ଜେରା କରିବାକୁ ଓଡ଼ିଶା କ୍ରାଇମ୍‌ ବ୍ରାଞ୍ଚର ଏକ ତିନି-ଜଣିଆ ଟିମ୍‌ କୋଲକାତା ଯାଇଛି ।

ଏହା ବି ପଢ଼ନ୍ତୁ | ଦୁଇଟି ମାଙ୍କଡ଼ ପ୍ରତିଶୋଧ ନେଲେ; ପାଖାପାଖି ୨୦୦ଟି କୁକୁରଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲେ

ପଶ୍ଚିମ ବଙ୍ଗ ଏସ୍‌.ଟି.ଏଫ୍‌. ହାତରେ ତିନି ଜଣ ଓଡି଼ଆ ଗିରଫ ହେବା ଘଟଣାରେ ଓଡ଼ିଶାର ପୂର୍ବତନ ପୋଲିସ ଡି.ଜି. ସଞ୍ଜୀବ ମାରିକ କହିଛନ୍ତି, ‘‘ଜଳେଶ୍ବର ହେଉଛନ୍ତି ବ୍ରାଉନ୍‌ ସୁଗାର୍‌ ମାଫିଆଙ୍କ ହବ୍‌ । ଜଳେଶ୍ବରରୁ କୋଲକାତା ଯିବା ପାଇଁ ଅନେକ ବାଟ ରହିଛି । ସେଇଥି ପାଇଁ ଡ୍ରଗ୍ସ ମାଫିଆମାନେ ବିନା ଭୟରେ କୋଲକାତାରୁ ବ୍ରାଉନ୍‌ ସୁଗାର୍‌ ଆଣି ଓଡ଼ିଶା ବଜାରରେ ବିକ୍ରି କରିବା ସହଜ ମନେ କରନ୍ତି। ଏବେ ଏହି ତିନି ଜଣ ଗିରଫ ହେବା ପରେ ସେମାନଙ୍କଠାରୁ ଓଡ଼ିଶା ଲିଙ୍କ୍‌ ନେଇ ତଦନ୍ତ କଲେ ଅଧିକ ତଥ୍ୟ ପାଇବାରେ ପୋଲିସ ସମର୍ଥ ହେବ ।’’
Published by:Anand S.T. Das
First published:
)}