ବାହାଘର କ୍ୟାନସଲଡ୍: ଅଧା ବାଟରୁ ବରକୁ ଉଠାଇନେଲା ପୋଲିସ; ହତ୍ୟା ମାମଲାରେ ସଂପୃକ୍ତି ସନ୍ଦେହ

୨୦୧୮ରେ ଏକ ଗଣ୍ଡଗୋଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ସେହି ମାମଲାରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ ସତ୍ତ୍ୱେ ଆଜିର ବର ଜଣକ ସେହି ଦିନରୁ ଫେରାର ଥିଲେ ବୋଲି ପୋଲିସ କହିଛି ।

ବାହାଘର କ୍ୟାନସଲଡ୍: ଅଧା ବାଟରୁ ବରକୁ ଉଠାଇନେଲା ପୋଲିସ; ହତ୍ୟା ମାମଲାରେ ସଂପୃକ୍ତି ସନ୍ଦେହ
ଥାନାରେ ବରର ଗାଡ଼ି ସହିତ ବରଯାତ୍ରୀ ଜମା ହୋଇଛନ୍ତି ।
  • News18 Odia
  • Last Updated: March 12, 2020, 6:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଆଠଗଡ଼: ପୂର୍ବରୁ ଥିବା ଆପରାଧିକ ଅଭିଯୋଗ ଯେ ବିବାହ ଉତ୍ସବରେ ବାଧକ ସାଜିପାରେ ତା’ର ଉଦାହରଣ ଦେଖିବାକୁ ମଳିଛି କଟକରେ । ବାହାଘର ପାଇଁ ବର ବରଯାତ୍ରୀ ସଜବାଜ ହୋଇ ଘରୁ ବାହାରୁଥିବା ବେଳେ ବେଳେ ଅଧା ବାଟରୁ ବରକୁ ଉଠାଇ ନେଇଛି ପୋଲିସ । ଏକ ହତ୍ୟା ମାମଲାରେ ବରର ସଂପୃକ୍ତି ସନ୍ଦେହରେ ତାକୁ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି ।

କଟକ ତାଳ ବରକୋଟରୁ ରମେଶ ସ୍ବାଇଁଙ୍କ ପୁଅ ପ୍ରକାଶ ସ୍ୱାଇଁ ବରଯାତ୍ରୀ ନେଇ ବୀରକିଶୋରପୁର ଯାଉଥିବା ବେଳେ ଆଠଗଡ଼ ଥାନା ସାପୁଆ ନଦୀ ଠାରେ ପୋଲିସ ପ୍ରକାଶଙ୍କୁ ଉଠାଇ ନେଇଥିଲା । ୨୦୧୮ରେ ଏକ ହତ୍ୟା ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ପୋଲିସ ପ୍ରକାଶଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ବାଙ୍କୀ ଥାନା ଅନ୍ତର୍ଗତ କଦଳୀବାଡ଼ି ଗ୍ରାମ ନିକଟ ଇଟାଭାଟିରେ ଜମିଜମା ସଂକ୍ରାନ୍ତ ଏକ ଗଣ୍ଡଗୋଳ ଘଟଣାରେ ପାଖାପାଖି ଦେଢ଼ ବର୍ଷ ତଳେ ମହେନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ ଥିବା ସତ୍ତ୍ୱେ ପ୍ରକାଶ ସ୍ବାଇଁ ଫେରାର ଥିଲେ । ସେ ପୋଲିସ ନିକଟରେ ନିଜ ନିର୍ଦୋଷ ଥିବା ସମ୍ବନ୍ଧରେ କୌଣସି ପ୍ରମାଣ ଦେଇ ନ ଥିଲେ ବା ଅଦାଲତରୁ ଆଗୁଆ ଜାମୀନ ମଧ୍ୟ ଆଣି ନ ଥିଲେ ।

ଆଜି ପ୍ରକାଶ ବର ବେଶରେ ବାହା ହେବାକୁ  ଯାଉଥିବା ବେଳେ ବାଟରୁ ବାଙ୍କୀ ପୋଲିସ ତାଙ୍କୁ ଗିରଫ କରିଥିଲା । ବର ଘର ହେଉଛି ଢେଙ୍କାନାଳ ଜିଲ୍ଲାର ତାଳବରକୋଟ ଗ୍ରାମରେ । ସେ ଆଠଗଡ଼ ଥାନା ସମସରପୁରରେ ବିବାହ ପାଇଁ ଆଠଗଡ ବିରକିଶୋରପୁର ଶିବ ମନ୍ଦିରକୁ ଆସୁଥିଲେ । ହେଲେ ଅଧା ବାଟରୁ ସାଧା ପୋଷାକରେ ଯାଇ ତାଙ୍କୁ ଉଠାଇ ଆଣିଥିଲା ବାଙ୍କୀ ପୋଲିସ । ଏ ଘଟଣା ପରେ ଅଧାରେ ରହିଯାଇଥିଲା ବାହାଘର ।

୨୦୧୮ ମସିହାରେ ହୋଇଥିବା ଏହି ହତ୍ୟା ମାମଲାରେ ଏକାଧିକ ଅଭିଯୁକ୍ତ ସାମିଲ ରହିଥିବା ବେଳେ ମାତ୍ର ଦୁଇ ଜଣ କୋର୍ଟ ଫରୱାଡ଼ ହୋଇ ଜାମିନରେ ଆସିଥିଲେ । ହେଲେ ପ୍ରକାଶ ସ୍ୱାଇଁଙ୍କ ନାମରେ କେସ ରହିଥିଲା । ବରକୁ ଥାନାରୁ ମୁକୁଳାଇ ବାହାଘର ସମ୍ପନ୍ନ କରିବା ପାଇଁ ବର ଘର ପକ୍ଷରୁ ପ୍ରୟାସ ଚ଼ାଲିଥିବା ଜଣା ପଡ଼ିଛି ।
First published: March 12, 2020, 6:57 PM IST
corona virus btn
corona virus btn
Loading