ଆଇଇଏସ୍ (IES) ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କଲେ ଓଡ଼ିଆ ପୁଅ ଅଂଶୁମାନ କାମିଲା; ସେ ଗାୟିକା ମିତାଲି ଚ଼ିନାରାଙ୍କ ପୁଅ

ଦେଶର ଅନ୍ୟତମ ପ୍ରତିଷ୍ଠିତ ଭାରତୀୟ ଅର୍ଥ ସେବା ଆୟୋଗ ଲାଗି ହେଉଥିବା ପରୀକ୍ଷାରେ ଓଡ଼ିଆ ପୁଅ ଅଂଶୁମାନ କାମିଲା ଟପ୍ପର ହୋଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି ।

ଆଇଇଏସ୍ (IES) ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କଲେ ଓଡ଼ିଆ ପୁଅ ଅଂଶୁମାନ କାମିଲା; ସେ ଗାୟିକା ମିତାଲି ଚ଼ିନାରାଙ୍କ ପୁଅ
ଗାୟିକା ତଥା ଅର୍ଥନୀତି ପ୍ରାଧ୍ୟାପିକା ମିତାଲି ଚିନ୍ନାରା ଓ ପୂର୍ବତନ ସିପିଏମ୍‌ଜି ସନ୍ତୋଷ କୁମାର କାମିଲାଙ୍କ ସହ ପୁଅ ଅଂଶୁମାନ କାମିଲା
  • News18 Odia
  • Last Updated: January 11, 2020, 7:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ୟୁନିଅନ ପବ୍ଲିକ ସର୍ଭିସ କମିଶନଙ୍କ ଦ୍ବାରା ପରିଚାଳିତ ଦେଶର ଅନ୍ୟତମ ପ୍ରତିଷ୍ଠିତ ସର୍ବଭାରତୀୟ ପରୀକ୍ଷା ଇଣ୍ଡିଆନ ଇକନୋମିକ୍ ସର୍ଭିସ (ଆଇଇଏସ୍) ରେ ଏଥର କୃତକାର୍ଯ୍ୟ ହୋଇଥିବା ସମୁଦାୟ ୩୨ ଜଣଙ୍କ ଭିତରେ ଓଡ଼ିଆ ପୁଅ ଅଂଶୁମାନ କାମିଲା ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଆଣିଛନ୍ତି ନୂଆ ଗୌରବ ।

ଅଂଶୁମାନ ଭୁବନେଶ୍ବରସ୍ଥିତ ଡିଏଭି ଚନ୍ଦ୍ରଶେଖରପୁରରୁ ନିଜର ଯୁକ୍ତ ୨ ପଢ଼ା ସାରିବା ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ପ୍ରସିଦ୍ଧ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଅର୍ଥନୀତିରେ ସ୍ନାତକ (ବିଏ ଇକନୋମିକ୍ସ) ପଢ଼ିଥିଲେ । ଏଥିରେ ମଧ୍ୟ ଭଲ ପ୍ରଦର୍ଶନ କରି ସେ ଅର୍ଥନୀତି ବିଭାଗରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ । ପରେ ଦିଲ୍ଲୀର ଅନ୍ୟତମ ପ୍ରସିଦ୍ଧ ଦିଲ୍ଲୀ ସ୍କୁଲ ଅଫ ଇକନୋମିକ୍ସ (ଯେଉଁଠୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଶିକ୍ଷାଗ୍ରହଣ କରିଥିଲେ)ରୁ ସ୍ନାତକୋତ୍ତର ପଢ଼ା ଶେଷ କରିଥିଲେ । ତା’ ପରେ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରୁ ଏମଫିଲ୍ ଶିକ୍ଷା ସମାପ୍ତ କରି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆରେ ଡିପାର୍ଟମେଣ୍ଟ ଅଫ ଇକନୋମିକ୍ସ ଆଣ୍ଡ ପଲିସି ରିସର୍ଚ୍ଚରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ ।

ଅଂଶୁମାନଙ୍କ ପିତା ହେଉଛନ୍ତି ଓଡ଼ିଶାର ପୂର୍ବତନ ମହାଡାକପାଳ ତଥା ଏବର ପୋଷ୍ଟାଲ ସର୍ଭିସ ବୋର୍ଡ଼ର ସଦସ୍ୟ ଡ. ସନ୍ତୋଶ କାମିଲା । ଅଂଶୁମାନଙ୍କ ମା’ ହେଉଛନ୍ତି ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ଓଡ଼ିଶି ଗାୟିକା ତଥା ଉତ୍କଳ ବିଶ୍ବବିଦ୍ୟାଳୟରେ ଅର୍ଥଶାସ୍ତ୍ର ବିଭାଗର ପ୍ରାଧ୍ୟାପିକା ମିତାଲି ଚିନାରା । ତାଙ୍କର ଆଇ ଉତ୍କଳ ବିଶ୍ବବିଦ୍ୟାଳୟର ସାଇକୋଲଜି ବିଭାଗର ପୂର୍ବତନ ପ୍ରାଧ୍ୟାପିକା ପ୍ରଫେସର ଶାନ୍ତିଲତା ଚିନାରା  ଏବଂ ଅଜା ରଘୁନାଥ ଚିନାରା ଜଣେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଥିଲେ । ସେହିପରି ତାଙ୍କ ଜେଜେ ବାଲେଶ୍ବର ଜିଲ୍ଲା ଚୋରମରା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗୀୟ ନରେନ୍ଦ୍ରନାଥ କାମିଲା ଏବଂ ଜେଜେମା ଶ୍ରୀମତୀ ସୁବାଶୀନି କାମିଲା ଅଟନ୍ତି ।

ଅଂଶୁମାନ ସେକେଣ୍ଡାରୀ ସ୍କୁଲ ପରୀକ୍ଷାରେ ଓଡ଼ିଶାରେ ପ୍ରଥମସ୍ଥାନ ଅଧିକାର କରିଥିଲେ । ସେ ପାଇଥି ଅନେକ ବୃତ୍ତି ଯେଭଳି ଏନଟିଏସ୍, ଅଲ୍ ଇଣ୍ଡିଆ ପୋଷ୍ଟ ଗ୍ରାଜୁଏଟ ବୃତ୍ତି, ବ୍ୟାଙ୍କ ଅଫ ଟୋକିଓ ମିତସୁବିସ ବୃତ୍ତି ଇତ୍ୟାଦି ଅନ୍ତର୍ଗତ ।
First published: January 11, 2020, 7:18 PM IST