ରାଜ୍ୟର ସୀମା ବିବାଦକୁ ନେଇ ବିଧାନ ସଭା କମିଟିରେ ଉଦବେଗ; ସରକାରଙ୍କୁ ଦାୟୀ କରୁଛନ୍ତି ବିରୋଧୀ
ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡ ସହ ଥିବା ସୀମା ବିବାଦକୁ ନେଇ ସରକାର ଯତ୍ନବାନ ଅଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ କହିଥିବା ବେଳେ ‘‘ସରକାରଙ୍କ ଉଦାସୀନତା ଯୋଗୁଁ’’ ପଡ଼ୋଶୀ ରାଜ୍ୟମାନେ ମନମାନି କରୁଛନ୍ତି ବୋଲି ବିଜେପି କହିଛି ।

ବାଲେଶ୍ବରର ନଅଟି ଗ୍ରାମକୁ ନେଇ ପଶ୍ଚିମ ବଙ୍ଗ ସହ ରହିଛି ବିବାଦ । (ଫାଇଲ୍ ଫଟୋ)
- News18 Odia
- Last Updated: January 20, 2021, 11:56 PM IST
ଭୁବନେଶ୍ୱର: ଓଡ଼ିଶାର ଚାରିଟି ପଡ଼ୋଶୀ ରାଜ୍ୟ ସହ ଲାଗି ରହିଥିବା ସୀମା ବିବାଦର ସମାଧାନ ଲାଗି ହେଉଥିବା ପ୍ରୟାସକୁ ନେଇ ବିଧାନ ସଭାର ଗୃହ କମିଟିରେ ଆଲୋଚନା ହୋଇଛି ଓ ଉଦବେଗ ପ୍ରକାଶ ପାଇଛି । ରାଜ୍ୟର ବିଭିନ୍ନ ସୀମାରେ ଥିବା ସମସ୍ୟାର ବର୍ତ୍ତମାନ ସ୍ଥିତି କ’ଣ ରହିଛି ତା’ ଉପରେ ଆଗାମୀ ବୈଠକରେ ରିପୋର୍ଟ ଦେବାକୁ ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗ ସହ ଓଡ଼ିଶାର ସୀମା ବିବାଦ ଲାଗି ରହିଛି । କୋରାପୁଟର କୁଟିଆ ଗ୍ରାମପୁଞ୍ଜର ୨୧ଟି ଗ୍ରାମକୁ ନେଇ ଆନ୍ଧ୍ର ସହ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିବା ବେଳେ ବାଲେଶ୍ବରର ନଅଟି ଗ୍ରାମକୁ ନେଇ ପଶ୍ଚିମ ବଙ୍ଗ ସହ ରହିଛି ବିବାଦ । ଛତିଶଗଡ଼ ଓ ଝାଡ଼ଖଣ୍ଡ ସହ ବି ସୀମା ବିବାଦ ରହିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କି ନିର୍ଦୟ! ବାଡ଼ି ଓ ରଡ଼ରେ ପିଟି ପିଟି ଡଲଫିନକୁ ହତ୍ୟା କଲେ; VIDEO ଭାଇରାଲ ହେଲା; ୩ ଗିରଫ

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର
ପୂର୍ବରୁ କୁଟିଆରେ ଥାନା ପ୍ରତିଷ୍ଠା ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲା ଗୃହ କମିଟି । ଏପରିକି ଗତ ବିଧାନ ସଭାରେ ମନ୍ତ୍ରୀ କହିଥିଲେ ଯେ କୁଟିଆରେ ୧,୬୨୭ଟି ଆଧାର କାର୍ଡ଼ ଓ ୨,୧୭୦ଟି ଜଙ୍ଗଲ ପଟ୍ଟା ଯୋଗାଇ ଦିଆଯାଇଛି । ତେବେ କାମର ଅଗ୍ରଗତି କ’ଣ ହୋଇଛି ଓ ବର୍ତ୍ତମାନର ସ୍ଥିତି କଣ ଏ ଭଳି ବିଭନ୍ନ ଦିଗକୁ ନେଇ ଆଲୋଚନା ହୋଇଥିବା ବେଳେ ସୀମା ବିବାଦକୁ ନେଇ ମୋଟାମେଟି ସ୍ଥିତି କ’ଣ ରହିଛି ଆଗାମୀ ବୈଠକରେ ସେ ବିଷୟରେ ତଥ୍ୟ ରଖିବାକୁ ସଂପୃକ୍ତ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ସମୁଦ୍ର କୂଳରେ ଅଦା ଶର୍ମାଙ୍କ ବ୍ୟାୟାମ ଓ ଅଦ୍ଭୁତ ଡିଆଁ ମରା ଦେଖି ଆପଣ ଚକିତ ହେବେ… VIDEO
‘‘କୁଟିଆ ଗ୍ରାମପୁଞ୍ଜର ବର୍ତ୍ତମାନ ସ୍ଥିତି କ’ଣ ଅଛି ଓ ସେଠାରେ କ’ଣ ସମସ୍ୟା ରହିଛି ସେ ନେଇ ଆଲୋଚନା ହୋଇଥିଲା । ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା ନଦୀର ଧାର ପରିବର୍ତ୍ତନ ଯୋଗୁଁ ସୀମା ସମସ୍ୟା ଉପୁଜୁଛି । ଝାରସୁଗୁଡ଼ାରେ ବି କିଛି ସମସ୍ୟା ଉପୁଜୁଛି । ତେଣୁ ଏହି ସବୁ ଅଞ୍ଚଳରେ କ’ଣ ସ୍ଥିତି ରହିଛି ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଆଗାମୀ ବୈଠକରେ ତଥ୍ୟ ରଖିବାକୁ କୁହାଯାଇଛି ବୈଠକ ପରେ କହିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
ଏହା ବି ପଢ଼ନ୍ତୁ | ଇଏ ତ ଚମତ୍କାର! ବିବାହ ଉତ୍ସବକୁ ଅତିଥି ହୋଇ ଯାଇଥିବା ଯୁବକ ସେଠାରୁ ବର ହୋଇ ଫେରିଲା
ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ‘‘ସରକାର ସୀମା ବିବାଦକୁ ନେଇ ଯତ୍ନବାନ ଅଛନ୍ତି । ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡ ସହ ବିବାଦ ରହିଛି । କୁଟିଆରେ ଅଧିକ ସମସ୍ୟା ରହିଛି । ଅନ୍ୟ ସ୍ଥାନରେ ସେପରି ସମସ୍ୟା ନାହିଁ । ସବୁ ସୁବିଧା ସୁଯୋଗ କିପରି ଲୋକେ ପାଇବେ ସେ ନେଇ ଆଲୋଚନା ହୋଇଛି । ଆଗାମୀ ବୈଠକରେ ଅଧିକାରୀଙ୍କୁ ଡକାଯାଇଛି ସ୍ଥିତି କ’ଣ ଅଛି ଓ କିପରି ଲୋକେ ସୁବିଧା ପାଇପାରିବେ ସେ ନେଇ ଆଲୋଚନା ହେବ ।’’
ପଡ଼ୋଶୀ ରାଜ୍ୟ ସହ ଗୋଟେ ପରେ ଗୋଟେ ବିବାଦ ସାମ୍ନାକୁ ଆସୁଥିବା ବେଳେ ଏଥି ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ବିରୋଧୀ । ବିଜେପି କହିଛି ଯେ ‘‘ସରକାରଙ୍କ ଉଦାସୀନତା ଯୋଗୁଁ’’ ପଡ଼ୋଶୀ ରାଜ୍ୟମାନେ ମନମାନି କରୁଛନ୍ତି । ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ନେଇ ଆକର୍ଷିତ କରୁଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବିରାଟ କୋହଲି ବାପା ହେଲେ; ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏକ ଶିଶୁ କନ୍ୟାକୁ ଜନ୍ମ ଦେଲେ
‘‘ଗୃହ କମିଟି ବୈଠକରେ ଯାହା ନିଷ୍ପତ୍ତି ହେଉଛି ତାହା କାର୍ଯ୍ୟକାରୀ ହେଉନି । ପଡ଼ୋଶୀ ରାଜ୍ୟମାନେ ସ୍ଥାନୀୟ ଲୋକଙ୍କୁ ଅଧିକ ସୁବିଧା ସୁଯୋଗ ଦେଇ ତାଙ୍କ ଆଡ଼କୁ ଆକର୍ଷିତ କରୁଛନ୍ତି । ଗୃହ କମିଟି ରେକମେଣ୍ଡ କରୁଥିଲେ ବି ନିଷ୍ପତ୍ତି କାର୍ଯ୍ୟକାରୀ ହେଉନି । ଜିଲ୍ଲାପାଳ ଓ ଏସ୍.ପି.ମାନେ ଯାଇ ତଦାରଖ କରିବା କଥା, କିନ୍ତୁ କରୁନାହାନ୍ତି । ସରକାରଙ୍କ ଉଦାସୀନତା ଯୋଗୁଁ ସମସ୍ୟାର ସମାଧାନ ହୋଇପାରୁନି । କେବଳ କମିଟି ମିଟି ବସୁଛି, କିନ୍ତୁ କିଛି କାର୍ଯ୍ୟକାରୀ ହେଉନି । ଏଥି ଯୋଗୁଁ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବା ସହ ଅନେକ ସମସ୍ୟା ଉପୁଜୁଛି,’’ କହିଛନ୍ତି ବିଜେପି ବିଧାୟକ ମୋହନ ମାଝୀ ।
କଂଗ୍ରେସ ବିଧାୟକ ସନ୍ତୋଷ ସି ସାଲୁଜା କହିଛନ୍ତି, ‘‘ରାଜ୍ୟର ସୀମାକୁ ନେଇ ଦୀର୍ଘ ଦିନର ବିବାଦ ରହିଛି । ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ସେହି ବିବାଦଗୁଡ଼ିକ ସମାଧାନ ହୋଇପାରୁନି । ପଡୋଶୀ ରାଜ୍ୟମାନେ ସ୍ଥାନୀୟ ଲୋକଙ୍କୁ ବ୍ୟାଙ୍କ ଲୋନ୍ ଓ ଭତ୍ତା ଠାରୁ ଆରମ୍ଭ କରି ସବୁ ପ୍ରକାର ସୁବିଧା ସୁଯୋଗ ଦେଉଛନ୍ତି । ତେଣୁ ଲୋକେ ପଡ଼ୋଶୀ ରାଜ୍ୟମୁହାଁ ହେଉଛନ୍ତି । ବିଧାନ ସଭାରେ ବାରମ୍ବାର ଏହି ପ୍ରସଙ୍ଗ ଉଠୁଥିଲେ ବି ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି ।’’