କନ୍ଧମାଳ ଜଳେଶପଟା ଆଶ୍ରମର ମୁଖ୍ୟଙ୍କୁ ହତ୍ୟା ଧମକ: ବିଶ୍ଵ ହିନ୍ଦୁ ପରିଷଦ କହିଲା ‘‘ଆଉ ସହିବୁ ନାହିଁ’’
ଗତ ୨୪ ଘଣ୍ଟା ଭିତରେ ଜଳେଶପଟା ଆଶ୍ରମର ସ୍ୱାମୀଜୀଙ୍କୁ ଦୁଇ ଦୁଇ ଥର ମିଳିଥିବା ହତ୍ୟା ଧମକ ଘଟଣାକୁ ଗୁରୁତର ସହ ଗ୍ରହଣ କରିଛି ରାଜ୍ୟ ବିଜେପି ଓ ତା’ ସହଯୋଗୀ ବିଶ୍ଵ ହିନ୍ଦୁ ପରିଷଦ (VHP)।

ହତ୍ୟା ଧମକ ପରେ ନିଜେ ସ୍ୱାମୀଜୀ (ବାମ) ତୁମୁଡି଼ବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
- News18 Odia
- Last Updated: February 21, 2021, 8:46 PM IST
ଭୁବନେଶ୍ୱର: କନ୍ଧମାଳ ସ୍ଥିତ ଜଳେଶପଟା କନ୍ୟାଶମର ମୁଖ୍ୟ ସ୍ୱାମୀଜୀ ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ଦୁଇ ଦୁଇ ଥର ମିଳିଥିବା ହତ୍ୟା ଧମକକୁ ନେଇ ତୀବ୍ର ହେବାରେ ଲାଗିଛି ରାଜ୍ୟ ରାଜନୀତି । ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ମୁଖ୍ୟ ବିରୋଧୀ ଦଳ ବିଜେପି ଓ ତା’ ସହଯୋଗୀ ବିଶ୍ଵ ହିନ୍ଦୁ ପରିଷଦ (ଭି.ଏଚ୍.ପି.)।
ଗତ ୨୪ ଘଣ୍ଟା ଭିତରେ ଜଳେଶପଟା ଆଶ୍ରମର ସ୍ୱାମୀଜୀଙ୍କୁ ମିଳିଥିବା ହତ୍ୟା ଧମକ ଘଟଣାକୁ ଗୁରୁତର ସହ ଗ୍ରହଣ କରିଛି ରାଜ୍ୟ ବିଜେପି । ଭୁବନେଶ୍ୱରରୁ ବିଜେପିର ଏକ ସାତ-ଜଣିଆ ଦଳ ଜଳେଶପଟା ଆଶ୍ରମ ପରିଦର୍ଶନ କରିଛନ୍ତି। ଏହି ଟିମରେ ଅଛନ୍ତି ରାଜ୍ୟ ବିଜେପିର କିଛି ତୁଙ୍ଗ ନେତା । ସେମାନେ ଘଟଣାର ବିସ୍ତୃତ ତର୍ଜମା କରିବା ସହିତ ଭୁବନେଶ୍ୱର ଫେରି ରାଜ୍ୟ ନେତୃତ୍ବକୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | କଦଳୀର ସାଇଜ୍ ଦେଖି ଚମକି ଗଲେ ମହିଳା; ସୋସିଆଲ୍ ମିଡି଼ଆରେ ଫଟୋ ଭାଇରାଲ୍ ହେଲା
ଏହା ବି ପଢ଼ନ୍ତୁ | ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ
‘‘୨୦୦୮ରେ ସ୍ୱାମୀଜୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା । ତା’ର କିଛି ମାସ ପୂର୍ବରୁ ତାଙ୍କୁ ମଧ୍ଯ ଏଭଳି ବାରମ୍ବାର ହତ୍ୟା ଧମକ ଆସିଥିଲା। ହେଲେ ସେହି ଧମକକୁ ପ୍ରଶାସନ ଅଣଦେଖା କରିବା କାରଣରୁ ଶେଷରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଗଲା । ଲମ୍ବା ସମୟ ପରେ ବି ଏ ପର୍ଯ୍ୟନ୍ତ ସେହି ଘଟଣାର ପୂର୍ଣାଙ୍ଗ ରିପୋର୍ଟ ଆସିପାରି ନାହିଁ,’’ କହିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ଉପ-ସଭାପତି ପଣ୍ଡିତ ମହେଶ ସାହୁ ।
ଏହା ବି ପଢ଼ନ୍ତୁ | ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଖେଳାଳିମାନେ ଭୟରେ ଖେଳନ୍ତି: ଅଷ୍ଟ୍ରେଲିଆର ପୂର୍ବ ଖେଳାଳି
ସେ ଆହୁରି କହିଛନ୍ତି, ‘‘ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା କାରଣରୁ ଏଭଳି ଘଟଣା ବାରମ୍ବାର ଘଟୁଛି । ୟାକୁ ଆଉ ଆମେ ସହ୍ୟ କରିବୁ ନାହିଁ । ଏହାର ଜବାବ ଦେବୁ । ତେଣୁ ବର୍ତ୍ତମାନ ସ୍ଥିତିରେ ଆଶ୍ରମର ସୁରକ୍ଷା ବଢ଼ୁ ଓ ଦୋଷୀଙ୍କୁ ଦଣ୍ଡ ଦିଆଯାଉ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ର ଚୂଡାନ୍ତ ରିପୋର୍ଟ ପ୍ରକାଶ କରାଯାଉ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | କଳା ବିକିନି ପିନ୍ଧି ସୌନ୍ଦର୍ୟା ଶର୍ମା ବୋଲ୍ଡ ପୋଜ୍ ଦେଲେ; ତାଙ୍କ ଫ୍ୟାନମାନଙ୍କ ଖୁସିର ସୀମା ନାହିଁ
ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ପ୍ରକାଶ କରିନାହାନ୍ତି ଶାସକ ବିଜେଡି ଓ କଂଗ୍ରେସ । ଏହା ଏକ ସ୍ପର୍ଶକାତର ପ୍ରଶଙ୍ଗ ବୋଲି ଦର୍ଶାଇ ଉଭୟ ଦଳ ଚୁପ୍ ରହିଛନ୍ତି । ଅନ୍ୟ ପକ୍ଷରେ ଏହି ଘଟଣା ପରେ ଏହା ଉପରେ ତ୍ୱରିତ ପଦକ୍ଷେପ ନିଆଯାଇଛି ବୋଲି ରାଜ୍ୟ ପ୍ରଶାସନିକ ମହକୁମା ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଏହି ହତ୍ୟା ଧମକ ପରେ ନିଜେ ସ୍ୱାମୀଜୀ ତୁମୁଡି଼ବନ୍ଧ ଥାନାରେ ଲିଖିତ ଅଭିଯୋଗ କରି ନିଜ ଜୀବନ ପାଇଁ ସୁରକ୍ଷା ମାଗିଥିବାରୁ ଏହାକୁ ଗୁରୁତର ସହିତ ବିଚାର କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଫୁଲବାଣୀରେ ପରିଚାଳିତ କନ୍ୟାଶ୍ରମର ମୁଖ୍ୟ ସ୍ଵାମୀ ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ଗତ ୨୪ ଘଣ୍ଟା ଭିତରେ ଆସିଛି ଦୁଇ ଦୁଇ ଥର ହତ୍ୟା ଧମକ । ଫୋନରେ ଦୁଇଟି ଯାକ ଧମକରେ ଧମକକାରୀ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇଛି । ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତକୁ ଜୋରଦାର କରିଛି ।