ଭାଙ୍ଗିବ ରାଜ୍ୟ ବିଜେପିର ସବୁ ପୁରୁଣା କମିଟି; ୨୦୨୪ ନିର୍ବାଚନ ଉପରେ ଆଗୁଆ ନଜର

ରାଜ୍ୟରେ ବିଜେପିର ୩୭ ହଜାର ଦଳୀୟ ବୁଥ୍‌ରେ ଜୁଲାଇ ୬ ତାରିଖରୁ ଆରମ୍ଭ ହୋଇଥିବା ବୁଥ୍‌ କମିଟି, ମଣ୍ଡଳ କମିଟି ଓ ଜିଲ୍ଲା କମିଟି ସଭାପତି ନିର୍ବାଚନ ଆନୁଷ୍ଠାନିକଭାବେ ଶେଷ ହୋଇଛି । ଏବେ ପୁରୁଣା କମିଟି ଭାଙ୍ଗି ନୂଆ ଗଠନ ଉପରେ ଦଳର ନଜର କେନ୍ଦ୍ରୀଭୂତ ହୋଇଛି ।

ଭାଙ୍ଗିବ ରାଜ୍ୟ ବିଜେପିର ସବୁ ପୁରୁଣା କମିଟି; ୨୦୨୪ ନିର୍ବାଚନ ଉପରେ ଆଗୁଆ ନଜର
ପାରମ୍ପରିକ ପ୍ରକ୍ରିୟା, ଦୂରକୁ ନଜର
  • News18 Odia
  • Last Updated: December 23, 2019, 7:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର:  ରାଜ୍ୟ ବିଜେପିର ସମସ୍ତ ପୁରୁଣା କମିଟି ଭଙ୍ଗାଯାଇ ଗଠନ ହେବ ନୂଆ କମିଟି । ଅର୍ଥାତ ଦଳ ପାଇଁ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ କମିଟି ଯଥା ବିଜେପି ଯୁବ ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ମହିଳା ମୋର୍ଚ୍ଚା , ଆଦିବାସୀ ମୋର୍ଚ୍ଚା ଭଳି କମିଟିଗୁଡିକର ପୁନର୍ଗଠନ ହେବ ।

ଦଳ କହିଛି ଯେ ଖୁବ୍‌ ଶୀଘ୍ର ରାଜ୍ୟର ନୂଆ ସଭାପତି ନିର୍ବାଚ଼ନ ପ୍ରକ୍ରିୟା ସରିବା ପରେ ଏହି ପୁରୁଣା କମିଟିଗୁଡ଼ିକର ପୁର୍ନଗଠନ ପ୍ରକ୍ରିୟା ଆରମ୍ଭ ହେବ । ତେବେ କେଉଁ କେଉଁ କମିଟିର ପୁନର୍ଗଠନ ହେବ ଓ କମିଟିଗୁଡି଼କର ନେତା ବଦଳିବେ କି ନାହିଁ, ଏ ସବୁ ନିଷ୍ପତ୍ତି ନୂଆ ସଭାପତିଙ୍କ ଉପରେ ନିର୍ଭର କରୁଥିବା ଦଳ ସ୍ପଷ୍ଟ କରିଛି ।

ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ର୍ରକ୍ରିୟା । ରାଜ୍ୟରେ ବିଜେପିର ୩୭ ହଜାର ଦଳୀୟ ବୁଥ୍‌ରେ ଜୁଲାଇ ୬ ତାରିଖରୁ ଆରମ୍ଭ ହୋଇଥିବା ବୁଥ୍‌ କମିଟି, ମଣ୍ଡଳ କମିଟି ଓ ଜିଲ୍ଲା କମିଟି ସଭାପତି ନିର୍ବାଚନ ଆନୁଷ୍ଠାନିକଭାବେ ଶେଷ ହୋଇଛି । ଏବେ ଦଳର ନଜର କେନ୍ଦ୍ରୀଭୂତ ହୋଇଛି ରାଜ୍ୟ ସଭାପତି ନିର୍ବାଚନ ଉପରେ ।

ଯାହା ଆକଳନ କରାଯାଉଛି ଚିଳତ ସପ୍ତାହ ସୁଦ୍ଧା ସରିବ ସଭାପତି ନିର୍ବାଚ଼ନ ପ୍ରକ୍ରିୟା । ଆଉ ସଭାପତି ନିର୍ବାଚ଼ନ ପରେ ହିଁ ଦଳର ସଙ୍ଗଠନ ସଜାଡି଼ବା ପ୍ରକ୍ରିୟା ତ୍ବରାନ୍ବିତ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ଦଳ ।

‘‘ସଭାପତି ନିର୍ବାଚ଼ନ ପରେ ଖୁବ୍‌ ଶୀଘ୍ର ଦଳର ପୁରୁଣା କମିଟିଗୁଡି଼କର ପୁନର୍ଗଠନ ହେବ ହେବ । ଦଳ ପାଇଁ ତୃଣମୂଳ ସ୍ତରରେ ସଙ୍ଗଠନ ସଜାଡୁଥିବା ବିଭିନ୍ନ କମିଟିଗୁଡି଼କର ହେବ ସାଙ୍ଗଠନିକ ବିନ୍ୟାସ । ଏ ସବୁ ଦଳର ପାରମ୍ପରିକ ପ୍ରକ୍ରିୟା । ଏହା ଦଳକୁ ସଶକ୍ତ କରିବା ଲାଗି ଉଦ୍ଦିଷ୍ଟ,’’ କହିଛନ୍ତି ରାଜ୍ୟ ବିଜେପିର ସହ-ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ ।

ବିଜେପି ଭୁବନେଶ୍ବର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ କହିଛନ୍ତି ଯେ ବିଜେପି ଏକ ଶୃଙ୍ଖଳିତ ଦଳ ହୋଇଥିବାରୁ ସାଙ୍ଗଠନିକ କମିଟିମାନଙ୍କର ପୁର୍ନଗଠନ ଏହାର ଏକ ନିୟମିତ ପ୍ରକ୍ରିୟା । ଏହାକୁ ନେଇ ଦଳ ଭିତରେ କୌଣସି ଅସନ୍ତୋଷ ପୂର୍ବରୁ ନଥିଲା କି ଏବେ ନାହିଁ ।

‘‘ଦଳକୁ ତୃଣମୂଳ ସ୍ତରରୁ ସଶକ୍ତ କରିବା ଓ ଦଳୀୟ କର୍ମୀଙ୍କ ଭିତରେ ଉତ୍ସାହ ଭରିବା ହେଉଛି ଏସବୁ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ। ୨୦୨୪ ନିର୍ବାଚନ ପାଇଁ ଏହା ଦଳକୁ ସଜାଡିବାରେ ସହାୟତା କରିବ,’’ କହିଛନ୍ତି ଖୁଣ୍ଟିଆ ।

ଦଳର କମିଟିଗୁଡି଼କର ପୁନର୍ଗଠନ ପ୍ରକ୍ରିୟା ଦଳୀୟ ନିର୍ବାଚ଼ନ ଧାରାର ଏକ ଅଂଶ ବିଶେଷ ବୋଲି କହିଛନ୍ତି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀ । ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ସୁରଥ ବିଶ୍ବାଳଙ୍କ କହିବା ଅନୁସାରେ ରାଜ୍ୟ ସଭାପତି ନିର୍ବାଚ଼ନ ପରେ ହିଁ ଦଳର ସଙ୍ଗଠନକୁ ସଜାଡି଼ବା ଦାୟିତ୍ବ ନବନିର୍ବାଚିତ ରାଜ୍ୟ ସଭାପତିଙ୍କର ।

‘‘ତେବେ ନୂଆ ସଭାପତିଙ୍କର ଅଧିକାର ମଧ୍ୟ ଅଛି ଯେ ସେ ଚାହିଁଲେ ପୁରୁଣା କମିଟିଗୁଡିକର ପୁନର୍ଗଠନ ନ କରିପାରନ୍ତି । ତେବେ ଦଳର ନିଷ୍ପତ୍ତିକୁ କର୍ମକର୍ତ୍ତାମାନେ ସ୍ବାଗତ କରିବା ହେଉଛି ନିୟମ । ୟାକୁ ଆମେ ସ୍ବାଗତ କରୁଛୁ,’’ କହିଛନ୍ତି ବିଶ୍ୱାଳ ।
First published: December 23, 2019, 7:23 PM IST
corona virus btn
corona virus btn
Loading