ସ୍ମିତାରାଣୀ ପରେ ଯାଜପୁରରେ ଘଟିଛି ଆଉ ଏକ ଦୁଷ୍କର୍ମ? ବିଜେପି ଆଣିଲା ସାଙ୍ଘାତିକ ଅଭିଯୋଗ

ଏ ଘଟଣାରେ ଅଭିଯୁକ୍ତମାନେ ବନ୍ଧୁକ ମୂନରେ ଦୁଷ୍କର୍ମ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ନାବାଳିକାର ଆଖିରେ ଅନ୍ଧପୁଟୁଳି ବାନ୍ଧି ତାକୁ ବିଭିନ୍ନ ସ୍ଥାନକୁ ନିଆଯାଇଛି ଓ ସବୁଠି ତା’ ସହିତ ଦୁଷ୍କର୍ମ ହୋଇଛି ବୋଲି କହିଛି ଦଳ ।

ସ୍ମିତାରାଣୀ ପରେ ଯାଜପୁରରେ ଘଟିଛି ଆଉ ଏକ ଦୁଷ୍କର୍ମ? ବିଜେପି ଆଣିଲା ସାଙ୍ଘାତିକ ଅଭିଯୋଗ
ବିଜେପିର ମହିଳା ନେତ୍ରୀମାନେ ଘଟଣା ବିଷୟରେ କହୁଛନ୍ତି ।
  • News18 Odia
  • Last Updated: January 23, 2020, 2:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ନାବାଳିକାଙ୍କ ସହ ଘଟୁଥିବା ଦୁଷ୍କର୍ମ ଘଟଣାକୁ ନେଇ ମୁଖ୍ୟ ବିରୋଧୀ ଦଳ ବିଜେପି ଆଣିଛି ସାଙ୍ଘାତିକ ଅଭିଯୋଗ । ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ଅଭିଯୋଗ ଅନୁସାରେ ଯାଜପୁର ଧର୍ମଶାଳା ଅନ୍ତର୍ଗତ କଣ୍ଟିଗାଡିଆ ଅଞ୍ଚଳରେ ଆଉ ଏକ ନାବାଳିକା ଦୁଷ୍କର୍ମ ଘଟଣା ଘଟିଛି ।

‘‘ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ । ଏକ ଗରିବ ପରିବାରର ଜଣେ ନାବାଳିକାକୁ ଘରୁ ଉଠାଇ ନିଆଯାଇ ତାକୁ ବଳାତ୍କାର କରାଯାଇଛି। ବାରମ୍ବାର ଯାଜପୁର ଜିଲ୍ଲାରେ ଏଭଳି ଘଟଣା ଘଟୁଛି,’’ କହିଛନ୍ତି ଲେଖାଶ୍ରୀ । ବିଜେପିର ଟିମ ଘଟଣା ସ୍ଥଳକୁ ଯାଇଛି ଓ ତଥ୍ୟ ସଂଗ୍ରହ କରିଛି ବୋଲି ସେ କହିଛନ୍ତି ।

ସେ ଅଭିଯୋଗ କରିଛନ୍ତି ଯେ ଏହି ଘଟଣାରେ ଅଭିଯୁକ୍ତମାନେ ବନ୍ଧୁକ ମୂନରେ ଦୁଷ୍କର୍ମ କରିଛନ୍ତି । ‘‘ନାବାଳିକା ଆଖିରେ ଅନ୍ଧପୁଟୁଳି ବାନ୍ଧି ତାକୁ ବିଭିନ୍ନ ସ୍ଥାନକୁ ନିଆଯାଇଛି। ସବୁଠାରେ ତା ସହିତ ଦୁଷ୍କର୍ମ ହୋଇଛି। ସ୍ମିତାରାଣୀ ଘଟଣା ପରେ ଏହା ଆଉ ଏକ ଦୁର୍ଭାଗ୍ୟଜନକ ଘଟଣା । ଏହା ପ୍ରମାଣିତ କରିଛି ଯେ ପୋଲିସର ସାହସରେ ହିଁ ଦୁର୍ବୃତ୍ତମାନେ ଏ ଘଟଣା ଭିଆଇଛନ୍ତି,’’ ସେ କହିଛନ୍ତି ।

ଲେଖାଶ୍ରୀ ଆହୁରି ଅଭିଯୋଗ କରିଛନ୍ତି ଯେ ପୋଲିସ ଏ ଯାଏ ମାତ୍ର ଚ଼ାରି ଜଣଙ୍କୁ ଗିରଫ କରିଛି, ହେଲେ ଅନ୍ୟ ଅଭିଯୁକ୍ତକୁ ଗିରଫ କରୁନାହିଁ । ‘‘ଏହା ପ୍ରମାଣିତ କରୁଛି ଅପରାଧୀ ଆଉ ପୋଲିସ କୁ ଭୟ କରୁନାହାନ୍ତି । ଯାଜପୁରର ମହିଳା MP କାହିଁକି ଚ଼ୁପ? ୟା’ ପଛରେ ଏକ ରାକେଟ କାମ କରୁଛି କି?’’ ସେ ପଚ଼ାରିଛନ୍ତି ।

ଲେଖାଶ୍ରୀ ପୁଣି କହିଛନ୍ତି: ’’ସ୍ମିତରାଣୀ ଘଟଣାର ରଙ୍ଗ ମହଲ ଭଳି ଏଠି ବେଆଇନ କୋଠାରେ ଏଭଳି ଘଟଣା ହୋଇଛି । ତୁରନ୍ତ ଯାଜପୁର ଜିଲ୍ଲା ଏସ୍‌.ପି.ଙ୍କୁ ବରଖାସ୍ତ କରନ୍ତୁ ସରକାର । ଏସବୁ ଘଟଣାର ତଦନ୍ତ ହେବା ଜରୁରୀ । ନହେଲେ ଆଗକୁ ପ୍ରତିବାଦ କରିବ ବିଜେପି’’ ।
First published: January 23, 2020, 2:50 PM IST