ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ BJPର ଆଗୁଆ ପ୍ରସ୍ତୁତି; ମୋଦି ସରକାରଙ୍କ ସଫଳତା ବଖାଣିଲେ ଚୁଗ୍

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ BJPର ଆଗୁଆ ପ୍ରସ୍ତୁତି; ମୋଦି ସରକାରଙ୍କ ସଫଳତା ବଖାଣିଲେ ଚୁଗ୍

ବିଜେପିର ବରିଷ୍ଠ ଜାତୀୟ ନେତା ତରୁଣ ଚୁଗ ତିନି-ଦିନିଆ ଓଡି଼ଶା ଗସ୍ତରେ ଆସି ବିଭିନ୍ନ ପର୍ଯ୍ୟାୟରେ ଦଳର ସାଧାରଣ କର୍ମୀଙ୍କଠାରୁ ଆରମ୍ଭ କରି ତୁଙ୍ଗ ନେତାଙ୍କ ସହିତ ଆଲୋଚନା ଆରମ୍ଭ କରିଛନ୍ତି ।

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ BJPର ଆଗୁଆ ପ୍ରସ୍ତୁତି; ମୋଦି ସରକାରଙ୍କ ସଫଳତା ବଖାଣିଲେ ଚୁଗ୍
ତରୁଣ ଚୁଗଙ୍କୁ ଓଡ଼ିଶା ବିଜେପିର ନେତାମାନେ ସ୍ୱାଗତ କରୁଛନ୍ତି ।
  • News18 Odia
  • Last Updated: July 22, 2021, 11:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପାଇଁ ବିଗୁଲ ଏ ପର୍ଯ୍ୟନ୍ତ ବାଜି ନ ଥିଲେ ବି ନିର୍ବାଚନ ପ୍ରସ୍ତୁତି ପାଇଁ ରୀତିମତ କସରତ ଆରମ୍ଭ କରି ଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ। ବିଶେଷ କରି ଏହି ଦୁଇ ନିର୍ବାଚନ ଉପରେ ଆଖି ରଖିଥିବା ରାଜ୍ୟ ବିଜେପି ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଦେଖିବାକୁ ମିଳୁଛି। ନିର୍ବାଚନକୁ ଆଖିରେ ରଖି ଚାଷୀ ଓ ଚାଷ ସହିତ ବିଭିନ୍ନ ସହରର ସ୍ଥାନୀୟ ସମସ୍ୟା ସହ ଜଡି଼ତ ହୋଇ ଲୋକଙ୍କ ଆସ୍ଥାଭାଜନ ହେବାକୁ ରାଜ୍ୟ ବିଜେପି ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି।

ବିଜେପିର ବରିଷ୍ଠ ଜାତୀୟ ନେତା ତଥା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗଙ୍କ ତିନି-ଦିନିଆ ଓଡି଼ଶା ଗସ୍ତ ଦଳର ଉତ୍ସାହକୁ ବହୁଗୁଣିତ କରିଛି। ଗୁରୁବାରଠାରୁ  ଆରମ୍ଭ ହୋଇଥିବା ତରୁଣ ଚୁଗଙ୍କ ଗସ୍ତ ଶନିବାର ପର୍ଯ୍ୟନ୍ତ ଚାଲିବ। ସେ ବିଭିନ୍ନ ପର୍ଯ୍ୟାୟରେ ଦଳର ସାଧାରଣ କର୍ମୀଙ୍କଠାରୁ ଆରମ୍ଭ କରି ତୁଙ୍ଗ ନେତାଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଏହା ବି ପଢ଼ନ୍ତୁ | ଦେଶର ସର୍ବ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ପୁଣି ଥରେ କରୋନାରେ ସଂକ୍ରମିତ ହେଲେ

ଗସ୍ତର ପ୍ରଥମ ଦିନରେ ଚୁଗ ଏକାଧିକ ମାରାଥନ ବୈଠକରେ ଭାଗ ନେବା ସହିତ ଗଣମାଧ୍ୟମ ଆଗରେ ମତ ରଖିଛନ୍ତି । ମୋଦି ସରକାରଙ୍କ ଗତ ସାତ ବର୍ଷର ସଫଳତାର କାହାଣୀ ବଖାଣି ସେ ଗଣମାଧ୍ୟମକୁ କହିଛନ୍ତି, ‘‘ଦଳୀୟ ସଙ୍ଗଠନ ପାଇଁ ମୋ’ର ଏହି ତିନି-ଦିନିଆ ଗସ୍ତ ଉଦ୍ଦିଷ୍ଟ। ବିଜେପି ସରକାର ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆସିଛି।  ଗତ ସାତ ବର୍ଷ ଭିତରେ ମୋଦି ସରକାରଙ୍କର ଏହା ହେଉଛି ସବୁଠାରୁ ବଡ଼ ଉପଲବ୍ଧି ।’’

କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ତରୁଣ ଚୁଗ୍ ଭାଗ ନେଉଛନ୍ତି ।


‘‘ସାଧାରଣ ଗୃହିଣୀଙ୍କର ଆବଶ୍ୟକତାକୁ ପ୍ରାଥମିକତା ଦେଇ ସବୁଜ  ଜାଳେଣିର ପ୍ରାବଧାନ କରି ମୋଦି ସରକାର ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି ଓ ଦେଶର କୋଟି କୋଟି ମହିଳାଙ୍କ ଦ୍ୱାରା ଆସ୍ଥାଭାଜନ ହୋଇ ପାରିଛନ୍ତି । ଘରେ ଘରେ ଶୌଚାଳୟ ନିର୍ମାଣ  ପାଇଁ ପ୍ରୋତ୍ସାହନ ଦେଇ ଲୋକଙ୍କ ଜୀବନଧାରାରେ ଏକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଯୋଡ଼ି ପାରିଛନ୍ତି ମୋଦି ସରକାର । ଅଟଳ ପେନସନ ଯୋଜନା ମଧ୍ୟ ୩.୧୦ କୋଟି ଲୋକଙ୍କ ଜୀବନରେ ନୂଆ ସମ୍ଭାବନା ଆଣିଛି । ପିଇବା ପାଣି ବ୍ୟବସ୍ଥା କରି ଲୋକଙ୍କ ଜୀବନଧାରାରେ ଏକ ସୁସ୍ଥ ପରିବର୍ତ୍ତନ ଆଣି ପାରିଛନ୍ତି ମୋଦି ସରକାର,’’ କହିଛନ୍ତି ତରୁଣ ଚୁଗ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଜାହ୍ନବୀ କପୁର ବି ନୋରା ଫତେହିଙ୍କ ପରି ବଡିକୋନ୍ ଡ୍ରେସ୍ ପିନ୍ଧି ନିଜ ରୂପର ଯାଦୁ ଦେଖାଇଲେ

କେନ୍ଦ୍ର ସରକାରଙ୍କ ସଫଳତାର ଫର୍ଦ୍ଦ ଉପସ୍ଥାପନ କରି ସେ ଆହୁରି କହିଛନ୍ତି, ‘‘ବିଶ୍ୱର ସବୁଠାରୁ ବଡ଼ ଉପଲବ୍ଧି  ହେଲା ୮୦ କୋଟି ଲୋକଙ୍କୁ ରାସନ ସୁବିଧା ଦେବା। ସାଧାରଣ ଲୋକଙ୍କ ପାଇଁ ଏହା ଏକ ଅପହଞ୍ଚ ସ୍ୱପ୍ନ ଥିଲା । ମାଗଣାରେ ଟିକା ବ୍ୟବସ୍ଥା ବି ବିଶ୍ବର ଏକ ବଡ଼ ଉପଲବ୍ଧି । ଏତେ ବଡ଼ ମହାମାରୀକୁ ଦୃଢ଼ତାର ସହିତ ମୁକାବିଲା କରିବା କିଛି ଛୋଟ କଥା ନୁହେଁ। ଏହାକୁ ବାରମ୍ବାର ପ୍ରମାଣିତ କରିଛନ୍ତି ମୋଦି ସରକାର। ତେଣୁ ଏସବୁ ଜନପ୍ରିୟ ପ୍ରସଙ୍ଗରେ ତୃଣମୂଳ ସ୍ତରରୁ ଲୋକଙ୍କୁ ସଚେତନ କରିବ ଦଳ।’’

ଏହା ବି ପଢ଼ନ୍ତୁ | ରାଜନୀତିରୁ ପଛକୁ ହଟିଲେ ଦକ୍ଷିଣର ସୁପରଷ୍ଟାର୍ ରଜନୀକାନ୍ତ; ନିଜ ପାର୍ଟିକୁ ନିଜେ ଭଙ୍ଗ କଲେ

କେନ୍ଦ୍ର ସରକାରଙ୍କ ଲୋକପ୍ରିୟ ଯୋଜନାର ପ୍ରଚାର ସହିତ ରାଜ୍ୟ ସରକାରଙ୍କ ବିଫଳତାକୁ ମଧ୍ଯ ସମାଲୋଚନା କରିଛନ୍ତି ତରୁଣ ଚୁଗ । ସେ ଅଭିଯୋଗ କରି କହିଛନ୍ତି, ‘‘ଲୋକଙ୍କ ପାଇଁ କେନ୍ଦ୍ର ସରକାର ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରୁଥିବା ବେଳେ ଏଭଳି ମହାମାରୀର ପ୍ରକୋପ ଭିତରେ ବି କିଛି ଲୋକ ରାଜନୈତିକ ରୁଟି ସେକୁଛନ୍ତି । କୃଷିଜାତ ସାମଗ୍ରୀର ଏମ୍‌.ଏସ୍‌.ପି. ବୃଦ୍ଧି ପାଇଁ କେନ୍ଦ୍ର ସଙ୍କଳ୍ପବଦ୍ଧ । କିନ୍ତୁ ଦୀର୍ଘ ଦିନ ଧରି ଓଡ଼ିଶାରେ କ୍ଷମତାରେ ଥିବା ନବୀନ ସରକାରର କାର୍ଯ୍ୟଧାରା ମନ୍ଥର ହୋଇଛି । ଲୋକେ ହତାଶ ହୋଇଛନ୍ତି । ତେଣୁ ଏସବୁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି। ଖୁବ୍‌ ଶୀଘ୍ର ଦଳର ଅନ୍ୟ ନେତାମାନେ ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ।’’



ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନର ଉଷ୍ମତା ଧୀରେ ଧୀରେ ଆରମ୍ଭ ହେଉଥିବାରୁ ନେତାମାନଙ୍କର ଏମିତି ଗସ୍ତ ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀମାନେ । ଏହି ଦୁଇଟି ଯାକ ନିର୍ବାଚନ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୋଲି ସେମାନେ କହିଛନ୍ତି ।
Published by: Anand ST Das
First published: July 22, 2021, 11:46 PM IST