ବିଜେପି ନେତା ଜଗନ୍ନାଥ ପ୍ରଧାନ କାଲି ଛାଡ଼ିଥିଲେ ଦଳ, ଆଜି ପୁଣି ଫେରିଆସିଲେ ଦଳକୁ

ନିଜ ଦଳ ବିଜେପି ପ୍ରତି ତାଙ୍କର କିଛି ଅଭିମାନ ଥିଲା, ଯାହା ଏବେ ଦୂର ହୋଇଛି ବୋଲି କହିଛନ୍ତି ଜଗନ୍ନାଥ ପ୍ରଧାନ । ‘‘ମୁଁ ମୋ’ ଅଭିମାନ ଭାଙ୍ଗିଲି । ମୋ’ର କିଛି ଅସନ୍ତୋଷ ନ ଥିଲା,’’ ସେ କହିଛନ୍ତି ।

ବିଜେପି ନେତା ଜଗନ୍ନାଥ ପ୍ରଧାନ କାଲି ଛାଡ଼ିଥିଲେ ଦଳ, ଆଜି ପୁଣି ଫେରିଆସିଲେ ଦଳକୁ
ଜଗନ୍ନାଥ ପ୍ରଧାନ ଗତ କାଲି (ବାମ) ଓ ଆଜି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିଜେପିର ଯୁବ ନେତା ତଥା ଭୁବନେଶ୍ୱରରେ ଦଳର ଜଣେ ଟାଣୁଆ ସଙ୍ଗଠକ ଭାବେ ଜଣାଶୁଣା ଜଗନ୍ନାଥ ପ୍ରଧାନ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାର ଦିନକ ପରେ ପୁଣି ଦଳକୁ ଫେରିଆସିଛନ୍ତି । ସେ ମଙ୍ଗଳବାର ଦିନ ନିଜର ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିକଟକୁ ପଠାଇ ଦେଇଥିଲେ, ହେଲେ ଆଜି ସେହି ପତ୍ର ପ୍ରତ୍ୟାହାର କରିନେଇଥିବା ଜଣାଇଛନ୍ତି ।

ବ୍ୟକ୍ତିଗତ କାରଣ ପାଇଁ ଦଳରୁ ଇସ୍ତଫା ଦେଇଥିବା ନିଜ ପତ୍ରରେ ଜଣାଇଥିଲେ ପ୍ରଧାନ । ହେଲେ ଆଜି (ବୁଧବାର) ସେ ପୁଣି ଦଳକୁ ଫେରିଆସିଛନ୍ତି ବୋଲି ଜଣାଇଛନ୍ତି । ‘‘ମୋ’ର କିଛି ଅଭିମାନ ଥିଲା । ତାହା ଦୂର ହୋଇଛି… ଦଳ ଆମ ପରିବାର । ସମସ୍ତଙ୍କୁ ନେଇ ଚାଲିବା ଭଲ । ମୁଁ ମୋ’ ଅଭିମାନ ଭାଙ୍ଗିଲି । ମୋ’ର କିଛି ଅସନ୍ତୋଷ ନ ଥିଲା,’’ ସେ କହିଛନ୍ତି ।

ନିଜ ଇସ୍ତଫା ପତ୍ରରେ ସେ ଲେଖିଥିଲେ: ‘‘ଦୀର୍ଘ ୨୫ ବର୍ଷ ଧରି ମୁଁ ଦଳ ସହିତ ରହିଛି । ଧଳ ପ୍ରତି ମୋ’ର ଯଥେଷ୍ଟ ସମ୍ମାନ ରହିଛି ।ଦଳକୁ ଅଧିକ ସମୟ ଦେଇପାରୁନାହିଁ । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଉଛି ।’’

ଗତ କାଲି ନିଜ ଇସ୍ତଫା ବିଷୟରେ ଘୋଷଣା କରିଥିଲେ ଜଗନ୍ନାଥ ପ୍ରଧାନ ।


ଜଗନ୍ନାଥ ପ୍ରଧାନ ଦଳରୁ ଇସ୍ତଫା ପତ୍ର ଦେବା ପରେ ବିଜେପିର କାର୍ଯ୍ୟକର୍ତ୍ତା ଓ ନେତାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା । ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଳା ସଭାପତି ଭାବେ ବାବୁ ସିଂଙ୍କ ନାମ ଘୋଷଣା ହେବା ପରେ ପ୍ରଧାନ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଥିଲା । ମଙ୍ଗଳବାର କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ଆଡଭୋକେଟ ଦେବେନ୍ଦ୍ର ମହାନ୍ତି ଓ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ଭାବେ ବାବୁ ସିଂଙ୍କ ନାମ ଘୋଷଣା କରାଯାଇଥିଲା । ଦୁଇ ସାଙ୍ଗଠନିକ ଜିଲ୍ଲାର ସଭାପତି ନାମ ଘୋଷଣା ପରେ ପରେ ଜଗନ୍ନାଥ ପ୍ରଧାନଙ୍କ ଇସ୍ତଫା ଦେବା ଅନେକ ପ୍ରଶ୍ନ ଠିଆ କରିଥିଲା ।

ଇସ୍ତଫା ଦେବା ପରେ ଜଗନ୍ନାଥ ପ୍ରଧାନ କହିଥିଲେ: ‘‘ଇସ୍ତଫା ଦେବା କଥା ସତ । କିନ୍ତୁ କାହିଁକି ଇସ୍ତଫା ଦେଲି ଓ କ’ଣ ପାଇଁ ଦେଲି ସେ ନେଇ ଆସନ୍ତା କାଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିବି ।’’

ଆଜି ସେ କହିଛନ୍ତି: ‘‘ଦଳରେ କିଛି ମାତ୍ରାରେ ବିଚ୍ୟୁତି ଥିବାରୁ ମୋ’ର ଅସନ୍ତୋଷ ଥିଲା । କାଲି ଠାରୁ ବିଭିନ୍ନ ରାଜ୍ୟ ନେତାଙ୍କ ସହ ଆଲୋଚନା ହୋଇଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବି ଆଲୋଚନା କରିଛି । ଏକାଠି ହୋଇ କାମ କରିବୁ, ଆଗକୁ ବଢିବୁ ।’’

ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି: ‘‘ମୋତେ ଲାଗୁନି ସେ (ପ୍ରଧାନ) ମୋ’ ପାଇଁ ଦଳ ଛାଡ଼ିଥିଲେ । ମୁଁ ଜଗା ଭାଇଙ୍କ ମତ ନେବାକୁ ତାଙ୍କ ପାଖକୁ ଯାଇଥିଲି । ମୋ’ର ସଭାପତି ହେବା ନେଇ କାହାର କିଛି ଅସୁବିଧା ଥିବା ମୋତେ ଲାଗୁନି ।’’

ଜଗନ୍ନାଥ ପ୍ରଧାନ ଇସ୍ତଫା ଦେବା ପରେ ତାଙ୍କ ଅଫିସ ରେ ବହୁ ନେତା ଓ କର୍ମୀଙ୍କୁ ଦେଖିବାକୁ ମିଳିଥିଲା। ଦୀର୍ଘ ସମୟ ଧରି ଦଳର କର୍ମୀ ଓ ନେତାଙ୍କ ସହିତ ସେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ଜଗନ୍ନାଥ ପ୍ରଧାନ ଭୁବନେଶ୍ୱରର ଜଣେ ଆଗ ଧାଡ଼ିର ନେତା ଭାବେ ଜଣାଶୁଣା । ସଦା ବେଳେ ବିଜେପିର ବିଭିନ୍ନ ବୈଠକରେ ତାଙ୍କୁ ଦେଖିବାକୁ ମିଳିଥାଏ । ୨୦୧୪ ଓ ୨୦୧୯ ନିର୍ବାଚନରେ ଦଳ ତାଙ୍କୁ ମଧ୍ୟ ଟିକେଟ ଦେଇଲା, ହେଲେ ସେ ପରାଜିତ ହୋଇଥିଲେ । ୨୦୧୯ ନିର୍ବାଚନରେ ଭୁବନେଶ୍ୱରରେ ବିଜେପିର ପାର୍ଥୀ ହୋଇ ବିଜେଡି ପାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ କଡ଼ା ଟକ୍କର ଦେଇଥିଲେ ।

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 3, 2020, 4:21 PM IST
corona virus btn
corona virus btn
Loading