ରାଜ୍ୟ ବିଜେପି ଆରମ୍ଭ କଲା ଜନ ସମ୍ପର୍କ ଅଭିଯାନ, କରିବ ଗୋଟିଏ ପରେ ଗୋଟିଏ ଭର୍ଚ୍ଚୁଆଲ୍ ରାଲି

ଜୁନ୍ ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ୬୦ ଲକ୍ଷ ପରିବାର ସହ ଯୋଡ଼ିହେବାକୁ ପ୍ରୟାସ କରିବ ବିଜେପି । ମୋଦି ସରକାରଙ୍କ ସଫଳତାକୁ ରାଜ୍ୟରେ ପ୍ରଚାର କରିବା ଓ ନିଜକୁ ତୃଣମୂଳ ସ୍ତରରେ ମଜବୁତ କରିବା ଦଳର ଲକ୍ଷ ।

ରାଜ୍ୟ ବିଜେପି ଆରମ୍ଭ କଲା ଜନ ସମ୍ପର୍କ ଅଭିଯାନ, କରିବ ଗୋଟିଏ ପରେ ଗୋଟିଏ ଭର୍ଚ୍ଚୁଆଲ୍ ରାଲି
ସୋମବାର ଠାରୁ ରାଜ୍ୟର ସମସ୍ତ ୧୪୭ ବିଧାନ ସଭା ମଣ୍ଡଳୀରେ ବିଜେପି ପର୍ଯ୍ୟାୟକ୍ରମେ ଆୟୋଜନ କରିବ ୧୪୭ଟି ଭର୍ଚ୍ଚୁଆଲ ରାଲି ।
  • News18 Odia
  • Last Updated: June 20, 2020, 11:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଆଜି ଜନ ସମ୍ପର୍କ ଅଭିଯାନ ଆରମ୍ଭ କରିଛି । ୧୧ ଦିନ ଧରି ଚାଳିବାକୁ ଥିବା ଏହି ଅଭିଯାନର ପ୍ରଥମ ଦିନରେ ବିଭିନ୍ନ ପ୍ରସ୍ତାବିତ କାର୍ଯ୍ୟକ୍ରମକୁ କରୋନା କଟକଣା କାରଣରୁ ସଙ୍କୁଚିତ କରାଯାଇଥିବା ଦେଖିବାକୁ ମିଳିଥିଲା । ହାତ ଗଣତି ସ୍ଥାନରେ ଭର୍ଚୁଆଲ ସଭା ଆୟୋଜନ ହୋଇଥିଲା ଓ ଆଉ କିଛି ସ୍ଥାନରେ ଆଗାମୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରାଯାଉଥିବା ଦେଖିବାକୁ ମିଳିଥିଲା ।

ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ଏହା ଜରିଆରେ ରାଜ୍ୟର ୬୦ ଲକ୍ଷ ପରିବାର ସହିତ ଯୋଡ଼ିହେବାକୁ ପ୍ରୟାସ ଆରମ୍ଭ କରିଛି ରାଜ୍ୟ ବିଜେପି ।

ନୀତିଗତ ଭାବେ କେନ୍ଦ୍ରରେ ଥିବା ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷର ସଫଳତାର କଥାକୁ ନେଇ ପ୍ରଚାର ଆରମ୍ଭ କରିଛି ରାଜ୍ୟ ବିଜେପି । ଏ ନେଇ ଦଳ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାକୁ ପ୍ରସ୍ତୁତ ହୋଇଛି ଖସଡ଼ା । ସେ ଭିତରେ ଅଛି ଭର୍ଚୁଆଲ ରାଲି, ଲିଫଲେଟ ଅଭିଯାନ, ତଥା ଘର ପରିବାର ସହିତ ସମ୍ପର୍କ ଯୋଡ଼ିବା ଅଭିଯାନ । ସୋମବାର ଠାରୁ ରାଜ୍ୟରେ ଥିବା ସମସ୍ତ ୧୪୭ ବିଧାନ ସଭା ମଣ୍ଡଳୀରେ ଦଳ ପକ୍ଷରୁ ପର୍ଯ୍ୟାୟକ୍ରମେ ଆୟୋଜନ କରାଯିବ ୧୪୭ଟି ଭର୍ଚ୍ଚୁଆଲ ରାଲି।

ଦଳର ବରିଷ୍ଠ ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି: ‘‘ରାଜ୍ୟରେ ବିଜେପିର ଥିବା ୩୭,୬୦୦ ସାଙ୍ଗଠନିକ ବୁଥ୍‌ ଜରିଆରେ ପ୍ରାୟ ୬୦ ଲକ୍ଷ ପରିବାରର ୨ କୋଟିରୁ  ଅଧିକ ଲୋକଙ୍କ ସହ ଯୋଡ଼ିହେବ ଦଳ । ଏ ନେଇ ପୂର୍ବ ନିଷ୍ପତ୍ତି ଅନୁସାରେ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । କରୋନା ନିୟମ ଅନୁପାଳନ ଭିତରେ ଏ ସବୁ କାର୍ଯ୍ୟକ୍ରମ ସମ୍ପନ୍ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଲକ୍ଷ୍ୟ ହେଉଛି କେନ୍ଦ୍ରୀୟ ଯୋଜନାଗୁଡିକର ପ୍ରଚାର ଓ ପ୍ରସାର କରିବା ।’’

ଦଳ ଆଶା କରୁଛି ଯେ ଏହି ଭର୍ଚ୍ଚୁଆଲ୍‌ ସଭାଗୁଡ଼ିକ ଦ୍ୱାରା ତୃଣମୂଳ ସ୍ତରରେ ସଙ୍ଗଠନ ଅଧିକ କ୍ରିୟାଶୀଳ ହେବ । ବିଶେଷ କରି ଏହା ଦ୍ୱାରା ମୋଦି ସରକାରଙ୍କ ବିଭିନ୍ନ ଲୋକ କଲ୍ୟାଣ ଯୋଜନାର ବାସ୍ତବ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚି ପାରିବ ବୋଲି ରାଜ୍ୟ ବିଜେପି ଆଶା ରଖିଛି।

‘‘ଦଳର ଲୋକପ୍ରିୟତା ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାରଙ୍କ ସଫଳତାର କଥା ଲୋକଙ୍କୁ କହିବ ରାଜ୍ୟ ବିଜେପି । ଏ ନେଇ ସାରା ରାଜ୍ୟରେ ବିଜେପି ପକ୍ଷରୁ ପ୍ରସ୍ତୁତି ସରିଥିବା ବେଳେ ବିଜେପି ଭୁବନେଶ୍ୱର ଜିଲ୍ଲା ସଙ୍ଗଠନ ପକ୍ଷରୁ ମଧ୍ୟ ହୋଇଛି ପ୍ରସ୍ତୁତି । ସଟଡାଉନ କାରଣରୁ ଶନିବାର ଓ ରବିବାର ଆମେ କିଛି କାର୍ଯ୍ୟକ୍ରମ ରଖିନାହୁଁ । ସୋମବାର ଠାରୁ ରୀତିମତ ଆରମ୍ଭ ହେବ କାର୍ଯ୍ୟକ୍ରମ,’’ କହିଛନ୍ତି ବିଜେପିର ଭୁବନେଶ୍ୱର ଜିଲ୍ଲା ସଙ୍ଗଠନ ସଭାପତି ବାବୁ ସିଂ ।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରଥ ବିଶ୍ବାଳ କହିଛନ୍ତି ଯେ ରାଜ୍ୟରେ ଏହି କାର୍ଯ୍ୟକ୍ରମ ଜରିଆରେ ଦୁଇ କୋଟିରୁ ଅଢେଇ କୋଟି ଲୋକଙ୍କ ସହ ଯୋଡ଼ିହେବ ଦଳ । ବଡ଼କଥା ହେଲା ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଏହାକୁ ଦଳ ସମ୍ପାଦନା କରିବ । ଦଳ ପକ୍ଷରୁ କୁହାଯାଇଛି ଯେ ଏହି ୧୧ ଦିନର କାର୍ଯ୍ୟକ୍ରମ ଭିତରେ ରାଜ୍ୟରେ ତୃଣମୂଳ ସ୍ତରରେ ନିଜକୁ ଅଧିକ ମଜଭୁତ କରିବାକୁ ପ୍ରୟାସ କରିବ ବିଜେପି ।

ଏହା ବି ପଢ଼ନ୍ତୁ: 

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 20, 2020, 11:09 PM IST
corona virus btn
corona virus btn
Loading