ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆରମ୍ଭରୁ ମିଶିକି ସରକାରଙ୍କୁ ଟାର୍ଗେଟ କରୁଥିବା ବିରୋଧୀ ଦଳ ଗୃହରେ ଦୁଇ ଫାଳ; ପରସ୍ପର ଉପରେ ଲଗାଇଲେ ଦୋଷ

ଆରମ୍ଭରୁ ମିଶିକି ସରକାରଙ୍କୁ ଟାର୍ଗେଟ କରୁଥିବା ବିରୋଧୀ ଦଳ ଗୃହରେ ଦୁଇ ଫାଳ; ପରସ୍ପର ଉପରେ ଲଗାଇଲେ ଦୋଷ

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଥିଲେ, ‘‘ବିଜେପି ଦଳର ମତି ଭ୍ରମ ହୋଇ ସାରିଲାଣି । ତାଙ୍କ ମୁଣ୍ଡ କାମ କରୁନି । ଗୁରୁବାର ବିଜେପି ଷ୍ଟାପ ସିଲେକସନ କଥା ମୁଲତବୀ ପ୍ରସ୍ତାବ ଆଣିଥିଲା ଆଉ ଆଜି ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ଆଣିଛନ୍ତି ।’’

ଆରମ୍ଭରୁ ମିଶିକି ସରକାରଙ୍କୁ ଟାର୍ଗେଟ କରୁଥିବା ବିରୋଧୀ ଦଳ ଗୃହରେ ଦୁଇ ଫାଳ; ପରସ୍ପର ଉପରେ ଲଗାଇଲେ ଦୋଷ
ଓଡ଼ିଶା ବିଜେପି ଓ କଂଗ୍ରେସ ମଧ୍ୟରେ ପୁଣି ବିବାଦ
  • News18 Odia
  • Last Updated: September 4, 2021, 1:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଆରମ୍ଭରୁ ମିଶିକି ସରକାରଙ୍କୁ ଟାର୍ଗେଟ କରୁଥିବା ବିରୋଧୀ ଦୁଇ ଫାଳ । ଷ୍ଟାଫ ସିଲେକ୍ସନ ଦୁର୍ନୀତି ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ମଧ୍ୟରେ ଫାଟ । ଶୁକ୍ରବାର ଆଇନଶୃଙ୍ଖଳା ଉପରେ ବିଜେପି ମୁଲତବୀ ଆଣିଥିବା ପ୍ରଶ୍ନକାଳ ବାତିଲ କରି ଷ୍ଟାଫ ସିଲେକ୍ସନ ଦୁର୍ନୀତି ପାଇଁ ଆଲୋଚନା ଦାବି କରିଥିଲା କଂଗ୍ରେସ । ହୋ ହାଲ୍ଲା ଯୋଗୁଁ ଲାଗତାର ତିନିଦିନ ପାଇଁ ବାତିଲ ହେଲା ପ୍ରଶ୍ନକାଳ। ବିଜେପି କହିଛି ସରକାରଙ୍କୁ ବଞ୍ଚେଇବାକୁ ବିଜେଡି -କଂଗ୍ରେସ ମଧ୍ୟରେ ହୋଇଛି ଫିକ୍ସିଂ ।

କଂଗ୍ରେସ କହିଛି ଗୁରୁବାର ଷ୍ଟାଫ ସିଲେକ୍ସନ ପ୍ରସଙ୍ଗରେ ମୁଲତବୀ ଆଣିଥିବା ବିଜେପି ଶୁକ୍ରବାର ଭାଇ ଭାଇ । ଶାସକ ଦଳ ସହ କାହାର ବୁଝାମଣା । କଂଗ୍ରେସ ନା ବିରୋଧୀ ବିଜେପିର। ଗୃହ ଭିତରେ ଷ୍ଟାଫ ସିଲେକ୍ସନ ଦୁର୍ନୀତିକୁ ନେଇ କଂଗ୍ରେସ ନାରବାଜି କରିଥିବା ବେଳେ ଗୃହ ବାହାରେ ଦୁଇ ବିରୋଧୀଙ୍କ ଭିତରେ ଦେଖିବାକୁ ମିଳିଛି ଏଭଳି ଆରୋପ -ପ୍ରତ୍ୟାରୋପ। ଗରିବାରଠୁ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ଅଡ଼ି ବସିଥିଲା । ରାଜ୍ୟରେ ଆଇନ ଶୃଙ୍ଖଳାରେ ନାହିଁ ନିୟନ୍ତ୍ରଣ ଶୀର୍ଷକ ମୁଲତବୀ ପ୍ରସ୍ତାବ । ହେଲେ କଂଗ୍ରେସ ଗୁରୁବାର ଷ୍ଟାଫ ସିଲେକ୍ସନ ଦୁର୍ନୀତି ଉପରେ ଆସିଥିବା ମୁଲତବୀ ଉପରେ ଆଲୋଚନା ଦାବିରେ ନାରାବାଜି କରିଥିଲା ।

ମାତ୍ର ୧ ମିନିଟ ବି ଗୃହ କାର୍ଯ୍ୟ ଚାଲିନଥିବା ବେଳେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରିଥିଲେ ବାଚସ୍ପତି । ତେବେ ଶାସକ ଦଳ ସହ ସମ୍ପର୍କ କଥା କହି ଗୃହ ବାହାରେ ସାମ୍ନାସାମ୍ନି ହୋଇଥିଲେ ଦୁଇ ବିରୋଧୀ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ ଗୃହ ଚଳେଇ ନ ଦେବା ନେଇ ହୋଇଛି ଫିକ୍ସିଂ । ବିଜେଡି ସହ ଭିତିରି ବୁଝାମଣା କରିଛି କଂଗ୍ରେସ । ମାହାଙ୍ଗା ଡବଲ ମର୍ଡର ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ସରକାରଙ୍କୁ ବଞ୍ଚେଇବାକୁ ଷ୍ଟାଫ ସିଲେକ୍ସନ ପ୍ରସଙ୍ଗକୁ କଂଗ୍ରେସ ଢାଲ କରିଛି । କଂଗ୍ରେସର ଯୁକ୍ତି ହେଲା ବିଜେପି -ବିଜେଡି ଭାଇ ଭାଇ।

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଥିଲେ, ‘‘ବିଜେପି ଦଳର ମତି ଭ୍ରମ ହୋଇ ସାରିଲାଣି । ତାଙ୍କ ମୁଣ୍ଡ କାମ କରୁନି । ଗୁରୁବାର ବିଜେପି ଷ୍ଟାପ ସିଲେକସନ କଥା ମୁଲତବୀ ପ୍ରସ୍ତାବ ଆଣିଥିଲା ଆଉ ଆଜି ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ଆଣିଛନ୍ତି । ନିୟମ ଅନୁଯାୟୀ ଗତକାଲି ଆଲୋଚନା ହୋଇ ନଥିବା ପ୍ରସଙ୍ଗ ଆଜି ଆଲୋଚନା ହେବା କଥା । ହେଲେ ଗତକାଲି ମୁଲତବୀ ପ୍ରସ୍ତାଵ ଆଲୋଚନା ହୋଇ ନଥିବା ବେଳେ କାହିଁକି ପୁଣି ଆଇନ ଶୃଙ୍ଖଳା ପ୍ରସଙ୍ଗ କଥା ଆଣିଲା ବିଜେପି । ଆମେ ପ୍ରଥମରୁ ଚାଷୀ ଓ ଷ୍ଟାପ ସିଲେକସନ କଥା କହିଛୁ । ଗତକାଲି ବିଜେପି ପ୍ରତାପ ଜେନା ପ୍ରସଙ୍ଗ ଉଠାଇ ଗୃହରେ ଫ୍ଲାଗ କାର୍ଡ ଧରି ପ୍ରଦର୍ଶନ କରୁଥିଲେ ଆଜି କାହିଁକି ଚୁପ ବସିଲେ। ଏଥିରୁ ଜଣା ପଡୁଛି ବିଜେଡି ଓ ବିଜେପି ମଧ୍ୟରେ ଡିଲ ହୋଇଛି।’’

ସେମାନେ ଭାଇ ଭାଇ । କଂଗ୍ରେସ କାହା ସହିତ ନାହିଁ ବୋଲି କହିଛନ୍ତି ତାରା ବାହିନୀପତି। କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର କହିଥିଲେ, "ଗତକାଲି ଷ୍ଟାଫ ସିଲେକ୍ସନ ଦୁର୍ନୀତି ନେଇ ବିଜେପି ମୁଲତବୀ ଦେଇଥିଲା । ଆମେ ଦସ୍ତଖତ କରିଥିଲୁ । ଭିନ୍ନ କାରଣ ପାଇଁ ଆଲୋଚନା ହୋଇପାରିଲା ନାହିଁ । ଷ୍ଟାଫ ସିଲେକ୍ସନରେ ମହାଦୁର୍ନୀତି ହୋଇଛି। ହେଲେ ବିଜେପି ଆଜି ଆଇନଶୃଙ୍ଖଳା ଉପରେ ମୁଲତବୀ ଆଣିଲେ । ପ୍ରଶ୍ନ କାଲ ବାତିଲ କରି ଷ୍ଟାଫ ସିଲେକ୍ସନ କଥା ଉଠାଇବାକୁ ଦାବି କରିଥିଲୁ । ହେଲେ ବାଚସ୍ପତି ମୁଲତବୀ ଘୋଷଣା କଲେ । ମୁଖ୍ୟ ବିରୋଧୀ ବିଜେପି ନିଷ୍ପତ୍ତି ନେଇପାରୁନି କ'ଣ କରାଯାଇପାରିବ।’’

ଗୁରୁବାର ଆଲୋଚନା ହୋଇପାରିନଥିବା ବିଷୟ ଶୁକ୍ରବାର ଆଲୋଚନା ହେବା କଥା । ପ୍ରତି ଦିନ ନୂଆ ନୂଆ ପ୍ରସଙ୍ଗ ଆସିଲେ ସରକାରଙ୍କ ଉପରେ କିପରି ଚାପ ପଡ଼ିବ ବୋଲି ନରସିଂହ ପ୍ରଶ୍ନ କରିଥିଲେ । ଶାସକ ଦଳ ସାଂସଦ ବିଜେପିକୁ ଟାର୍ଗେଟ କରୁ ଥିବାରୁ ସେମାନେ ନିଷ୍ପତ୍ତି କରି ପାରୁନାହାଁନ୍ତି କ'ଣ କରିବେ । ସେଠି ଶାସକ ଏଠି ବିରୋଧୀ ଥିବାରୁ ନିଷ୍ପତ୍ତି ନେଇ ପାରୁନାହାଁନ୍ତି। ବାଚସ୍ପତି ଆଲୋଚ କରି ସମାଧାନ ପାଇଁ ଚେଷ୍ଟା କରିଥାନ୍ତେ।

ହେଲେ ଯେଭଳି ମୂଲତବୀ ଘୋଷଣା କଲେ ଏହା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ବାଚସ୍ପତି । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, "ପ୍ରତି ନିର୍ବାଚନ ମଣ୍ଡଳୀର ଚାଷୀ, କୋଭିଡ, ମରୁଡ଼ି ଭଳି ବହୁ ପ୍ରସଙ୍ଗ ଅଛି । କିଛି କ୍ରିମିନାଲ କେସ ସହ ଛୋଟ କେସ ଧରି ଗୃହ ଅଚଳ କରୁଛନ୍ତି ବିରୋଧୀ । ଛୋଟ, କ୍ରିମିନାଲ କେସ ଆଲୋଚନା ପାଇଁ ଲୋକ ପଠାଇନାହାଁନ୍ତି। ସଠିକ ଫୋରମରେ ପ୍ରସଙ୍ଗ ଆଣିଲେ ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ । ବିରୋଧୀଙ୍କ ଭିତରେ ବାଗୁଡି ଖେଳ ଚାଲିଛି । ସେମାନେ ଆଲୋଚନା କରି ପ୍ରସଙ୍ଗ ଆଣିବା କଥା । ନିର୍ଦ୍ଧିଷ୍ଟ ଭାବେ କିଛି କଥା ନକହି ଲୋକଙ୍କ କାମରେ ଲାଗୁନଥିବା କଥା କୁ ଉଠାଉଛନ୍ତି । ଯେଉଁ ପ୍ରସଙ୍ଗ ଆସିବା କଥା ଆଣୁନାହାଁନ୍ତି । ଲୋକଙ୍କ ପ୍ରସଙ୍ଗ ଉଠାନ୍ତୁ । ବିରୋଧୀ ଥାନା କୋର୍ଟ କଚେରୀ ହୋଇ ନିସ୍ପତ୍ତି ନେଉଛନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ ଯେଉଁ କଥା ଆସିବ ସରକାର ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।’’

ଅଚଳାବସ୍ଥା ପରେ ଗୃହ ସୁପରିଚାଳନା ପାଇଁ ଅପରାହ୍ନ ଅଧିବେଶନରେ ସର୍ବଦଳୀୟ ବୈଠକ ଡାକିବା ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା।
Published by: Lipina Das
First published: September 4, 2021, 1:07 PM IST