ମୋଟର ଯାନ ନିୟମ ଉଲ୍ଲଂଘନ କରିବା ପାଇଁ ବାଇକ ଚାଳକକୁ ୧,୧୩,୦୦୦ ଟଙ୍କା ଫାଇନ ହେଲା

ପରିବହନ ବିଭାଗର ଯାଞ୍ଚରେ ଧରା ପଡ଼ିବା ପରେ ବିନା ରେଜିଷ୍ଟ୍ରେସନରେ ଗାଡ଼ି ଚଲାଇବା, ଡ୍ରାଇଭିଂ ଲାଇସେନ୍ସ ନଥିବା, ଇନ୍ସୁରାନ୍ସ ନଥିବା, ହେଲମେଟ୍ ପିନ୍ଧି ନଥିବା ଇତ୍ୟାଦି କାରଣ ଦର୍ଶାଯାଇ ବାଇକ ଚାଳକଙ୍କ ୧ ଲକ୍ଷ ୧୩ ହଜାର ଟଙ୍କାର ଜରିମାନା କଟାଯାଇଛି ।

ମୋଟର ଯାନ ନିୟମ ଉଲ୍ଲଂଘନ କରିବା ପାଇଁ ବାଇକ ଚାଳକକୁ ୧,୧୩,୦୦୦ ଟଙ୍କା ଫାଇନ ହେଲା
ନିୟମ ଉଲ୍ଲଂଘନ କରିବା ପାଇଁ ବାଇକ ଚାଳକକୁ ୧,୧୩,୦୦୦ ଟଙ୍କା ଫାଇନ
  • News18 Odia
  • Last Updated: January 14, 2021, 2:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ରାୟଗଡ଼ା: ନୂଆ ମୋଟର ଯାନ ଅଧିନିୟମରେ ନେଇ ଅନେକ ପରିବର୍ତ୍ତନ ଆସିଛି । ଯଦି ଆପଣ ସେଗୁଡିକୁ ଭଲଭାବେ ଜାଣି ନାହାଁନ୍ତି ତେବେ ଆପଣ ରାସ୍ତାରେ ବିପଦରେ ପଡ଼ିପାରନ୍ତି । ଏପରି ଏକ ଘଟଣା ରାୟଗଡ଼ାର ଜଣେ ଯୁବକଙ୍କ ସହ ଘଟିଛି । ମୋଟର ଯାନ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କୁ ୧ ଲକ୍ଷ ୧୩ ହଜାର ଟଙ୍କା ଜରିମାନା କରାଯାଇଛି।

ଡିଆଇବି ଛକରେ ବୁଧୁବାର ଦିନ ଯାଞ୍ଚ ଚାଲିଥିବା ବେଳେ ବାଇକରେ ବୁଲି ଡ୍ରମ ବ୍ୟବସାୟ କରୁଥିବା ମଧ୍ୟପ୍ରଦେଶ ଅମରପୁରର ପ୍ରକାଶ ବନଜରାକୁ ପୋଲିସ ଧରିଥିଲା । ପୋଲିସ ଅନୁଯାୟୀ ପ୍ରକାଶ ବଞ୍ଜାରା ନାମକ ଏହି ଯୁବକ ମଧ୍ୟ ପ୍ରଦେଶର ମାଣ୍ଡସର ଜିଲ୍ଲାର ଅମରପୁରା ଗାଁର ବାସିନ୍ଦା ଅଟନ୍ତି । ତାଙ୍କର ପାନୀୟ ଜଳ ବ୍ୟବସାୟ ରହିଛି । ସେ ମଧ୍ୟପ୍ରଦେଶରୁ ଓଡ଼ିଶାକୁ ପାଣିରେ ଭର୍ତ୍ତି ଏକ ବଡ ଡ୍ରମ୍ ବାଇକ୍ରେ ଆସି ବ୍ୟବସାୟ କରିଥାନ୍ତି ।

ବୁଧବାର ଦିନ ରାୟଗଡରେ ଥିବା DIB ଜଙ୍କସନ ନିକଟରେ ବିନା ହେଲମେଟରେ ଗାଡି ଚଲାଉଥିବାରୁ ତାଙ୍କୁ ଟ୍ରାଫିକ ପୋଲିସ ଧରିଥିଲା । ପ୍ରକାଶ ହେଲମେଟ୍ ନ ପିନ୍ଧି ଚଲାଉଥିବା ବାଇକର ମଧ୍ୟ ରେଜିଷ୍ଟ୍ରେସନ୍ ନଂ ନଥିଲା । ପ୍ରକାଶ ଏହି ବାଇକ ମଧ୍ୟପ୍ରଦେଶରୁ କିଣିବା ପରେ ରେଜିଷ୍ଟ୍ରେସନ୍ ନ କରି ରାୟଗଡ଼ା ନେଇ ଆସି ଏଠାରେ ବ୍ୟବସାୟରେ ଲଗାଇଥିଲେ । ପରିବହନ ବିଭାଗର ଯାଞ୍ଚରେ ଧରା ପଡ଼ିବା ପରେ ବିନା ରେଜିଷ୍ଟ୍ରେସନରେ ଗାଡ଼ି ଚଲାଇବା, ଡ୍ରାଇଭିଂ ଲାଇସେନ୍ସ ନଥିବା, ଇନ୍ସୁରାନ୍ସ ନଥିବା, ହେଲମେଟ୍ ପିନ୍ଧି ନଥିବା ଇତ୍ୟାଦି କାରଣ ଦର୍ଶାଯାଇ ୧ ଲକ୍ଷ ୧୩ ହଜାର ଟଙ୍କାର ଜରିମାନା କଟାଯାଇଛି ।

ନୂତନ ମଟର ଯାନ ଆଇନ କାର୍ଯ୍ୟକାରୀ ପରେ ବାଇକ ଚାଳକଙ୍କ ନିକଟରୁ ଏତେ ଟଙ୍କା ଫାଇନ୍ ଆଦାୟ ହେବା ଏହା ପ୍ରଥମ ଘଟଣା । ପରିବହନ ବିଭାଗ ଟ୍ରାଫିକ୍ ଇନସପେକ୍ଟର୍ ଯୁଧିଷ୍ଠିର ଲେଙ୍କାଙ୍କ ସମେତ ସହକାରୀ ଏମଭିଆଇ ଆର. କେ. ବେହେରା, ଟ୍ରାଫିକ୍ ଏଏସଆଇ ସି. କେ. ପାତ୍ର ପ୍ରମୁଖ ଯାନବାହନ ଯାଞ୍ଚରେ ସାମିଲ୍ ହୋଇଥିଲେ ।

"ଚାଳକ ନୂତନ ଆଇନକୁ ମାନିବା ସହ ଫାଇନକୁ ଏଡାଇବା ଲାଗି ଗାଡ଼ି ଚଲାଇବା ସମୟରେ ହେଲମେଟ୍ ପିନ୍ଧିବା ଆବଶ୍ୟକ ଓ କାଗଜପତ୍ର ଠିକ୍ ରଖିବାକୁ ଜରୁରୀ," କହିଛନ୍ତି ଜିଲ୍ଲା ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳାଇ ।

ଏହା ପରେ ଟ୍ରାଫିକ ପୋଲିସ ପ୍ରକାଶ ବନଜାରାଙ୍କୁ ୧ ଲକ୍ଷ ୧୩ ହଜାର ଜରିମାନା କରିଛି । ତାଙ୍କୁ ଶୀଘ୍ର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Published by: Jagdish Barik
First published: January 14, 2021, 2:07 PM IST
corona virus btn
corona virus btn
Loading