ଏ ଥର ସ୍ୱଚ୍ଛ ସର୍ବେକ୍ଷଣରେ ଓଡିଶାକୁ ମିଳିଲା ୨ଟି ପୁରସ୍କାର; ଦେଶରେ ଇନ୍ଦୋର ପ୍ରଥମ ହେଲା

Odisha gets 2 awards in Swachh Sarvekshan | ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନକୁ ‘ବେଷ୍ଟ ମିଡିଅମ୍ ସିଟି ଇନ୍‌ ଇନୋଭେସନ୍ ଆଣ୍ଡ ବେଷ୍ଟ ପ୍ରାକ୍ଟିସ୍‌’ ପୁରସ୍କାର ମିଳିଛି । ବ୍ରହ୍ମପୁର ସହର ରାଜ୍ୟରେ ୧ ନମ୍ବର ସ୍ଥାନ ଓ ଦେଶରେ ୬୩ ନମ୍ବର ସ୍ଥାନ ହାସଲ କରିଛି ।

ଏ ଥର ସ୍ୱଚ୍ଛ ସର୍ବେକ୍ଷଣରେ ଓଡିଶାକୁ ମିଳିଲା ୨ଟି ପୁରସ୍କାର; ଦେଶରେ ଇନ୍ଦୋର ପ୍ରଥମ ହେଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 20, 2020, 11:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ‘ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦’ରେ ଓଡିଶାକୁ ମିଳିଛି ଦୁଇଟି ଜାତୀୟ ପୁରସ୍କାର । ସର୍ବଶ୍ରେଷ୍ଠ ଅଗ୍ରଗାମୀ ରାଜ୍ୟ ଭାବେ ଓଡ଼ିଶା ପୁରସ୍କୃତ ହୋଇଛି । ସଲିଡ ୱେଷ୍ଟ ଓ ଲିକ୍ୱିଡ ୱେଷ୍ଟ ମ୍ୟାନେଜମେଣ୍ଟରେ ଓଡିଶାର ପ୍ରଦର୍ଶନ ଭଳ ରହିଥିବାରୁ ପ୍ରଧାନ ମନ୍ତ୍ରୀ ଓ କେନ୍ଦ୍ର ନଗର ଉନ୍ନୟନ ଓଡିଶାକୁ ଏହି ପୁରସ୍କାର ଦେଇଛନ୍ତି ।

ସ୍ବଚ୍ଛ ସର୍ବେକ୍ଷଣ ୨୦୨୦ରେ ଓଡ଼ିଶାକୁ ଦୁଇଟି ଜାତୀୟ ପୁରସ୍କାର ମିଳିଛି ବୋଲି ଭାରତ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କଠିନ ଓ ତରଳ ବର୍ଜ୍ୟ ବସ୍ତୁ ପରିଚାଳନାରେ ଓଡ଼ିଶା ନମ୍ବର ଓ୍ବାନ। ଫାଷ୍ଟେଷ୍ଟ ମୁଭିଂ ଷ୍ଟେଟ୍ ତାଲିକାରେ ଓଡିଶାକୁ ମିଳିଛି ପୁରସ୍କାର । ଚଳିତ ବର୍ଷ ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ୧୦୦ରୁ ଅଧିକ ସହର ତାଲିକାରେ ଓଡିଶା ୮ ନମ୍ବରରେ ରହିଛି ।

ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନକୁ ‘ବେଷ୍ଟ ମିଡିଅମ୍ ସିଟି ଇନ୍‌ ଇନୋଭେସନ୍ ଆଣ୍ଡ ବେଷ୍ଟ ପ୍ରାକ୍ଟିସ୍‌’ ପୁରସ୍କାର ମିଳିଛି । ବ୍ରହ୍ମପୁର ସହର ରାଜ୍ୟରେ ୧ ନମ୍ବର ସ୍ଥାନ ଓ ଦେଶରେ ୬୩ ନମ୍ବର ସ୍ଥାନ ହାସଲ କରିଛି । ବେଷ୍ଟ ମିଡିୟମ ସିଟି ଭାବେ ଆଗରେ ରହିଛି ବ୍ରହ୍ମପୁର । ଏହି ସଫଳତା ପାଇଁ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସଫେଇ କର୍ମଚାରୀଙ୍କଠୁ ନେଇ ବିଭାଗୀୟ ସଚିବ ପର୍ଯ୍ୟନ୍ତ ସମସ୍ତଙ୍କୁ ଧନ୍ୟାବାଦ ଜଣାଇଛନ୍ତି ।



‘‘ଆଜି ସ୍ୱଚ୍ଛ ସର୍ବେକ୍ଷଣର ରାଙ୍କିଙ୍କ ଭାରତ ସରକାରଙ୍କ ତରଫରୁ ଘୋଷଣା ହୋଇଛି । ଏଥର ୨୪୩ ରାଙ୍କ ମିଳିଛି । ଗତ ଥର ୨୮୮ ରାଙ୍କରେ ଥିଲୁ । ଉନ୍ନତି ହୋଇଛି... ଗୁଡ଼ାଏ ପ୍ରୋଜେକ୍ଟ ପାଇପ ଲାଇନରେ ଅଛି । ନୂଆ ଉପାୟରେ ଆବର୍ଜନା ସଂଗ୍ରହ ଚାଲୁଛି । ବାକି ରହିଥିବା ପ୍ରକଳ୍ପଗୁଡ଼ିକ ଯଦି ଲାଗୁ ହୋଇଯିବ ତେବେ ଆସନ୍ତା ବର୍ଷ ଆହୁରି ଭଲ ରାଙ୍କ ମିଳିବ,’’ କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ।

ସ୍ୱଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତା ୨୦୨୦ରେ ପୁଣି ଥରେ ଶୀର୍ଷରେ ରହିଛି ମଧ୍ୟ ପ୍ରଦେଶର ଇନ୍ଦୋର ସହର । ଚତୁର୍ଥ ଥର ପାଇଁ ଏହି ସ୍ଥାନରେ ରହିଛି ଇନ୍ଦୋର । ଦ୍ବିତୀୟ ସ୍ଥାନରେ ଗୁଜୁରାଟର ସୁରଟ ଓ ତୃତୀୟରେ ମହାରାଷ୍ଟ୍ରର ନବି ମୁମ୍ବାଇ ରହିଛି ।

୨୦୧୬ ରେ ଆରମ୍ଭ ହୋଇଥିଲା ସ୍ୱଚ୍ଛ ସର୍ବେକ୍ଷଣ ସମ୍ମାନ  । ଭାରତ ବର୍ଷରେ ଥିବା ସହରର ସ୍ୱଚ୍ଛତାକୁ ଦେଖି ଏହାର ରାଙ୍କିଙ୍କ କରାଯାଇଥାଏ । ୨୦୧୬ରେ ୭୩ଟି ସହର, ୨୦୧୭ରେ ୪୩୪ଟି ସହର, ୨୦୧୮ରେ ୪,୨୦୩ଟି ସହର ଓ ୨୦୧୯ରେ ୪,୨୩୭ଟି ସହରକୁ ନେଇ ହୋଇଥିଲା ଏହି ପ୍ରତିଯୋଗିତା । ୨୦୨୦ରେ ୪,୨୪୨ଟି ସହର ଏହି ସର୍ଭେରେ ସାମିଲ ହୋଇଥିଲେ  ।

ଏହା ବି ପଢ଼ନ୍ତୁ | ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷାରେ ନିୟୋଜିତ ୯ ଜଣ ପୋଲିସ କର୍ମୀ କରୋନା ପଜିଟିଭ୍ ହେଲେ

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

୨୮ ଦିନରେ ସର୍ଭେ ଶେଷ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଡିଜିଟାଲ ମୋଡରେ ହୋଇଥିଲା ଏହି ସର୍ଭେ । ୫ଲକ୍ଷରୁ ଅଧିକ ଅର୍ବାନ ଲୋକାଲ ବଡିରେ ସ୍ୱଚ୍ଛତା କ୍ଷେତ୍ରରେ ହୋଇଥିବା କାର୍ଯ୍ୟର କାଗଜପତ୍ର ଅପଲୋଡ ହୋଇଥିଲା । ୨୪ ଲକ୍ଷରୁ ଅଧିକ ଫଟୋର ଜିଓ ଟ୍ୟାଗିଂ ହୋଇଥିଲା । ୧.୯ କୋଟି ଜନସାଧାରଣଙ୍କ ଫିଡ ବ୍ୟାକ ସର୍ଭେରେ ବ୍ୟବହାର ହୋଇଥିଲା ।



୨୦୨୦ ସ୍ୱଚ୍ଛ ସର୍ୱେକ୍ଷଣ ପାଇଁ ୯ଟି ପାରାମିଟର ରହିଥିଲା  । କିଭଳି  ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ ହେଉଛି, ସଂଗୃହୀତ ଆବର୍ଜନାକୁ କିଭଳି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଉଛି  ଓ ଆବର୍ଜନାକୁ ପ୍ରକ୍ରିୟାକରଣ କରି କିଭଳି ନଷ୍ଟ କରାଯାଉଛି ବା ରିସାଇକ୍ଲିଂ କରି ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଉଛି ତାକୁ ବିଚାରକୁ ନେଇ ଏହି ସର୍ଭେର ଫଳ ବାହାର କରାଯାଇଥିଲା ।
Published by: Anand Shankar Thankur Das
First published: August 20, 2020, 11:56 PM IST
corona virus btn
corona virus btn
Loading