• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ପ୍ରଥମ ଥର ଓଡ଼ିଶା ହାଇକୋର୍ଟ ବୁଲିଲେ ଦୃଷ୍ଟିହୀନ ଛାତ୍ରଛତ୍ରୀ; ମୁଖ୍ୟ ବିଚାରପତିଙ୍କ ସହ କଲେ ଭାବର ଆଦାନ ପ୍ରଦାନ

ପ୍ରଥମ ଥର ଓଡ଼ିଶା ହାଇକୋର୍ଟ ବୁଲିଲେ ଦୃଷ୍ଟିହୀନ ଛାତ୍ରଛତ୍ରୀ; ମୁଖ୍ୟ ବିଚାରପତିଙ୍କ ସହ କଲେ ଭାବର ଆଦାନ ପ୍ରଦାନ

କୋର୍ଟ ରୁମ ବୁଲିବା ସହ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରି ନିଜ ମନର କଥା କହିଛନ୍ତି ‘ଓଡ଼ିଶା ଆସୋସିଏସନ ଫର ଦି ବ୍ଲାଇଣ୍ଡ ସ୍କୁଲ’ ର ଦୃଷ୍ଟିହୀନ ଛାତ୍ରଛାତ୍ରୀ।

ପ୍ରଥମ ଥର ଓଡ଼ିଶା ହାଇକୋର୍ଟ ବୁଲିଲେ ଦୃଷ୍ଟିହୀନ ଛାତ୍ରଛତ୍ରୀ

ପ୍ରଥମ ଥର ଓଡ଼ିଶା ହାଇକୋର୍ଟ ବୁଲିଲେ ଦୃଷ୍ଟିହୀନ ଛାତ୍ରଛତ୍ରୀ

  • Share this:
News18 Odia Digital

କଟକ: ପ୍ରଥମ ଥର ପାଇଁ ଦୃଷ୍ଟିହୀନ ଛାତ୍ରଛାତ୍ରୀ ବୁଲିଲେ ଓଡ଼ିଶା ହାଇକୋର୍ଟ। କୋର୍ଟ ରୁମ ବୁଲିବା ସହ ମୁଖ୍ୟ ବିଚାରପତି ଡ.ଏସ ମୁରଲୀଧରଙ୍କ ସହ କରିଛନ୍ତି ଭାବର ଆଦାନ ପ୍ରଦାନ। ‘ଓଡ଼ିଶା ଆସୋସିଏସନ ଫର ଦି ବ୍ଲାଇଣ୍ଡ' ସ୍କୁଲ ଓ ଭୋକେସନାଲ ଟ୍ରେନିଂ ସେଣ୍ଟର ଭୁବନେଶ୍ୱରର ଦୃଷ୍ଟିହୀନ ଛାତ୍ରଛାତ୍ରୀ ପ୍ରଥମେ ମଧୁ ବାବୁଙ୍କ ପାର୍କ ବୁଲିବା ସହ ହାଇକୋର୍ଟରେ ବିଚାରପତିମାନେ କିପରି ଶପଥ ନିଅନ୍ତି ଓ କିଭଳି କୋର୍ଟ ରୁମରେ ଶୁଣାଣି ହୁଏ, ଆଇନଜୀବୀମାନେ କେଉଁଠାରେ ବସନ୍ତି, ସେ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ ସମସ୍ତେ।

ଦୃଷ୍ଟିହୀନ ହୋଇଥିଲେ ସୁଦ୍ଧା କୋର୍ଟ ରୁମ ପରିସରକୁ ସ୍ପର୍ଶ କରି ଅନୁଭୂତି ସାଉଁଟିଥିଲେ ପିଲାମାନେ। ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ଓ ଅନ୍ୟ ନ୍ୟାୟିକ ଅଧିକାରୀଙ୍କ ସହଯୋଗ କ୍ରମେ ଏହି ଦୃଷ୍ଟିହୀନ ଛାତ୍ରଛାତ୍ରୀମାନେ ହାଇକୋର୍ଟ ପରିସର ବୁଲିବା ପରେ ଶେଷରେ ଜୁଡିସିଆଲ ଏକାଡେମୀରେ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରି ନିଜର ଭାବ ବିନିମୟ କରିଥିଲେ।

ଏହି ଆଲୋଚନା ସମୟରେ ଛାତ୍ରଛାତ୍ରୀମାନେ ନିଜ ଭବିଷ୍ୟତ କାର୍ଯ୍ୟପନ୍ଥା କଣ ହେବ ସେ ନେଇ ମୁଖ୍ୟ ବିଚାରପତିଙ୍କୁ କହିଥିଲେ। ମୁଖ୍ୟ ବିଚାରପତି ବି ଏମାନଙ୍କ ସହ ମିଶି ବେଶ ଖୁସି ପ୍ରକାଶ କରିଥିଲେ। ତେବେ ଏହି ଦୃଷ୍ଟିହୀନ ଛାତ୍ରଛାତ୍ରୀ ମାନେ ଶୁକ୍ରବାର ଯେଉଁ ଅନୁଭୂତି ସାଉଁଟିଛନ୍ତି ତାହା ଭବିଷ୍ୟତରେ ତାଙ୍କୁ ନିଶ୍ଚୟ ପ୍ରେରଣା ଦେବ ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ।

ଆମେ କେବେ ସ୍ୱପ୍ନରେ ଭାବିନଥିଲୁ ଯେ ଦିନେ ଓଡ଼ିଶା ହାଇକୋର୍ଟ ବୁଲିବୁ ଓ ନ୍ୟାୟିକ ପ୍ରକ୍ରିୟାକୁ ଜାଣିବୁ। ଏହାସହ ଆଇନଗତ ଦିଗ ଦ୍ୱାରା ସାଧାରଣ ଲୋକ କିପରି ସୁଫଳ ପାଉଛନ୍ତି ତାହାକୁ ଜାଣିବୁ। ତେବେ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରିବା ସମୟରେ ଆମ ମାନଙ୍କର ସ୍କୁଲ ଓ ଟ୍ରେନିଂ ସେଣ୍ଟରରେ ରହିଥିବା ଅଭାବ ଅସୁବିଧା ସମ୍ପର୍କରେ ଜଣାଇଥିଲୁ ଓ ଆମମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବାକୁ ଅନୁରୋଧ ମଧ୍ୟ କରିଛୁ। ଏହା ବ୍ୟତୀତ ମୁଖ୍ୟ ବିଚାରପତିଙ୍କୁ ଭୋକେସନାଲ ଟ୍ରେନିଂ ସେଣ୍ଟର ଆସିବା ପାଇଁ ନିମନ୍ତ୍ରଣ ମଧ୍ୟ ଦେଇଥିବା କଥା କହିଛନ୍ତି ଛାତ୍ରଛାତ୍ରୀ। ତେବେ ଯେପରି ସାଧାରଣ ପିଲାମାନଙ୍କ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟର ବ୍ୟବସ୍ଥା ରହିଛି ସେହିପରି ଆମମାନଙ୍କ ପାଇଁ ଏକ କେନ୍ଦ୍ରୀୟ ବିଦ୍ୟାଳୟର ବ୍ୟବସ୍ଥା କରିବା ଆବଶ୍ୟକ। ଯାହାଦ୍ୱାରା ଓଡ଼ିଆ ସହ ଇଂରାଜୀ ଓ ହିନ୍ଦୀ ଭାଷାରେ ଅଧ୍ୟୟନ ଦିଗ ଆହୁରି ସରଳ ଓ ସହଜ ହୋଇ ପାରିବ ବୋଲି କହିଥିଲେ ଟ୍ରେନିଂ ସ୍କୁଲର ଛାତ୍ରୀ ୟୁ. ଲକ୍ଷ୍ମୀ।
Published by:Lipina Das
First published: