ଆଜି ଠାରୁ ବିଧାନସଭାର ଶୀତ ଅଧିବେଶନ; ୧୦ଟି ବିଲ୍‌ ଉପସ୍ଥାପିତ ହେବ; ରହିବନି ପ୍ରଶ୍ନକାଳ

ବିଧାନସଭାରେ ବିରୋଧୀ ଦଳମାନେ ଏ ଥର ଉଠାଇବେ ଧାନ କିଣାରେ ହେଉଥିବା କଥିତ ଅବ୍ୟବସ୍ଥା, ପୁରୀ ବଗଲା ଧର୍ମଶାଳା ଜମି ହସ୍ତାନ୍ତରରେ କଥିତ ଦୁର୍ନୀତି, ପଡ଼ୋଶୀ ରାଜ୍ୟଙ୍କ ସହ ଥିବା ସୀମା ବିବାଦ ଓ ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଅନେକ ପ୍ରସଙ୍ଗ ।

ଆଜି ଠାରୁ ବିଧାନସଭାର ଶୀତ ଅଧିବେଶନ; ୧୦ଟି ବିଲ୍‌ ଉପସ୍ଥାପିତ ହେବ; ରହିବନି ପ୍ରଶ୍ନକାଳ
ଓଡ଼ିଶା ବିଧାନ ସୌଧ
  • News18 Odia
  • Last Updated: November 20, 2020, 2:02 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଶୁକ୍ରବାର ଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି । ଏ ଥର ବିଧାନସଭାରେ ଉପସ୍ଥାପିତ ହେବ ୧୦ଟି ବିଲ୍‌ । ତିନିଟି ଅଧ୍ୟାଦେଶକୁ ଆଇନରେ ପରିଣତ କରିବାକୁ ବି ବିଲ୍‌ ଆଗତ ହେବ । ଶାସକ ଦଳ ବିଜେଡିର ବିଧାୟକ ଦଳ ବୈଠକ ପରେ ଏହି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିଧାନ ସଭାରେ ସବୁ ବିଧାୟକ ଉପସ୍ଥିତ ରହିବାକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିବା ସେ କହିଛନ୍ତି ।

ଗୃହରେ ବିରୋଧୀ ଦଳମାନେ ଏ ଥର ଉଠାଇବେ ଧାନ କିଣାରେ ହେଉଥିବା କଥିତ ଅବ୍ୟବସ୍ଥା, ପୁରୀ ବଗଲା ଧର୍ମଶାଳା ଜମି ହସ୍ତାନ୍ତରରେ କଥିତ ଦୁର୍ନୀତି, ଓଡ଼ିଶାର ପଡ଼ୋଶୀ ରାଜ୍ୟଙ୍କ ସହ ଥିବା ସୀମା ବିବାଦ ଓ ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ମାଳ ମାଳ ପ୍ରସଙ୍ଗ । ଗତ ଥର ଭଳି ଏଥର ବି ରହିବନି ପ୍ରଶ୍ନକାଳ । ପ୍ରତି ଦିନ ଦୁଇଟି ପର୍ଯ୍ୟାୟରେ ସାଢ଼େ ଚାରି ଘଣ୍ଟା ଚାଲିବ ଗୃହ କାର୍ଯ୍ୟ ।

ଏହା ବି ପଢ଼ନ୍ତୁ | Video: ନ୍ୟୁ ୟର୍କରେ ପୋଲିସ ଅଫିସରଙ୍କ ମୁହଁକୁ ଛେପ ପକାଇ ଗିରଫ ହେଲେ ଭାରତୀୟ ଯୁବତୀ

ବିଜେପି ବିଧାୟକ ଦଳର ବୈଠକ


ଶୀତ ଅଧିବେଶନରେ ବିଧାନସଭାରେ ତାତି ରହିବା ନିଶ୍ଚିତ । ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିସାରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଏହି ଦୁଇ ଦଳ ନିଜ  ବିଧାୟକ ଦଳ ବୈଠକ କରି ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ଚାହିଁ ବସିଛନ୍ତି ।

‘‘ସାମ୍ପ୍ରତିକ ପରିସ୍ଥିତିରେ ଧାନ କିଣାବିକା ଓ ସେଣ୍ଟ୍ରାଲାଇଜଡ୍‌ ଟୋକନ୍‌ ବ୍ୟବସ୍ଥାରେ ଯେଉଁ ସମସ୍ୟା ରହିଛି ଆମେ ତାକୁ ଜୋରଦାର ଢଙ୍ଗରେ ବିଧାନସଭାରେ ଉଠାଇବୁ । ତା’ ସହିତ ସୀମା ବିବାଦ ଓ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବିଷୟ ବି ଆମେ ଉଠାଇବୁ,’’ ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ଏହା ବି ପଢ଼ନ୍ତୁ | ମହିଳାମାନେ ଘରେ ବସି ଭଲ ଅର୍ଥ ରୋଜଗାର କରିପାରିବେ; ଜାଣନ୍ତୁ ଏହି ସବୁ ବିଜିନେସ୍ ଆଇଡିଆ

ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ ରାଜ୍ୟର ଚାଷୀମାନେ ନିଜ ଅମଳ ଧାନର ଉପଯୁକ୍ତ ମୂଲ୍ୟ (MSP) ପାଆନ୍ତୁ ବୋଲି କଂଗ୍ରେସ ଦାବି କରିବ । ‘‘ତା’ ଛଡ଼ା ରାଜ୍ୟ ସରକାର ଅନ୍ୟ ରାଜ୍ୟରେ ଥିବା ଓଡ଼ିଆମାନଙ୍କୁ କାମ ଯୋଗାଇବେ ବୋଲି କହି ଫେରାଇ ଆଣିବା ପରେ ଏଯାବତ୍‌ ଜଣେ ବି ପ୍ରବାସୀ ଲୋକକୁ କାମ ଯୋଗାଇ ପାରି ନ ଥିବା ପ୍ରସଙ୍ଗ ଓ ପୁରୀର ଜମି ପ୍ରସଙ୍କ ମଧ୍ୟ ଆମେ ଉଠେଇବୁ,’’ କହିଛନ୍ତି ସାଲୁଜା ।

ବିଜେଡି ବିଧାୟକ ଦଳ ବୈଠକରେ ବରିଷ୍ଠ ନେତାମାନେ


ହେଲେ ବିରୋଧୀଙ୍କୁ ଜବାବ ଦେବାକୁ ଶାସକ ଦଳ ବିଜେଡି ବି ପ୍ରସ୍ତୁତ ରହିଛି। ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳର ବୈଠକରେ ପ୍ରସ୍ତୁତ ହୋଇଛି ଏଥି ପାଇଁ ରଣନୀତି l କରୋନା ହେଉ କିମ୍ବା ବନ୍ୟା, ରାଜ୍ୟ ସରକାର ବିପର୍ଯ୍ୟୟ ସମୟରେ ଭଲ କାମ କରି ପ୍ରଶଂସା ସାଉଁଟିଛନ୍ତି ଓ ଏଭଳି ସ୍ଥିତିରେ ବିରୋଧୀମାନେ ବିରୋଧ କଲେ ମଧ୍ୟ ତାକୁ ସମ୍ମୁଖୀନ ହେବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛି ଶାସକ ଦଳ ।

ଏହା ବି ପଢ଼ନ୍ତୁ | Bihar Polls: ଲଣ୍ଡନରେ ପଢ଼ି ଫେରିଥିବା ପୁଷ୍ପମ୍ ପ୍ରିୟା କହିଲେ ‘‘EVM ହ୍ୟାକ୍ ହୋଇ NDAକୁ ଗଲା ଭୋଟ୍’’

‘‘ଆମେ ବିଧାନସଭାରେ ବିରୋଧୀଙ୍କୁ ସାମନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ବିଜେଡି ହେଉଛି ଲୋକମାନଙ୍କ ଦଳ । ଏହା ଲୋକମାନଙ୍କ ପାଇଁ କାମ କରିଆସୁଛି । ସେଇଥି ପାଇଁ ତ ବାରମ୍ବାର ରାଜ୍ୟରେ ଶାସନକୁ ଫେରୁଛି ଏହି ଦଳ,’’ କରିଛନ୍ତି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ।

ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ମନ୍ତ୍ରୀ, ବିଧାୟକ ଓ ବିଧାନସଭା କର୍ମଚାରୀଙ୍କ ହୋଇଛି କୋଭିଡ ଟେଷ୍ଟ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିଛି କେବଳ ସେମାନେ ହିଁ ଗୃହକୁ ଯିବେ । ଅଧିବେଶନର ପ୍ରଥମ ଦିନରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌ ଆଗତ କରିବେ ।



୨୯ ତାରିଖରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଲ୍‌ । ଶୀତ ଅଧିବେଶନରେ ମୋଟ ୪୦ଟି କାର୍ଯ୍ୟଦିବସ ରହିବ । ପ୍ରତି ଦିନ ଦୁଇଟି ପର୍ଯ୍ୟାୟରେ ସାଢ଼େ ଚାରି ଘଣ୍ଟା ଗୃହ କାର୍ଯ୍ୟ ଚାଲିବ ।
Published by: Anand Shankar Thankur Das
First published: November 20, 2020, 2:02 AM IST
corona virus btn
corona virus btn
Loading