ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Odisha Assembly Update: ଗୄହରେ ଝଡ଼ ସୃଷ୍ଟି କଲା ବ୍ୟୋମକେଶଙ୍କ ଭାଇରଲ ଅଡ଼ିଓ

Odisha Assembly Update: ଗୄହରେ ଝଡ଼ ସୃଷ୍ଟି କଲା ବ୍ୟୋମକେଶଙ୍କ ଭାଇରଲ ଅଡ଼ିଓ

"ପୋଲିସ ବାବୁ ଜଣକ ଗରିବ ଲୋକଙ୍କୁ ହଇରାଣ ହରକତ କରୁଥିଲେ । ମୁଁ କହିଥିଲି ଆଇନ ତା ବାଟରେ ଯିବ ବୋଲି । ମୋ ଅଡ଼ିଓ ଟେପକୁ ବିଭ୍ରାନ୍ତି କରି ଦେଖାଯାଉଛି । ମୁଁ ପିଏଚଡ଼ି କରିଛି । ବ୍ୟବହାର କେମିତି କରାଯିବ ସେ କଥା ମୋତେ ଶିକାନ୍ତୁନି ।"

Odisha Assembly Update: ଗୄହରେ ଝଡ଼ ସୃଷ୍ଟି କଲା ବ୍ୟୋମକେଶଙ୍କ ଭାଇରଲ ଅଡ଼ିଓ
ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଓ ବିଜେଡି ବିଧାୟକ ବ୍ୟୋମକେଶ ରାୟ
  • News18 Odia
  • Last Updated: March 24, 2021, 7:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ବିଧାନସଭା ଗୄହରେ ବୁଧବାର ଦିନ ଚାନ୍ଦବାଲି ବିଧାୟକ ବ୍ୟୋମକେଶଙ୍କ ଭାଇରଲ ଅଡ଼ିଓକୁ ନେଇ ଏକ ଝଡ଼ ସୃଷ୍ଟି ହୋଇଥିଲା । ଜଣେ ପୋଲିସ ଏଏସଆଇଙ୍କୁ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଧମକ ଦେଉଥିବାର ଏକ ଭାଇରାଲ ଅଡିଓକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଓ ବିଜେଡି ବିଧାୟକ ବ୍ୟୋମକେଶ ରାୟ ମୁହାଁମୁହିଁ ହୋଇଥିଲେ । ଏହା ସହ ବିଧାୟକଙ୍କ ଆଚରଣକୁ ନେଇ କଂଗ୍ରେସ ମଧ୍ୟ ଗୄହ ବାହାରେ ସମାଲୋଚନା କରିଛି ।

ସୋଶାଲ୍‌ ମିଡିଆରେ ଘୁରି ବୁଲୁଥିବା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ଏଏସଆଇଙ୍କ ଅଡିଓ ଭାଇରାଲକୁ ନେଇ ଗୃହରେ ତୁମ୍ବି ତୋଫାନ ଦେଖା ଦେଇଥିଲା । ଶୁନ୍ୟକାଳରେ ଏହି ଅଡିଓ ଭାଇରାଲକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ବିଜେଡି ବିଧାୟକ ବ୍ୟୋମକେଶ ରାୟ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା । ବିରୋଧୀ ଦଳ ନେତା ସିଧାସଳଖ ଭାବରେ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ବିଧାୟକ ବ୍ୟୋମକେଶଙ୍କ ଏଭଳି ଆଭିମୁଖ୍ୟକୁ କଡା ସମାଲୋଚନା କରିଥିଲେ ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ନିଜ ଭାଷଣରେ କହିଥିଲେ, "ରାଜ୍ୟରେ କିପରି ଶାସନ ଚାଲିଛି ତାହା ବ୍ୟୋମକେଶଙ୍କ ଏହି ଭାଇରାଲ ଅଡ଼ିଓରୁ ଜଣାପଡୁଛି । ଶାସକ ଦଳର ନେତା ସାଧାରଣ ପୋଲିସ ଏଏସଆଇଙ୍କୁ ଧମକାଇବେ କି ।"

ଏହା ସହ ପ୍ରଦୀପ୍ତ ନାୟକ ଏହାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି । ବିଧାୟକ ମାନେ ନିଜ ଆଚରଣରେ ଶାଳୀନତା ରଖିବାକୁ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ ପ୍ରଦୀପ୍ତ । ସେପଟେ ଏହି ପ୍ରସଙ୍ଗରେ ଗୃହରେ ନିଜ ବିବୃତ୍ତି ରଖି ବ୍ୟୋମକେଶ କହିଛନ୍ତି, "ପୋଲିସ ବାବୁ ଜଣକ ଗରିବ ଲୋକଙ୍କୁ ହଇରାଣ ହରକତ କରୁଥିଲେ । ଟଙ୍କା ଆଦାୟ କରୁଥିଲେ । ତେଣୁ ମୁଁ ତାକୁ ଫୋନ କରିଥିଲି । ମୁଁ କହିଥିଲି ଆଇନ ତା ବାଟରେ ଯିବ ବୋଲି । ସେ ଟଙ୍କା ଆଦୟ କରୁଥିଲେ । ଲୋକଙ୍କୁ ହଇରାଣ କରୁଥିଲେ । ମୋ ଅଡ଼ିଓ ଟେପକୁ ବିଭ୍ରାନ୍ତି କରି ଦେଖାଯାଉଛି । ମୁଁ ପିଏଚଡ଼ି କରିଛି । ବ୍ୟବହାର କେମିତି କରାଯିବ ସେ କଥା ମୋତେ ଶିକାନ୍ତୁନି ।"

ଗୃହ ବାହାରେ କୌଣସି ମନ୍ତବ୍ୟ ରଖି ନ ଥିଲେ ବ୍ୟୋମକେଶ । ଏହି ଘଟଣାକୁ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଳିକ କହିଛନ୍ତି, "ଏହା ଏକ ଛୁଟିଆ ଘଟଣା ।"

"ସୋଶାଲ୍‌ ମିଡିଆରେ ଘୁରି ବୁଲୁଥିବା ଚାନ୍ଦବାଲି ବିଧାୟକ ବ୍ୟୋମକେଶଙ୍କ ଆଚରଣ ଓ ଉଚାରଣକୁ ନେଇ ପ୍ରଶ୍ନ ଉଠିଛି । ଜଣେ ଜନପ୍ରତିନିଧି ସରକାରୀ କର୍ମଚାରୀଙ୍କୁ ଏଭଳି ବ୍ୟବହାର ଦେଖାଇବା ଉଚିତ କି ?ସଂପୄକ୍ତ ଏଏସଆଇଙ୍କ ବିରୋଧରେ ଯଦି କିଛି ନିର୍ଦ୍ଦିଷ୍ଟ ଅଭିଯୋଗ ବିଧାୟକଙ୍କ ପାଖରେ ଥିଲା ତାକୁ ଉପଯୁକ୍ତ ଫୋରମରେ କହି ପାରିଥାନ୍ତେ । ତାହା ନ କରି ଆଶାଳୀନ ବ୍ୟବହାର ପ୍ରଦର୍ଶନ କରିବା କେତେ ଯୁକ୍ତି ଯୁକ୍ତ ? ବିଧାୟକଙ୍କ କଥାବାର୍ତ୍ତା ଠିକ ହେବା ଦରକାର, " କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ।

ଗୋଟିଏ ପଟେ ବିଜେଡ଼ିର ସୁପ୍ରିମଙ୍କ ସରଳତା ଓ ବ୍ୟକ୍ତିତ୍ବ ସାରା ବିଶ୍ବରେ ଭିନ୍ନ ଏକ ପରିଚୟ ସୄଷ୍ଟି କରିଛି । ଅନ୍ୟପଟେ ବିଧାୟକ ଓ ସାଂସଦଙ୍କୁ ସରଳ ନିରାଡ଼ମ୍ବର ହେବା ପାଇଁ ସବୁବେଳେ ପରାମର୍ଶ ଦେଉଥିବା ବେଳେ ବିଜେଡି ବିଧାୟକ ବ୍ୟୋମକେଶଙ୍କ ସରକାରୀ ବାବୁଙ୍କ ସହ ଏଭଳି ବ୍ୟବହାର ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି ।
Published by: Jagdish Barik
First published: March 24, 2021, 7:49 PM IST