ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ, ହଙ୍ଗାମା କଲା ବିଜେପି, ବାରମ୍ବାର ଅଚଳ ହେଲା ଗୃହ

ବିଧାନସଭାରେ ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପି ହଟ୍ଟଗୋଳ କରିଥିଲା । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିବୃତି ପରେ କକ୍ଷତ୍ୟାଗ କରିଥିଲା କଂଗ୍ରେସ । ସରକାରୀ ଦଳ ମୁଖ୍ୟ ସଚେତକ କହିଲେ ଯେ ବିରୋଧରେ ଯଥାର୍ତତା ନାହିଁ ।

  • Share this:
ଭୁବନେଶ୍ୱର: ଦ୍ବିତୀୟ ଦିନରେ ବି ବିଧାନସଭା ହୁଲସ୍ତୁଲ ହେଲା। ପ୍ରଥମ ଦିନ ଭଳି ଦ୍ବିତୀୟ ଦିନରେ ଆରମ୍ଭରୁ ଅଚଳ ହେଲା ଗୃହ । ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ମୁଲତବୀ ଆଲୋଚନା ଦାବିରେ, ହଙ୍ଗାମା କରିଥିଲା ବିଜେପି । ଫଳରେ ବାରମ୍ବାର ଅଚଳ ହୋଇଥିଲା ଗୃହ । କଂଗ୍ରେସର ମୁଲତବୀ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ମଧ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିବୃତି ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା । ଫଳରେ କକ୍ଷତ୍ୟାଗ କରିଥିଲା କଂଗ୍ରେସ ।

ବିଧାନସଭାରେ ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପି ହଟ୍ଟଗୋଳ କରିଥିଲା । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିବୃତି ପରେ କକ୍ଷତ୍ୟାଗ କରିଥିଲା କଂଗ୍ରେସ । ସରକାରୀ ଦଳ ମୁଖ୍ୟ ସଚେତକ କହିଲେ ଯେ ବିରୋଧରେ ଯଥାର୍ତତା ନାହିଁ ।

ରହସ୍ୟମୟଭାବେ ମୃତ୍ୟୁ ବରଣ କରିଥିବା ସ୍ମିତାରାଣୀ

ପ୍ରଶ୍ନ କାଳରେ ମାତ୍ର ୫ ମିନିଟ୍‌ ଓ ଶୂନ୍ୟକାଳରେ ମାତ୍ର ୧୦ ମିନିଟ୍‌ ଚାଲିପାରିଲା ଗୃହକାର୍ଯ୍ୟ । ବିଜେପିର ହୋହଲ୍ଲା ସତ୍ତ୍ବେ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ପ୍ରାୟ ୧ ଘଣ୍ଟା ୪୦ ମିନିଟ୍‌ ଧରି ହୋଇଥିଲା ଆଲୋଚନା । କିନ୍ତୁ ଦ୍ବିତୀୟାର୍ଦ୍ଧରେ ହେଲା ଜୋରଦାର ବିରୋଧ । ଗୃହରେ ବିବୃତି ରଖି ଗୃହ ରାଷ୍ଟ୍ରମନ୍ତ୍ରୀ କହିଥିଲେ  ଯେ ସ୍ମିତାରାଣୀଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ, ଯାହା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ଅଭିଯୁକ୍ତ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ଗିରଫ କରାଯାଇଛି । ତେବେ ଏ ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ବୋଲି ବିବୃତି ରଖିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ । ମନ୍ତ୍ରୀଙ୍କ ବିବୃତିରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ କରିଥିଲା କକ୍ଷତ୍ୟାଗ ।

ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ବାସ୍ତବରେ ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ବିଜେପିର ଆନ୍ତରିକତା ନାହିଁ । ସିବିଆଇ ତଦନ୍ତ ଦାବି ଅବାସ୍ତବ । ପୂର୍ବରୁ ଅନେକ ଘଟଣାରେ ସିବିଆଇ ତଦନ୍ତ କାମ କରିନି । କେବଳ ବିରୋଧ କରିବା ଆଳରେ ବିରୋଧୀ ବିରୋଧ କରୁଛନ୍ତି ।

ଦ୍ବିତୀୟ ଦିନରେ ବି ସ୍ବାଭାବିକ ହେଲାନି ପ୍ରଶ୍ନକାଳ । ଆଗକୁ ଗୃହକାର୍ଯ୍ୟ କିଭଳି ସଚଳ ହେବ, ତାକୁ ନେଇ ବଢ଼ିଛି ଚିନ୍ତା ।
First published: