ପ୍ରମିଳା ନା ଉଷା ଦେବୀ! କିଏ ହେବ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି

କିଏ ହେବେ ପରବର୍ତ୍ତୀ ବାଚସ୍ପତି ତାହାକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି । ବର୍ତ୍ତମାନର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବାଚସ୍ପତି ହେବା ନେଇ ଚର୍ଚ୍ଚା ଚାଲିଛି। ଚିକିଟିର ୬ ଥର ବିଧାୟିକା ଉଷା ଦେବୀ ମଧ୍ୟ ବାଚସ୍ପତି ଦୌଡରେ ଅଛନ୍ତି ।

ପ୍ରମିଳା ମଲ୍ଲିକ ଓ ଉଷା ଦେବୀ

ପ୍ରମିଳା ମଲ୍ଲିକ ଓ ଉଷା ଦେବୀ

  • Share this:
News18 Odia Digital

ଆଜି ପୂର୍ବାହ୍ନ ୧୧.୪୫ରେ ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଟିମ। ରାଜଭବନ ଅଭିଷେକ ହଲ କିମ୍ବା ଲୋକସେବା ଭବନ କନଭେନସନ ସେଣ୍ଟରରେ ଶପଥ ଗ୍ରହଣ କରିବେ ନୂଆମନ୍ତ୍ରୀ । ଏନେଇ ସମସ୍ତ ପ୍ରସ୍ତୁତି ଓ ତାଲିକା ଶେଷ ହୋଇଥିବାର ସୂଚନାଯୋଗ୍ୟ ମିଳିଛି।

ସେପଟେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ସବୁ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏପରି ସ୍ଥଳେ କିଏ ହେବେ ପରବର୍ତ୍ତୀ ବାଚସ୍ପତି ତାହାକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ପର୍ଯ୍ୟାଲୋଚନା ଓ ଅଙ୍କକଷା ଆରମ୍ଭ ହୋଇଛି । ଯାଜପୁର ବିଞ୍ଝାରପୁର ବିଧାୟିକା ତଥା ବିଜେଡ଼ିର ବରିଷ୍ଠ ନେତ୍ରୀ ପୂର୍ବତନ ମନ୍ତ୍ରୀ ବର୍ତ୍ତମାନର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବାଚସ୍ପତି ହେବା ନେଇ ଚର୍ଚ୍ଚା ଚାଲିଛି। କାରଣ ରାଜନୀତିରେ ଅନୁଭବୀ, ବିଧାନସଭା କାର୍ଯ୍ୟପ୍ରଣାଳୀରେ ଜ୍ଞାନ ଓ ସରକାରଙ୍କ ବିଶ୍ବସ୍ତ ଓ ଜଣେ ମହିଳା ହୋଇଥିବାରୁ ପ୍ରମିଳାଙ୍କୁ ନୂଆ ବାଚସ୍ପତି କରିପାରନ୍ତି ନବୀନ ।

ପ୍ରମିଳା ପ୍ରଥମ ଥର ଜନତା ଦଳ ଟିକେଟରୁ ୧୯୯୦ ମସିହାରେ ବିଧାୟିକା ଭାବେ ନିର୍ବାଚିତ ହୋଇ ବିଧାନସଭା ଆସିଥିଲେ । ପରେ ବିଜେଡି ଗଠନ ପରେ ସେ ୨୦୦୨ ମସିହାରୁ ଲଗାତାର ବିଜେଡି ଟିକେଟରୁ ନିର୍ବାଚିତ ହୋଇ ଆସୁଛନ୍ତି । ୧୯୯୦, ୨୦୦, ୨୦୦୪,୨୦୦୯,୨୦୧୪ ଓ ୨୦୧୯ ମୋଟ ୬ ଥର ବିଧାୟିକା ହେଲେଣି । ଏହା ସହ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ବରିଷ୍ଠ ବିଜେଡି ନେତ୍ରୀ ପୂର୍ବତନ ମନ୍ତ୍ରୀ ତଥା ଚିକିଟିର ୬ ଥର ବିଧାୟିକା ଉଷା ଦେବୀ ମଧ୍ୟ ବାଚସ୍ପତି ଦୌଡରେ ଅଛନ୍ତି । ତାଙ୍କର ମଧ୍ୟ ଅନୁଭବକୁ ଆଧାର କରି ତାଙ୍କୁ ବାଚସ୍ପତି କରିପାରନ୍ତି ନବୀନ । ଅନ୍ୟପଟେ ପଶ୍ଚିମ ଓଡିଶା ବରଗଡ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ମଧ୍ୟ ବାଚସ୍ପତି କରିପାରନ୍ତି ନବୀନ ।
Published by:Soumya Das
First published: