News18 Odia Digital
ଭୁବନେଶ୍ୱର: ବିଧାନ ସଭା ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପିର ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଦାବି କରି ଶାସକ ଦଳ ବିଜେଡି ଅଡି଼ ବସିଥିବା ବେଳେ ଚାଷୀଙ୍କ ପାଖରୁ ସବୁ ଧାନ ସରକାର କିଣନ୍ତୁ ବୋଲି ବିଜେପି ଦାବି କରୁଛି । ଏହି ବାଦବିବାଦ ଭିତରେ ତିନି ଦିନ ଧରି ବିଧାନ ସଭାରେ ଅଚଳାବସ୍ଥା ଜାରି ରହିଛି ।
ରାଜ୍ୟ ବିଧାନ ସଭାର ଗୋଟିଏ ଦିନର ଅଧିବେଶନରେ ପାଖାପାଖି ୧୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ଚାଲିଥିବା ହଟ୍ଟଗୋଳ ଯୋଗୁଁ ଜନସାଧାରଣଙ୍କ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରୁନାହିଁ । ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟରେ ଧାନ କିଣା ପ୍ରସଙ୍ଗରେ ସରକାରଙ୍କୁ ଘେରିଥିବା ବେଳେ ଗୄହ ଭିତରେ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ପ୍ରସଙ୍ଗ କରିଛି ଶାସକ ଦଳ ବିଜେଡ଼ି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଟିଭି ଅଭିନେତ୍ରୀ ଅନୀତା ହସନନ୍ଦାନୀ ପୁଅ ସହ ସେଲ୍ଫି ଶେୟାର୍ କଲେ; ଗାୟତ୍ରୀ ମନ୍ତ୍ର ଶିଖାଉଛନ୍ତି
‘‘ବିଧାନ ସଭା ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥବା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ନ ମାଗିବା ପର୍ଯ୍ୟନ୍ତ ବିଧାନ ସଭା ଚଳାଇ ଦିଆଯିବ ନାହିଁ । ଏମିତି କରି ସେ ପବିତ୍ର ଗୃହକୁ ଅପବିତ୍ର କରିଛନ୍ତି । ଆମେ ବି କେନ୍ଦ୍ର ପାଖରେ ଅନେକ ଦାବି କରୁଛୁ । ହେଲେ ଆମ ଦାବି ପୂରଣ ନ ହେଉଥିବାରୁ ଆମେ କ’ଣ ଆତ୍ମହତ୍ୟା ଉଦ୍ୟମ କରୁଛୁ? ଜଣେ ବିଧାୟକ ଆତ୍ମହତ୍ୟା ଉଦ୍ୟମ କରି କି ପରମ୍ପରା ସୃଷ୍ଟି କରୁଛନ୍ତି? କ’ଣ ବାର୍ତ୍ତା ସେ ସମାଜକୁ ଦେବାକୁ ଚାହୁଁଛନ୍ତି?’’ ପ୍ରଶ୍ନ କରିଛନ୍ତି ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଯେ ମୁଖ୍ୟ ମନ୍ତ୍ରୀ ଗୃହ କାର୍ଯ୍ୟରେ ସାମିଲ ହେଉଛନ୍ତି ଓ ନିଜେ ସବୁ କାର୍ଯ୍ୟର ତଦାରଖ କରୁଛନ୍ତି ।

ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ
ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଧାନ କିଣା ହେଉଥିବା ଅବ୍ୟବସ୍ଥା ନେଇ ଗୄହରେ ପ୍ଲାକାର୍ଡ଼ ପ୍ରଦର୍ଶନ କରିଥିଲେ । ଗୄହ ବାହାରେ ବିଜେପି ଓ ବିଜେଡିକୁ ସେ ନିଶାନା କରିଥିଲେ । ଉଭୟ ଦଳ ଚାଷୀଙ୍କୁ ପ୍ରତାରଣା କରିଛନ୍ତି ବୋଲି ଅଭିଯୋଗ କରି ସେ ଧାନ କିଣାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିକୂଳ ଭୁମିକା ରହିଛି ବୋଲି କହିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କ୍ରିକେଟର୍ ହରଭଜନ ସିଂ ଏବେ ଫିଲ୍ମରେ ଅଭିନୟ କରୁଛନ୍ତି; ଦେଖନ୍ତୁ ତାଙ୍କ ଫିଲ୍ମର ଟିଜର୍ VIDEO
‘‘ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ନୁହେଁ, ମୁଖ୍ୟ ମନ୍ତ୍ରୀ କ୍ଷମା ମାଗିବା ଉଚିତ । ସେ ପୁରୀ, ନୂଆପଡ଼ା, ସୁନ୍ଦରଗଡ଼ ଆଦି ଜାଗାକୁ ଯାଉଛନ୍ତି, ହେଲେ ତାଙ୍କୁ କରୋନା ହେଉନି । ଆଉ ବିଧାନ ସଭା ଆସିଲେ କରୋନା ହେଇଯିବ? ଘରେ ବସି ବିଧାନ ସଭା ଚାଲେନି । ନୂଆପଡା ଯାଇ ବାଟରେ ମନ୍ତ୍ରୀ ବରା ଖାଇଲେ, କରୋନା ହେଲାନି । ବିଧାନସଭା ଆସିଲେ କରୋନା ହେଇଯିବ? ବିଧାନ ସଭା ଚାଲୁଥିବା ବେଳେ ମନ୍ତ୍ରୀ ବସିବେ ଲୋକସେବା ଭବନରେ?’’ ପଚାରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୩୦ ବର୍ଷର ହେଲେ ପୁନମ୍ ପାଣ୍ଡେ, ସେହି ଅଭିନେତ୍ରୀ ଯିଏ ଟିମ୍ ଇଣ୍ଡିଆର ବିଜୟ ବିଷୟରେ କହିଥିଲେ…
ସରକାରଙ୍କ କାର୍ଯ୍ୟ ପଦ୍ଧତି ବିଷୟରେ ପ୍ରଶ୍ନ ପରେ ପ୍ରଶ୍ନ ଉଠାଇ ନାଏକ ଆହୁରି ପଚାରିଛନ୍ତି, ‘‘ମନ୍ତ୍ରୀମାନେ କାହିଁକି ପ୍ରତିବାଦ କରି ଗୃହ ଭିତରକୁ ଯାଇଥିଲେ? ସେମାନେ ସ୍ପଷ୍ଟୀକରଣ ଦିଅନ୍ତୁ । କଣ୍ଟିଜେଣ୍ଟ ଫଣ୍ଡରୁ କାଳିଆ ପାଇଁ ବାଣ୍ଟିଛନ୍ତି, ହେଲେ ଏବେ ଧାନ କିଣିପାରିବେନି? ରାଜ୍ୟ ସରକାର କେବଳ ବାହାନା କରୁଛନ୍ତି । କଂଗ୍ରେସ ପାଖରେ ଶବ୍ଦ ନାହିଁ ।’’
ବଜେଟ ଅଧିବେଶନର ଏହି ଦ୍ୱିତୀୟ ପର୍ଯ୍ୟାୟରେ ଧାନ କିଣାକୁ ନେଇ ସରକାର ଓ ବିରୋଧୀ ଦଳଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଥିବା ବେଳେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ବିଧାନ ସଭାର କାର୍ଯ୍ୟ ଠପ୍ ହୋଇଯାଇଛି ।
ଧ୍ୟାନ ଦିଅନ୍ତୁ: ଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି କୌଣସି ବି କାରଣରୁ ଖୁବ୍ ଦୁଃଖ ଅନୁଭବ କରୁଛନ୍ତି ଓ ସାହାଯ୍ୟ ଲୋଡ଼ୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍ କରନ୍ତୁ: ଆସ୍ରା (
ମୁମ୍ବାଇ) 022-27546669, ସ୍ନେହା (
ଚେନ୍ନାଇ) 044-24640050, ସୁମୈତ୍ରୀ (
ଦିଲ୍ଲୀ) 011-23389090, କୁଜ (
ଗୋଆ) 0832- 2252525, ଜୀବନ (
ଜାମସେଦପୁର) 065-76453841, ପ୍ରତୀକ୍ଷା (
କୋଚି) 048-42448830, ମୈତ୍ରୀ (
କୋଚି) 0484-2540530, ରୋଶନି (
ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (
କୋଲକାତା) ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।