ପ୍ରଥମ ଦିନରେ ବିଧାନସଭା ଗୃହ ମୁଲତବି କଲେ ବାଚସ୍ପତି !
News 18 Odia Digital
ଭୁବନେଶ୍ୱର: ରାଜ୍ୟ ବିଧାନସଭାରେ ଆଜି ଥିଲା ମୌସୁମୀ ଅଧିବେଶନର ପ୍ରଥମ ଦିନ। ତେବେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଆରମ୍ଭ ହୋଇୁଥିଲା ନୁପୂର ଶର୍ମା ବିବାଦ। ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ନୁପୂର ବିବାଦରେ ହଟ୍ଟଗୋଳ କରିବା ହେତୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଥିଲେ।
ବିରୋଧୀ ଦଳ ବିଧାୟକ ନରସିଂହ ମିଶ୍ର ନୁପୂର ପ୍ରସଙ୍ଗ ଉଠାଇଥିଲେ। ସେ କହିଛନ୍ତି ବିଜେପି ଦଳର ମୁଖପାତ୍ର ହେଉଛନ୍ତି ନୁପୂର। ତେଣୁ ସୁପ୍ରିମକୋର୍ଟ ନୁପୂରଙ୍କୁ ଭର୍ତ୍ସନା କରିବା ଅର୍ଥ ବିଜେପିକୁ ଭର୍ତ୍ସନା କରିବା । ମୁଖ୍ୟମନ୍ତ୍ରୀ ଚୁପ ନରହି ଏ ସମ୍ପର୍କରେ ନିଜ ମତ ରଖନ୍ତୁ ବୋଲି ନରସିଂହ କହିଛନ୍ତି ।
କେବଳ ସେତିକି ନୁହେଁ, ଉଦୟପୁରରେ କଂଗ୍ରେସ ପାୱାରରେ ଅଛି ତେଣୁ ସେଠାରେ ସରକାର ଇସ୍ତଫା ଦେଲେ କି ବୋଲି ପ୍ରଶ୍ନ କରିଛନ୍ତି ବିଷ୍ଣୁ ସେଠି। ବିଜେପି ନୂପୁରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇ ସସପେଣ୍ଡ୍ କରିଛି । ତେଣୁ ନୂପୁର ପ୍ରସଙ୍ଗରେ ଚର୍ଚ୍ଚା ନକରିବାକୁ ସେ ଦାବି କରିଥିଲେ । ଏହାସହ କାଶ୍ମୀର ପଣ୍ଡିତଙ୍କ ଚର୍ଚ୍ଚା ମଧ୍ୟ ବିଧାନସଭା ଗୃହରେ ଉଠିଥିଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।