ସମାନ କାମକୁ ସମାନ ଦରମା ଦାବି ହାସଲ ପାଇଁ ଓଡ଼ିଶା ଅମଲା ସଂଘ ଆନ୍ଦୋଳନକୁ ଓହ୍ଲାଇବ

ଓଡ଼ିଶା ଅମଲା ସଂଘ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସଂଘର ରାଜ୍ୟ ସଭାପତି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ସମାନ କାମକୁ ସମାନ ଦରମା ଦାବି ହାସଲ ପାଇଁ ଓଡ଼ିଶା ଅମଲା ସଂଘ ଆନ୍ଦୋଳନକୁ ଓହ୍ଲାଇବ

ସମାନ କାମକୁ ସମାନ ଦରମା ଦାବି ହାସଲ ପାଇଁ ଓଡ଼ିଶା ଅମଲା ସଂଘ ଆନ୍ଦୋଳନକୁ ଓହ୍ଲାଇବ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ଵର: ଓଡ଼ିଶା ଅମଲା ସଂଘ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସଂଘର ରାଜ୍ୟ ସଭାପତି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷ ଶ୍ରୀ ଅସିତ ବରଣ ସ୍ଵାଇଁ , କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ତରାସିଆ , ରାଜ୍ୟ ସାଧାରଣ ସମ୍ପାଦକ  ପ୍ରସନ୍ନ କୁମାର ତ୍ରିପାଠୀ , ସଙ୍ଗଠନ ସମ୍ପାଦକ  ଜ୍ଞାନରଞ୍ଜନ ଦାଶ, ପ୍ରାକ୍ତନ ସଭାପତି ଶତ୍ରୁଘ୍ନ ପାଣିଗ୍ରାହୀ, ମୁଖ୍ୟ ଉପଦେଷ୍ଟା ସୁଦାମ ପାଣିଗ୍ରାହୀ ପ୍ରମୁଖ କର୍ମଚାରୀ ନେତା ଉପସ୍ଥିତ ଥିଲେ ।



ଏଥିରେ ୩୦ ଗୋଟି ଜିଲ୍ଲାର ଅମଲା ସଂଘର ସଭାପତି , ସମ୍ପାଦକ ଏବଂ  ୩ଶହ ରୁ ଉର୍ଦ୍ଧ ସଂଖ୍ୟାରେ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ସଭାରେ ପ୍ରଥମେ ସଂଘର ସଭାପତି ଓଡ଼ିଶା ସରକାରଙ୍କୁ ଚୁକ୍ତିଭିତିକ ନିଯୁକ୍ତିକୁ ବିଲୋପ କରିଥିବାରୁ ସାଧୁବାଦ ଜଣାଇଥିଲେ। ଅନ୍ୟପକ୍ଷରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କୁ ସର୍ବନିମ୍ନ ଦରମା ପ୍ରଦାନ କରି ସରକାର ଅବହେଳିତ କରି ରଖିଛନ୍ତି ବୋଲି କଟାକ୍ଷ କରିଥିଲେ । ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଥାଇ ମଧ୍ୟ ଗୋତି ଶ୍ରମିକ ଭଳି ସେମାନଙ୍କୁ ୧୯୦୦ 'ଗ୍ରେଡ଼ ପେ'ରେ ରହି କାର୍ଯ୍ୟକରିବାକୁ ବାଧ୍ୟ କରୁଛନ୍ତି ଯାହା ଫଳରେ ଜିଲ୍ଲା ସ୍ତରୀୟ ଅମଲାମାନଙ୍କ ମନରେ ଘୋର ବୈରାଗ୍ୟ ଭାବ ସୃଷ୍ଟି ହେଉଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ ।  ଅମଲା ସଂଘର ସାଧାରଣ ସମ୍ପାଦକ ତାଙ୍କ ଭାଷଣ ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରି ସରକାର ଅମଲାମାନଙ୍କ ବେତନ ସମୀକରଣ କରିବାରେ ଟାଳଟୁଳ ନୀତିକୁ ସମାଲୋଚନା କରିଥିଲେ । ବାରମ୍ବାର ଏ ବାବଦରେ ସରକାରଙ୍କ ସହିତ ଆଲୋଚନା କରି ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସରକାର ଜାଣିଶୁଣି ନୀରବ ରହିବା ବାସ୍ତବିକ ଦୁଖଦାୟକ ବୋଲି ଅଭିହିତ କରିଥିଲେ । +୨ ଯୋଗ୍ୟତା ଥାଇ ଅନ୍ୟ ବର୍ଗର କର୍ମଚାରୀମାନଙ୍କୁ ଅଧିକ ବେତନ ଦେଉଥିବାବେଳେ , ସ୍ନାତକ ଯୋଗ୍ୟତା ଥାଇ ଅମଲାମାନଙ୍କୁ ୧୯୦୦ ଗ୍ରେଡ଼ ପେ ଦେବା, ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ  କରୁଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ । ଜିଲ୍ଲାସ୍ତରର ଅମଲା ସରକାରଙ୍କର ସମସ୍ତ ଯୋଜନାକୁ ସଫଳ ରୂପାଯନ କରିବାରେ ତୃଣମୂଳ ସ୍ତରରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବାର ଉପଲବ୍ଧି କରି ଜିଲ୍ଲା ସ୍ତରୀୟ ଅମଳମାନଙ୍କୁ ସେମାନଙ୍କ ଯୋଗ୍ୟତା ଭିତିରେ ଗ୍ରେଡ଼ ପେ ୪୨୦୦/- ପ୍ରଦାନ କରିବାକୁ ବହୁ ମାନ୍ୟବର ବିଧାୟକ ସରକାରଙ୍କୁ ସୁପାରିସ ପତ୍ର କରିଥିଲେ ମଧ୍ୟ ସରକାର ଏ ପର୍ଯ୍ୟନ୍ତ ଉଦାସୀନ ଅଛନ୍ତି ବୋଲି ବ୍ୟକ୍ତ କରିଥିଲେ ।

ଏହି ସଭାରେ ମଞ୍ଚସ୍ଥ ସମସ୍ତ ରାଜ୍ୟସ୍ତରୀୟ କର୍ମକର୍ତା ଏବଂ ୩୦ଗୋଟି ଜିଲ୍ଲାରୁ ଆସିଥିବା ଓଡ଼ିଶା ଅମଲା ସଂଘର ସଭାପତି ଓ ସମ୍ପାଦକ ଆଲୋଚନାରେ ଅଂଶଗ୍ରହଣ କରି ସରକାର, ଯଦି ଜିଲ୍ଲା ସ୍ତରୀୟ ଅମଲାମାନଙ୍କର ଶିକ୍ଷାଗତ ଯୋଗ୍ୟତା ଅନୁଯାଇ ଦରମା ସମୀକରଣ ଶୀଘ୍ର ନ କରନ୍ତି କିମ୍ବା ସମାନ କାମକୁ ସମାନ ଦରମା ପ୍ରଦାନ ନ କରନ୍ତି ତେବେ ଆସନ୍ତା ନଭେମ୍ବର ମାସରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ  ୩୦,୦୦୦ ଅମଲା ରାଜଧାନୀରେ ସମାବେଶ ହୋଇ ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାକୁ ସର୍ବସମ୍ନତି କ୍ରମେ ନିସ୍ପତି ଗ୍ରହଣ କରାଯାଇଛି । ଏଥିପୂର୍ବରୁ ସମସ୍ତ ଜିଲ୍ଲାର ଅମଲାମାନେ ସେମାନଙ୍କର  ଜିଲ୍ଲାପାଳମାନଙ୍କ ଜରିଆରେ ସ୍ମାରକପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରିବା ପୂର୍ବକ ବିଭିନ୍ନ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଯିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଥିଲେ ।  ତଥାପି ସରକାର ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ ବିଧାନସଭା ସମ୍ମୁଖରେ ଅନଶନ ଏବଂ ହଙ୍ଗର ଷ୍ଟ୍ରାଇକ ଭଳି କଠୋର ଆନ୍ଦୋଳନାତ୍ମକ ପଦକ୍ଷପ ଗ୍ରହଣ କରାଯିବ ପାଇଁ ସଭାରେ ନିସ୍ପତି ନିଆଯାଇଛି ।
Published by:Soubhagya Mishra
First published: