News18 Odia Digital
ଭୁବନେଶ୍ବର: ଶନିବାର ପ୍ରବଳ ବର୍ଷା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଅଞ୍ଚଳରେ ‘ମୋ ବସ୍’ ସହ ଏକ ଟ୍ରକ୍ ପାଣିରେ ବୁଡ଼ି ଯାଇଥିଲା। ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ନିକଟ ଜଟଣୀ ପିପିଲି ରେଳବାଇ ଅଣ୍ଡରପାସ୍ ନିକଟରେ ଏହି ଘଟଣା ଘଟିଛି।
ବସଟି ଖୋର୍ଦ୍ଧାରୁ ଜଟଣୀ ଓ ସୁନ୍ଦରପଦା ଦେଇ ଯାଉଥିବା ବେଳେ ଜଟଣୀ ରେଳ ଓଭରବ୍ରିଜ୍ ତଳେ ବର୍ଷା ପାଣିରେ ଫସି ରହିଥିଲା। ବସରେ ୨୫ରୁ ୩୦ ଜଣ ଯାତ୍ରୀ ଥିଲେ।
ଖବର ଅନୁଯାୟୀ, ଜଟଣୀ ପିପିଲି ରେଳବାଇ ଅଣ୍ଡରପାସରେ ‘ମୋ ବସ୍’ ସହ ଆଉ ଏକ ଟ୍ରକ୍ ବର୍ଷା ପାଣିରେ ବୁଡ଼ି ଯାଇଥିଲା। ବସ ଭିତରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଯାତ୍ରୀମାନେ ଆତଙ୍କିତ ହୋଇଥିଲେ। ତେବେ ଏପର୍ଯ୍ୟନ୍ତ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ପ୍ରକାଶ ଥାଉକି ଏହି ସ୍ଥାନରେ ଜମିଥିବା ଜଳ ପ୍ରାୟ ୮ ଫୁଟ ଉଚ୍ଚରେ ରହିଛି, ଯାହା ଫଳରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।