କୄଷି କ୍ୟାବିନେଟ ତ ବସିଲା, ହେଲେ କାଳିଆ ଯୋଜନାର ଦ୍ଵିତୀୟ କିସ୍ତି ବିଷୟରେ ସରକାର ନିରବ

ବିରୋଧୀ ଦଳ ବିଜେପି ଓ କଂଗ୍ରେସ କହିଛନ୍ତି ଯେ ନିର୍ବାଚନ ଥିବାରୁ ସରକାର କାଳିଆ ଯୋଜନା ନାଁରେ ଟଙ୍କା ବାଣ୍ଟିଲେ, ଆଉ ଏବେ କୌଣସି ନିର୍ବାଚନ ନ ଥିବାରୁ ଟଙ୍କା ଦେବାକୁ ଇଚ୍ଛା କରୁନାହାନ୍ତି ।

କୄଷି କ୍ୟାବିନେଟ ତ ବସିଲା, ହେଲେ କାଳିଆ ଯୋଜନାର ଦ୍ଵିତୀୟ କିସ୍ତି ବିଷୟରେ ସରକାର ନିରବ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 4, 2020, 10:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୃଷି କ୍ୟାବିନେଟ ବସିଲା । ଖରିଫ, କାଳିଆ ଓ ବଳରାମ ଯୋଜନା ପାଇଁ ସରକାର ଚିନ୍ତା କରୁଛନ୍ତି ବୋଲି ଚାଷୀଙ୍କୁ ଜଣାଇଲେ । କିନ୍ତୁ ଖରିଫ ଋତୁ ସରିବାକୁ ବସିଲାଣି, ହେଲେ କାଳିଆର ଦ୍ୱୀତିୟ କିସ୍ତି ଟଙ୍କା କେବେ ମିଳିବ ସେ ନେଇ ମୁହଁ ଖୋଲୁ ନାହାନ୍ତି ସରକାର । ଏହାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ କୃଷି କ୍ୟାବିନେଟ ସରକାରଙ୍କ ଏକ ଭେଳିକି ।

ହେଲେ ଶାସକ ଦଳ ବିଜେଡି କହିଛି ଯେ ସରକାର ଯେତେବେଳେ ଯେଉଁ ପ୍ରତିଶୃତି ଦେଇଥାନ୍ତି ତାକୁ ରକ୍ଷା କରନ୍ତି  । ତିନି ବର୍ଷ ପରେ ରାଜ୍ୟରେ କୃଷି କ୍ୟାବିନେଟ ବସିଲା । କିନ୍ତୁ କ୍ୟାବିନେଟରେ କୌଣସି ନୀତିଗତ ପ୍ରସ୍ତାବ ଆସି ନ ଥିବାରୁ କ୍ୟାବିନେଟ ଅନୁମୋଦନର ଆବଶ୍ୟକତା ପଡ଼ିନାହିଁ । ଚାଷୀଙ୍କ ପ୍ରତି ନିଜର ଉତ୍ତରଦାୟିତ୍ୱ ଦର୍ଶାଇବାକୁ ଯାଇ ସରକାର କୃଷି କ୍ୟାବିନେଟ କଲେ । କାଳିଆ ଯୋଜନାର କାର୍ଯ୍ୟକାରିତା ଓ ଚାଷୀଙ୍କୁ କେବେ ମିଳିବ ଦ୍ୱିତୀୟ କିସ୍ତି ସହୟତା ଟଙ୍କା ସେ ବାବଦରେ ନିରବ ରହି ୫୫ ଲକ୍ଷ ୨୯ ହଜାର ୮୬୦ ଜଣ ଚାଷୀ କାଳିଆ ପାଇଁ ଯୋଗ୍ୟ ବିବେତିତ ହୋଇଥିବା  କହି ଦାୟିତ୍ୱ ସାରିଲେ ।

ଖରିପ ଫସଲ ଋତୁ ସରିବାକୁ ବସିଲାଣି, ହେଲେ ଚାଷୀଙ୍କୁ କାଳିଆର ଦ୍ୱିତୀୟ କିସ୍ତି କେବେ ମିଳିବ ସେ ବିଷୟରେ ସରକାର ମୁଁହ ଖୋଲୁ ନ ଥିବାରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳମାନେ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ‘‘ନିର୍ବଚନ ଥିବାରୁ ସରକାର କାଳିଆ ଯୋଜନା ନାଁରେ ଟଙ୍କା ବାଣ୍ଟିଲେ । ଏବେ କୌଣସି ନିର୍ବାଚନ ନ ଥିବାରୁ ଟଙ୍କା ଦେବାକୁ ମନାକରୁଛନ୍ତି । ଚାଷୀଙ୍କୁ ଠକୁଛନ୍ତି । ବିଧାନ ସଭାରେ ଏ ପ୍ରସଙ୍ଗକୁ ଉଠାଯିବ ।’’

ବିଜେପି ସାଧରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ କହିଛନ୍ତି, ‘‘କାଳିଆ ନାଁରେ ନିର୍ବାଚନୀ ବୈତରଣୀ ପାର କଲା ବିଜେଡି, ଏବେ ତା’ର ସରକାର ଲୋକଙ୍କୁ ଠକୁଛି । ପିଏମ କିସାନ ପାଇଁ ସଠିକ ତାଲିକା ଦେଉ ନାହାନ୍ତି  । ପ୍ରଥମ କିସ୍ତିରେ ୩୧ ଲକ୍ଷ ଚାଷୀଙ୍କ ତାଲିକା ଦେଇଥିବା ରାଜ୍ୟ ସରକାର ଏବେ ୯ ଲକ୍ଷରେ ଆସି ପହଞ୍ଚିଲେଣି । ସରକାର ପିଏମ କିସାନ ପାଇଁ ଯୋଗ୍ୟତା ଭିତ୍ତିରେ ତାଲିକା ଦିଅନ୍ତୁ ।’’

ବିରୋଧୀଙ୍କ ଅଭିଯୋଗର ଜବାବ ରଖି ସାଶକ ଦଳ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ‘‘ସରକାର  କମିଟମେଣ୍ଟ ଅନୁସାରେ କାମ କରିନ୍ତି । ତାଲିକାରେ ରହିଥିବା ତୃଟି ବିଚ୍ୟୁତିକୁ ସୁଧାରାଯାଉଛି । କାଳିଆ ଟଙ୍କା ଦେବା ହେଉଛି ଏକ ନୀତିଗତ ନିଷ୍ପତ୍ତି । ସରକାର ତାହା ଯୋଗାଇଦେବେ । ବିରୋଧୀଙ୍କ କାମ ହେଉଛି ବିରୋଧ କରିବା ।’’

ଏହା ବି ପଢ଼ନ୍ତୁ | ଗଧ ଘାସ ଖାଉଥିବା ବେଳେ ତା’ ପାଟିରେ ସାପ ପଶିଗଲା; ତା’ ପରେ କଣ ହେଲା ଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ | ଏହି ଫୋନଗୁଡ଼ିକର କ୍ୟାମେରା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ! ଏଥିରେ ଚମତ୍କାର ଫଟୋ ଉଠାଇପାରିବେ

କୃଷି ବିଶେଷଜ୍ଞଙ୍କ ନଟବର ଖୁଣ୍ଟିଆ କହିଛନ୍ତି ଯେ କୃଷି ବଜେଟ ଏକ ପାରମ୍ପରିକ ବଜେଟ ପାଲଟିଛି । ‘‘ଗତ ୬ ଥରର କୃଷି ବଜେଟକୁ ଯଦି ଅନୁଧ୍ୟାନ କରାଯାଏ ଏଥିରେ କିଛି ନୂତନତ୍ୱ ଦିଶିବ ନାହିଁ  କିମ୍ବା ଚାଷୀଙ୍କ କୌଣସି ଉନ୍ନତି ବି ଘଟିନାହିଁ । ୨୦୧୫-୧୬ରେ ଆଗ୍ରିକଲଚର ଷ୍ଟାଟିଷ୍ଟିକ୍ସକୁ ଯଦି ଦେଖିବା ରାଜ୍ୟରେ ୬୨ ଲକ୍ଷ ହେକ୍ଚର ରହିଛି ଚାଷ ଜମି  । ସରକାର ଏବେ ବି ସେହି କଥା କହୁଛନ୍ତି ଯେ ୬୧ ଲକ୍ଷ ହେକ୍ଟର ଜମିରେ ଚାଷ ହେଇଛି, ଯାହା ସମ୍ପୂର୍ଣ୍ଣ ମିଥ୍ୟା । କାଳିଆ ଯୋଜନା କିସ୍ତି ମିଳୁ ନ ଥିବା ବେଳେ ବଳରାମ ଯୋଜନା ଏକ ସମ୍ପୂର୍ଣ୍ଣ ଫେଲ୍‌ ଯୋଜନା ପାଲଟିଛି । ଭାଗଚାଷୀ ଚିହ୍ନଟ ହୋଇ ନ ଥିବା ବେଳେ କାହୁକୁ ମିଳିବ ଋଣ?’’



ପିଏମ୍‌ କିସାନ ଓ କାଳିଆ ଯୋଜନା କନଭରଯେନ୍ସ ହେବା ପରେ ଚାଷୀଙ୍କୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେବାକୁ ସ୍ଥିର କରିଥିଲେ ସରକାର । କେନ୍ଦ୍ର ୬ ହଜାର ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ଦେବେ ୪ ହଜାର ଟଙ୍କା । ଖରିଫ ଚାଷ ପାଇଁ ପିଏମ କିସାନ ଯୋଜନାରେ ଚାଷୀଙ୍କୁ ୨,୦୦୦ ଟଙ୍କା ମିଳିସାରିଥିବା ବେଳେ ରାଜ୍ୟ ସରକାର ଏଯାଏଁ ନିଜ ପ୍ରତିଶୃତି ପୂରା କରି ନାହାନ୍ତି  l
Published by: Anand Shankar Thankur Das
First published: September 4, 2020, 10:44 PM IST
corona virus btn
corona virus btn
Loading