‘ଆପଣମାନେ ଖୁସି ତ’; ଖୁସି ରାଜ୍ୟ ତାଲିକାରେ ଲମ୍ବ ଡିଆଁ ମାରିଲା ଓଡ଼ିଶା

Odisha happiest states in india: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ଦେଶର ଖୁସି ରାଜ୍ୟ ତାଲିକାରେ ତୃତୀୟ ନମ୍ବର ସ୍ଥାନରେ ଅଛି ଓଡ଼ିଶା।

‘ଆପଣମାନେ ଖୁସି ତ’; ଖୁସି ରାଜ୍ୟ ତାଲିକାରେ ଲମ୍ବ ଡିଆଁ ମାରିଲା ଓଡ଼ିଶା

‘ଆପଣମାନେ ଖୁସି ତ’; ଖୁସି ରାଜ୍ୟ ତାଲିକାରେ ଲମ୍ବ ଡିଆଁ ମାରିଲା ଓଡ଼ିଶା

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Odisha happiest states in India: ‘The WEEk’ ଦ୍ବାରା ପ୍ରକାଶିତ ହାପି ପ୍ଲସ୍ ସର୍ଭେ ଅନୁଯାୟୀ ଗତ ବର୍ଷ ୧୬ତମ ସ୍ଥାନରେ ଥିବା ଓଡ଼ିଶା ଏଥର ତୃତୀୟ ସ୍ଥାନକୁ ଆସିଛି। ଓଡ଼ିଶା ଭାରତର ତୃତୀୟ ଖୁସି ରାଜ୍ୟ ଭାବରେ ସ୍ଥାନିତ ହୋଇଛି। ଲୋକ କେନ୍ଦ୍ରିକ ନୀତିର ଓଡ଼ିଶାର ପ୍ରଭାବଶାଳୀ କାର୍ଯ୍ୟକାରିତା ଲୋକଙ୍କୁ ଖୁସି କରୁଛି।

ସାମଗ୍ରିକ ମାନ୍ୟତା, ପସନ୍ଦ ସ୍ବାଧୀନତା, ଦୁର୍ନୀତିର ଧାରଣା, ମୁଣ୍ଡପିଛା ନିଟ୍ ରାଜ୍ୟ ଘରୋଇ ଉତ୍ପାଦ, ଉପଭୋକ୍ତା ମୂଲ୍ୟ ସୂଚକାଙ୍କ, ସାକ୍ଷରତା ହାର, ଜନ୍ମ ସମୟରେ ସୁସ୍ଥ ଆୟୁ, ବହୁମୁଖୀ ଦାରିଦ୍ର ସୂଚକାଙ୍କ ଏବଂ ସ୍ୱାସ୍ଥ୍ୟ ସୂଚକାଙ୍କ ପରି ପାରାମିଟର ଉପରେ ଖୁସି ରାଜ୍ୟ ଆଧାରିତ।

ଗତଥର ଅପେକ୍ଷା ୧୩ ସ୍ଥାନ ଡେଇଁ ଟପ୍‌ ୩ରେ ସ୍ଥାନ ହାସଲ ପାଇବାରେ ସଫଳ ହୋଇଛି ଓଡ଼ିଶା । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ କରାଯାଇଛି । ଗତ ଥର ଓଡ଼ିଶା ୧୬ ନମ୍ବର ସ୍ଥାନରେ ଥିଲା । ଏଥର ଓଡ଼ିଶା ତୃତୀୟ ସ୍ଥାନ ଦଖଲ କରିଛି । ସର୍ବେକ୍ଷଣ କରିଥିବା ଦି ୱିକ ସଂସ୍ଥା ଏହି ତାଲିକା ପ୍ରକାଶ କରିଛି । ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦ୍ୱାରା ଲୋକଙ୍କ ମଧ୍ୟରେ ଖୁସିର ମାତ୍ରା ବୃଦ୍ଧି ପାଇଛି ବୋଲି ସର୍ଭେରେ କୁହାଯାଇଛି । ମୋଟ ୭ଟି କାଟୋଗରୀକୁ ନେଇ ଏହି ସର୍ଭେ କରାଯାଇଥିଲା ।

ନିଜ ପସନ୍ଦ ପାଇଁ ସ୍ୱାଧୀନତା, ଦୁର୍ନୀତି ପ୍ରତି ମନୋଭାବ, ରାଜ୍ୟର ଘରୋଇ ଉତ୍ପାଦନ ନେଇ ବିକାଶ ସୁଯୋଗ, ଉପଭୋକ୍ତା ଅର୍ଥ ସୂଚକାଙ୍କ, ସାକ୍ଷାରତା ହାର, ଜନ୍ମବେଳେ ସ୍ୱାସ୍ଥ୍ୟଗତ ଆକାଂକ୍ଷା, ବହୁମୁଖୀ ଗରିବୀ ଓ ସ୍ୱାସ୍ଥ୍ୟ ସୂଚକାଙ୍କ । ଏପରି ୭ଟି କ୍ୟାଟେଗୋରୀରେ ସର୍ଭେ କରାଯାଇ ସବୁଠୁ ଖୁସିର ରାଜ୍ୟ ତାଲିକା ପ୍ରକାଶ ପାଇଛି ।

ପଢ଼ନ୍ତୁ ଏହି ଖବର:  Kisan Credit Card: ଆସିଲା ବଡ଼ ଖବର; ଚାଷୀଙ୍କ ଆୟ ବଢ଼ାଇବେ ଅର୍ଥମନ୍ତ୍ରୀ

ସେହିପରି ହିମାଚଳ ପ୍ରଦେଶ ଦେଶ ଖୁସି ରାଜ୍ୟର ପ୍ରଥମ ସ୍ଥାନରେ ଥିବାବେଳେ ମହାରାଷ୍ଟ୍ର ଦ୍ବିତୀୟ, ଓଡ଼ିଶା ତୃତୀୟ, କେରଳ ଚତୁର୍ଥ ସ୍ଥାନ ଅଧିକାର କରିଛି। ଉତ୍ତରପ୍ରଦେଶ ୨୦ତମ ସ୍ଥାନରେ ରହିଛି।

ଉଲ୍ଲେଖଯୋଗ୍ୟ, ବିଶ୍ୱ ଖୁସି ରିପୋର୍ଟ ୨୦୨୩ରେ ଭାରତର ସ୍ଥିତି ୧୩୬ ରୁ ୧୨୬କୁ ଉନ୍ନତ ହୋଇଛି। ସେହିପରି ନେପାଳ, ଚୀନ୍ ଏବଂ ବାଂଲାଦେଶ ପରି ପଡୋଶୀ ଦେଶ ପଛରେ ରହିଛି।

ପଢନ୍ତୁ ଏହି ଖବର :  Weather Today : ତାତିରେ ଲାଗିଲା ବ୍ରେକ୍; ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Published by:Lipina Das
First published: