CHSE Result 2022: ବିଳମ୍ବରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ; ଜାଣନ୍ତୁ ତାରିଖ ଓ ସମୟ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଓଡିଶା ଫଳାଫଳ ୨୦୨୨ ବିଳମ୍ବରେ ପ୍ରକାଶ ପାଇବା ନେଇ ସମ୍ଭାବନା ରହିଛି। ଜୁନ୍ ଶେଷ କିମ୍ବା ଜୁଲାଇ ପ୍ରଥମ ସପ୍ତାହରେ ଫଳାଫଳ ପ୍ରକାଶ ପାଇବା ନେଇ ଧାର୍ଯ୍ୟ କରାଯାଇଥିଲା।

ଯୁକ୍ତ ୨ ପରୀକ୍ଷା ଫଳ (ପ୍ରତୀକାତ୍ମକ ଛବି)

ଯୁକ୍ତ ୨ ପରୀକ୍ଷା ଫଳ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଓଡିଶା ଫଳାଫଳ ୨୦୨୨ ବିଳମ୍ବରେ ପ୍ରକାଶ ପାଇବା ନେଇ ସମ୍ଭାବନା ରହିଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, CHSE ଓଡିଶା ଯୁକ୍ତ ୨ ଫଳାଫଳ, ଜୁନ୍ ଶେଷ କିମ୍ବା ଜୁଲାଇ  ପ୍ରଥମ ସପ୍ତାହ ପାଇଁ ଧାର୍ଯ୍ୟ କରାଯାଇଥିଲା। CHSE ଯୁକ୍ତ ୨ ଫଳାଫଳପ ପାଇଁ  chseodisha.nic.in ପରିଦର୍ଶନ କରନ୍ତୁ।

ରିପୋର୍ଟ ଅନୁଯାୟୀ, ମୂଲ୍ୟାଙ୍କନ ପ୍ରକ୍ରିୟା ବିଳମ୍ବ ହେତୁ CHSE ଓଡିଶା ଯୁକ୍ତ ୨ ଫଳାଫଳ ବିଳମ୍ବ ଘଟିଛି। ମୂଲ୍ୟାଙ୍କନ ଜୁନ୍ ୧୩ ରୁ ଆରମ୍ଭ ହୋଇ ଜୁନ୍ ୨୫ ରେ ଶେଷ ହେବାର ଯୋଜନା ହୋଇଥିବାବେଳେ ଏହା କେତେକ କାରଣରୁ ବିଳମ୍ବ ହୋଇଥିଲା ଓ ପ୍ରାୟ ୨୦ ଜୁନରେ ଆରମ୍ଭ ହୋଇଥିବା ଜଣାଯାଇଛି।

CHSE ଖାତା ମୂଲ୍ୟାଙ୍କନ କରିବାକୁ ଅତି କମରେ ୧୫ ଦିନ ଲାଗିବ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହା ବ୍ୟତୀତ CHSE ଓଡିଶା ଫଳାଫଳର ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାଙ୍କନ ଚାଲିଛି।ଏହା ସମ୍ପୂର୍ଣ୍ଣ ହେବାକୁ କିଛି ସମୟ ଲାଗିବ।

CHSE ଓଡିଶା ଯୁକ୍ତ ୨ ପରୀକ୍ଷା ୨୦୨୨ ଏପ୍ରିଲ୍ ୨୮ ରେ ଆରମ୍ଭ ହୋଇ ଜୁନ୍ ୪ ରେ ଶେଷ ହୋଇଥିଲା। ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ସେମାନଙ୍କ ଶ୍ରେଣୀ ଦ୍ୱାଦଶ ଫଳାଫଳକୁ ଅନଲାଇନରେ ଘୋଷଣା କରିବାକୁ ଅପେକ୍ଷା କରିଛନ୍ତି।ଅଧିକ ଅଦ୍ୟତନ ପାଇଁ ଅଫିସିଆଲ୍ ୱେବସାଇଟରେ ଚେକ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।
Published by:Soumya Das
First published: