Odisha +2 Arts & Vocational Result: ପ୍ରକାଶ ପାଇଲା ଯୁକ୍ତଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ: ପାସ ହାର ୬୭.୫୬%

ଯୁକ୍ତଦୁଇ କଳାରେ ମୋଟ ପାସ ହାର ୬୭.୫୬ % ରହିଛି । ପୁଅ ମାନଙ୍କ ପାସ ହାର ୫୭.୫୩% ପାସ କରିଥିବା ବେଳେ ଓ ଝିଅ ମାନଙ୍କ ପାସ ହାର ରହିଛି ୭୫.୪୮% । କଳାରେ ବରଗଡ଼ ଜିଲ୍ଲାର ପାସ ହାର ସର୍ବାଧିକ ୭୬.୬୩ ପ୍ରତିଶତ ଥିବାବେଳେ ନବରଙ୍ଗପୁର ଜଲ୍ଲାର ସର୍ବନିମ୍ନ ୪୪.୬୭ ପାସ ହାର ରହିଛି ।

Odisha +2 Arts & Vocational Result: ପ୍ରକାଶ ପାଇଲା ଯୁକ୍ତଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ: ପାସ ହାର ୬୭.୫୬%
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 5, 2020, 4:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ରାଜ୍ୟର ଯୁକ୍ତଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ (Odisha +2 Arts & Vocational Result) ଆଜି ପ୍ରକାଶ ପାଇଛି । ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ପ୍ରକାଶ ପାଇଥିବା ଘୋଷଣା କରିଛନ୍ତି । ୱେବସାଇଟ୍‌ ଓ ଏସ୍‌.ଏମ୍‌.ଏସ୍‌.ରେ (SMS) ଛାତ୍ରଛାତ୍ରୀମାନଙ୍କୁ ଏହି ରେଜଲ୍ଟ (Odisha +2 Arts & Vocational Result) ମିଳିପାରିବ । ଛାତ୍ର ଛାତ୍ରୀ ମାନେ ‘http://orissaresults.nic.in ୱେବସାଇଟ୍‌ ରେ ନିଜ ପରୀକ୍ଷା ଫଳ ମଧ୍ୟ ଦେଖି ପାରିବେ ।

ଯୁକ୍ତଦୁଇ କଳାରେ ମୋଟ ପାସ ହାର ୬୭.୫୬ % ରହିଛି । ପୁଅ ମାନଙ୍କ ପାସ ହାର ୫୭.୫୩% ପାସ କରିଥିବା ବେଳେ ଓ ଝିଅ ମାନଙ୍କ ପାସ ହାର ରହିଛି ୭୫.୪୮% । କଳାରେ ବରଗଡ଼ ଜିଲ୍ଲାର ପାସ ହାର ସର୍ବାଧିକ ୭୬.୬୩ ପ୍ରତିଶତ ଥିବାବେଳେ ନବରଙ୍ଗପୁର ଜଲ୍ଲାର ସର୍ବନିମ୍ନ ୪୪.୬୭ ରହିଛି । ଯୁକ୍ତଦୁଇ କଳାରେ ମୋଟ ୨,୧୯,୭୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧,୪୮,୪୫୨ ଛାତ୍ରଛାତ୍ରୀ ଜଣ ପାସ କରିଛନ୍ତି । କଳାରେ ବରଗଡ଼ ଜିଲ୍ଲାର ପାସ ହାର ସର୍ବାଧିକ ୭୮.୪୦ ପ୍ରତିଶତ ଥିବାବେଳେ ନବରଙ୍ଗପୁର ୧୨.୫୦ ରହିଛି। ଜଣେ ମାତ୍ର ଛାତ୍ର ୯୦ ପ୍ରତିଶତ ମାର୍କ ରଖିଥିବା ଜଣ ପଡିଛି । ପ୍ରଥମ ସ୍ଥାନରେ ୨୨,୧୯୬ ଜଣ ପାସ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ୨୬,୦୨୭ ଜଣ ପାସ କରିଛନ୍ତି ଓ ତୃତୀୟ ସ୍ଥାନରେ ୧,୦୦,୧୦୧ ଜଣ ପାସ କରିଛନ୍ତି ।

ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ


ଯୁକ୍ତଦୁଇ ଧନ୍ଦାମୂଳକ ଶିକ୍ଷାରେ ମୋଟ ପାସ ହାର ୫୭.୫୩% ରହିଛି । ପୁଅ ମାନଙ୍କ ପାସ ହାର ୫୨.୦୩% ଓ ଝିଅ ପାସ ହାର ରହିଛି ୬୩.୭୫% ।

ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା ମଧ୍ୟ ସୂଚନା ଦେଇଛନ୍ତି ଆସନ୍ତା ୭ ତାରିଖରୁ ଦୂରଦର୍ଶନ ମାଧ୍ୟମରେ ଦିନ ଯୁକ୍ତଦୁଇ ଶିକ୍ଷାଦାନ ପ୍ରଦାନ କରାଯିବ ।
Published by: Jagdish Barik
First published: September 5, 2020, 4:37 PM IST
corona virus btn
corona virus btn
Loading