ମାଟ୍ରିକ ପରୀକ୍ଷା: ୧୦୦ ମାର୍କ ବଦଳରେ ୮୦ ମାର୍କରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ୧୦୦ ନମ୍ବର ବଦଳରେ ୮୦ ମାର୍କରେ ପରୀକ୍ଷା ଦେବେ । OMR ସିଟରେ ୫୦ ମାର୍କର ଅବଜେକ୍ଟିଭ୍ ଓ ୩୦ ମାର୍କ ସବଜେକ୍ଟିଭ ପ୍ରଶ୍ନ ରହିବ ।

ମାଟ୍ରିକ ପରୀକ୍ଷା: ୧୦୦ ମାର୍କ ବଦଳରେ ୮୦ ମାର୍କରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
ମନ୍ତ୍ରୀ ସମୀର ରଞ୍ଜନ ଦାଶ; (ଡାହାଣ) ଏକ ସ୍କୁଲ୍ ଶ୍ରେଣୀର ଫାଇଲ୍ ଫଟୋ
  • News18 Odia
  • Last Updated: January 3, 2021, 3:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୧୦ ମାସ ଧରି କୋଭିଡ୍‌ କଟକଣା ପାଇଁ ବନ୍ଦ ଥିବା ସ୍କୁଲ୍କୁ‌ ଆସନ୍ତା ୮ ତାରିଖରୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯିବ ପରେ ଆଜି ଆଉ ଏକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆସନ୍ତା ମେ’ ୩ ତାରିଖରେ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ରର ଢାଞ୍ଚା ବଦଳିବା ନେଇ ବିଭାଗୀୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ୧୦୦ ନମ୍ବର ବଦଳରେ ୮୦ ମାର୍କରେ ପରୀକ୍ଷା ଦେବେ । OMR ସିଟରେ ୫୦ ମାର୍କର ଅବଜେକ୍ଟିଭ୍ ଓ ୩୦ ମାର୍କ ସବଜେକ୍ଟିଭ ପ୍ରଶ୍ନ ରହିବ । କିନ୍ତୁ ମୂଲ୍ୟାୟନ ୧୦୦ ମାର୍କରେ ହେବ ଅର୍ଥାତ୍ ୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଓ ବାକି ୨୦ ମାର୍କ ପାଇଁ ଆଭରେଜ ମାର୍କ ଦିଆଯିବ । ପରୀକ୍ଷା ଶେଷ ହେବାର ୪୫ ରୁ ୫୦ ଦିନ ଭିତରେ ପରୀକ୍ଷା ଫଳ ପ୍ରକାଶ କରାଯିବ ।

"୨୦୨୧ ଚ୍ୟାଲେଞ୍ଜ ପୂର୍ଣ୍ଣ ରହିବ । ୧୦୦ ଦିନର ପାଠପଢ଼ା ସାଙ୍ଗକୁ ପରୀକ୍ଷା ଓ ଫଳ ପ୍ରକାଶ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ । ଏଣୁ ପିଲାଙ୍କୁ ଚାପମୁକ୍ତ କରିବା ପାଇଁ ବିଭାଗ ଏଭଳି ଯୋଜନା କରିବା ସହ ପ୍ରସ୍ତୁତି ପୁସ୍ତିକ ବା ମାଟେରିଆଲ ଯୋଗାଇ ଦେଉଛି," କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ


ଚଳିତବର୍ଷ କୋରୋନା ମହାମାରୀ ପାଇଁ ସମ୍ପୂର୍ଣ୍ଣ ପାଠପଢ଼ା ବନ୍ଦ ରହିଥିଲା । ତେବେ ବୋର୍ଡ଼ ପରୀକ୍ଷା ଓ ପ୍ରାୟ ୧୦ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖିରେ ରଖି ସ୍କୁଲ ଖୋଲିବା ଓ ପାଠ ପଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ସିଲାବସକୁ ୩୦% କମାଯାଇଥିଲା । ସେହି ଆଧାରରେ ୪ ମାସ ମଧ୍ୟରେ କିପରି ସିଲାବସ ଶେଷ ହେବ ଓ ପିଲାମନେ ନିଜକୁ ପରୀକ୍ଷା ପାଇଁ କିପରି ପ୍ରସ୍ତୁତ କରିବେ ତାହା ହିଁ ବିଭାଗର ଲକ୍ଷ୍ୟ ରହିଛି ।

"ସ୍କୁଲ ଖୋଲିବା ଭଲ । କାରଣ ଆମେ ପାଠ ଯାହା ବି ନିଜ ନିଜ ସ୍ତରରେ ପଡ଼ିଛୁ ଓ ତାର ଡାଉଟ କ୍ଲିଅର ହେଇପାରିବ । ଶ୍ରେଣୀଗୃହ ପାଠପଢା ସୁବିଧା ହେବ । ଏହା ସାଙ୍ଗକୁ ୮୦ ନମ୍ବରର ପରୀକ୍ଷା ୨୦ ନମ୍ବର ଆଗ୍ରିଗେଟ ବେଶ ଲାଭଦାୟକ ହେବ," କହିଛନ୍ତି ଦଶମ ଶ୍ରେଣୀର ଛାତ୍ରୀ ପ୍ରଜ୍ଞା ନିବେଦିତା ।

ସାରା ରାଜ୍ୟରେ ଗତ ୯ ମାସ ହେବ ଅନଲାଇନ ବା ଶିକ୍ଷା ସଂଯୋଗ ମାଧ୍ୟମରେ ପାଠପଢ଼ା ଚାଲିଥିଲା । ତଥାପି ଏଥିରୁ ଅନେକ ପିଲା ବଂଚିତା ରହିଥିଲେ । ଏଣୁ ଶ୍ରେଣୀଗୃହ ପାଠପଢା ନିହାତି ଆବଶ୍ୟକ ବୋଲି ଅଭିବାବକ ଓ ଶିକ୍ଷାବିତ ମତ ରଖିଛନ୍ତି ।

ହଷ୍ଟେଲରେ ରହି ପାଠ ପଢୁଥିବା ପିଲାମାନଙ୍କ ପାଇଁ ହଷ୍ଟେଲ ଖୋଲିବାକୁ ମଧ୍ୟ ଯୋଜନା ଚାଲିଛି । ପ୍ରଥମ ପର୍ଯ୍ୟାୟରେ ଆବାସିକ ବିଦ୍ୟାଳୟ ହଷ୍ଟେଲ ଖୋଲିବା ନେଇ ଯୋଜନା କରାଯାଉଛି ।

ବର୍ତ୍ତମାନ ସଭିଙ୍କ ନଜର  ସ୍କୁଲ ଖୋଲିବା ପାଇଁ ପ୍ରସ୍ତୁତ ଗାଇଡ଼ଲାଇନ ଉପରେ ରହିବ । ପାଠପଢା ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ତ୍ୟବସ୍ଥାକୁ ନେଇ ଗାଇଡ଼ଲାଇନରେ ବିଶେଷ ଧ୍ୟାନ ଦିଆଯିବ ।
Published by: Jagdish Barik
First published: January 3, 2021, 2:41 PM IST
corona virus btn
corona virus btn
Loading