ବିଦ୍ୟୁତ ଚାଳିତ ଡ୍ରୋନ ତିଆରି କରି ଚର୍ଚ୍ଚାରେ ଯୁବ ଓଡ଼ିଆ ଷ୍ଟାର୍ଟଅପ ଟିମ୍; ଉଠାଇବ ୨୦୦ କେ.ଜି. ଓଜନ

ଏଣିକି ଭାରି ସାମଗ୍ରୀ ଉଠାଇବ ବିଦ୍ୟୁତ୍ ଚାଳିତ ଡ୍ରୋନ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଏମିତି ଏକ ଡ୍ରୋନ ଉଦ୍ଭାବନ କରିଛନ୍ତି ଯୁବ ଓଡ଼ିଆ ଷ୍ଟାର୍ଟଅପ ଟିମ୍ ।

ଓଡ଼ିଆ ଯୁବକଙ୍କ କମାଲ : ବିଦ୍ୟୁତ ଚାଳିତ ଡ୍ରୋନ୍ ତିଆରି କରି ଚର୍ଚ୍ଚାରେ ।

ଓଡ଼ିଆ ଯୁବକଙ୍କ କମାଲ : ବିଦ୍ୟୁତ ଚାଳିତ ଡ୍ରୋନ୍ ତିଆରି କରି ଚର୍ଚ୍ଚାରେ ।

  • Share this:
NEWS 18 ODIA DIGITAL

ଭୁବନେଶ୍ୱର : ଏଣିକି ଭାରି ସାମଗ୍ରୀ ଉଠାଇବ ବିଦ୍ୟୁତ୍ ଚାଳିତ ଡ୍ରୋନ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟି ସତ । ଏମିତି ଏକ ଡ୍ରୋନ ଉଦ୍ଭାବନ କରିଛନ୍ତି ଯୁବ ଓଡ଼ିଆ ଷ୍ଟାର୍ଟଅପ ଟିମ୍ । ଏହା ସାହାଯ୍ୟରେ ଭାରି ଜିନିଷ ଦୃତ ଗତିରେ ପହଞ୍ଚାଯାଇପାରିବ ।

ସୂଚନା ଅନୁସାରେ, ଭିଭା ଟେକ୍ନୋଲୋଜି ୨୦୨୨ର ଷଷ୍ଠ ସଂସ୍କରଣ ଜୁନ୍ ୧୫-୧୮ ତାରିଖ ପର୍ଯ୍ୟନ୍ତ ପ୍ୟାରିସଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୪୯ଟି ଦେଶରୁ ପ୍ରାୟ ବହୁ ସଂଖ୍ୟକ ଦର୍ଶକ ଯୋଗଦେଇଥିଲେ । ଏହି ସମ୍ମାନଜନକ ସମ୍ମିଳନୀରେ ଭାରତରୁ ଅଂଶ ଗ୍ରହଣ କରିଥିଲା ବନ ଭି । ଏହି ସମ୍ମିଳନୀରେ ବିଦ୍ୟୁତ ଚାଳିତ ଡ୍ରୋନ ତିଆରି କରି ଚର୍ଚ୍ଚାରେ ଏବେ ଓଡ଼ିଆ ଯୁବକ । ସେ ହେଲେ ବନ ଭି ଷ୍ଟାର୍ଟଅପ କମ୍ପାନୀର ସିଇଓ ସତ୍ୟବ୍ରତ ଶତପଥୀ । ବଡ଼ କଥା ହେଲା ନିଜ ଟିମ ସଦସ୍ୟଙ୍କ ସହଯୋଗରେ ନିର୍ମାଣ କରିଥିବା ଏହି ଡ୍ରୋନ ଭାରତୀୟ ଏରିଏଲ୍ ମୋବିଲିଟି ଷ୍ଟାର୍ଟଅପ୍‌ ବ୍ୟାନରରେ ତାଲିକା ଭୁକ୍ତ । ନିକଟରେ ପ୍ୟାରିସ୍‌ଠାରେ ଅନୁଷ୍ଠିତ ଭିଭା ଟେକ୍‌ ୨୦୨୨ ସମ୍ମାନ ଜନକ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇ ଅନେକ ପ୍ରଶଂସା ସାଉଁଟିଛି ।

ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟିମର କୋ ଫାଉଣ୍ଡର ତଥା ସିଇଓ ସତ୍ୟବ୍ରତ ଶତପଥୀଙ୍କ ସୂଚନା ଅନୁସାରେ, ଯୁବ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ସହିତ ଏରୋ ସ୍ପେଶ କ୍ଷେତ୍ରରେ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଛି 'ମେକ ଇନ ଇଣ୍ଡିଆ' ପ୍ଲାର୍ଟଫର୍ମ । ତେଣୁ 'ବନ ଭି' ହେଉଛି କାର୍ଗୋ ଲଜିଷ୍ଟିକ୍ସ କନସେପ୍ଟ ପ୍ଲାଟଫର୍ମ (ଫ୍ଲାଇଂ) ଶ୍ରେଣୀର ଏକ ପ୍ରକଳ୍ପ । ଆଇଆଇଟି ମଣ୍ଡିର ପ୍ରୋତ୍ସାହନରେ ଏବଂ ସିଭି ରମଣ ଶିକ୍ଷାନୁଷ୍ଠାନ ଓ ଭୁବନେଶ୍ବର ଇଞ୍ଜିନିୟରିଂ କଲେଜ୍‌ର ସହଯୋଗରେ ଏହି ଡ୍ରୋନ ହେଉଛି ଭାରତର ପ୍ରଥମ ଏଆଇ-ପାୱାର୍‌ଡ ମଲ୍ଟି-ୟୁଟିଲିଟି ଇଲେକ୍ଟ୍ରିକ୍‌ ଏୟାର ଭେଇକିଲ ।

ସେ ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶା ଭିତ୍ତିକ ଏହି ଷ୍ଟାର୍ଟଅପ୍‌ ଗ୍ଲୋବାଲ ପ୍ଲାଟଫର୍ମରେ ଭାରତକୁ ପ୍ରତିନିଧିତ୍ୱ କରିଛି । ଏହାର ନିର୍ମାଣ ଟିମରେ ଅଛନ୍ତି କୋର୍‌ ଟିମ୍‌ର ସଦସ୍ୟ ସତ୍ୟବ୍ରତ ଶତପଥୀ । ସେ ଏହି ସଂସ୍ଥାର କୋ-ଫାଉଣ୍ଡର ଓ ସିଇଓ । ସେହିଭଳି ଟିମର ଅନ୍ୟ ସଦସ୍ୟମାନେ ହେଲେ ଗୌରବ ଅଚ୍ଚା , ଅବିନାଶ ସାହୁ ଏବଂ ରାହୁଲ କୁମାର । ବନ୍‌ ଭି ର ଏହି ଡ୍ରୋନ ୪୦ କିଲୋମିଟର ଯାଏଁ ୨୦୦ କେଜିର ଓଜନ୍‌ ଉଠାଇ ଉଡିବାକୁ ସକ୍ଷମ । ଭୂପୃଷ୍ଠରୁ ପ୍ରାୟ ୧ ହଜାର ମିଟର ଉଚ୍ଚତାରେ ଉଡ଼ିବାକୁ ସକ୍ଷମ ଏହି ବିଦ୍ୟୁତ ଚାଳିତ ଡ୍ରୋନ ବାତ୍ୟା, ବନ୍ୟା ଓ ଅଗ୍ନିକାଣ୍ଡ ଭଳି ସ୍ଥାନରେ ଖୁବ ଉପଯୋଗୀ ହୋଇପାରିବ ।

ଏହି ସମାବେଶରେ ଅନ୍ୟ ପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କ ମଧ୍ୟରେ ଟିମ୍ କୁକ୍ (ଆପଲ୍), ଏରିକ୍ ଏସ୍ ୟୁଆନ୍ (ଜୁମ୍) ଏବଂ ମାର୍କ ଜୁକରବର୍ଗ (ଫେସବୁକ୍)ଙ୍କ ପରି ବକ୍ତା ଦର୍ଶକ ଭାବେ ଆସିଥିଲେ । ଏହି ଇଭେଣ୍ଟ ହେଉଛି ୟୁରୋପ୍‌ର ସବୁଠାରୁ ବଡ଼ ଷ୍ଟାର୍ଟଅପ୍ ଓ ଟେକ୍ ଇଭେଣ୍ଟ । ଯାହାକି ହଜାର ହଜାର ବ୍ୟବସାୟିକ ଉଦ୍ୟୋଗୀ, ଲିଡର୍ସ, ଡିରେକ୍ଟର୍ସ, ଆଡମିନଷ୍ଟ୍ରେଟର, ଷ୍ଟାର୍ଟଅପ୍, ଇନଭେଷ୍ଟର, ଗବେଷେକ ଏବଂ ଉଦ୍ଭାବକଙ୍କୁ ଏକ ପ୍ଲାଟଫର୍ମ ଦେଇପାରିଛି ।

ଏହାର ସ୍ୱୟଂଚାଳିତ ସେନ୍ସର ଏବଂ ଡାଟା ପ୍ରୋସେସିଂ ପାଓ୍ୱାର ବଳରେ ଏହା ଅଗ୍ନି ନିର୍ବାପକ ଅପରେସନ୍ କିମ୍ବା ବିପର୍ଯ୍ୟୟ ନିରାକରଣରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ବଢ଼ିଆ ଏୟାରକ୍ରାଫ୍ଟ ହୋଇପାରିବ  । ଜରୁରୀକାଳୀନ ଚିକିତ୍ସା ସାମଗ୍ରୀ ପଠାଇବା ହେଉ କିମ୍ବା ପାହାଡିଆ ଅଞ୍ଚଳରେ ଲଜିଷ୍ଟିକାଲ ଅପରେସନ୍‌ ପାଇଁ ମ୍ୟାପିଂରେଏହା ୟୁଜର ଫ୍ରେଣ୍ଡଲି ହୋଇପାରିବ । ମୋଟ ଉପରେ ଏରୋସ୍ପେଶ୍‌ ସଲ୍ୟୁସନ୍‌ କ୍ଷେତ୍ରରେ ବିପ୍ଲବ ସୃଷ୍ଟି କରିବା ସହ ଭାରତ ଓ ଏହାର ଇନୋଭେଟିଭ୍‌ ପ୍ରତିଭାଙ୍କୁ ବିଶ୍ୱସ୍ତରରେ ପ୍ରମୋଟ୍‌ କରିପାରିଛି ବୋଲି ନିର୍ମାଣକାରୀ ଟିମ୍ ଆଶା ରଖିଛି ।
Published by:Soubhagya Mishra
First published: