ଭିକାରୀ ମହାନ୍ତି | News18 Odia Digital
ଅନୁଗୋଳ: ତାମିଲ ନାଡୁରେ ବାୟୁ ସେନାର ଯେଉଁ ହେଲିକପ୍ଟର୍ କ୍ରାସରେ ସ.ଡି.ଏସ୍. ବିପିନ ରାୱତ ମୃତ୍ୟୁ ବରଣ କଲେ, ସେଥିରେ ତାଙ୍କ ସହ ପ୍ରାଣ ହରାଇଥିବା ଯବାନମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ଯବାନ। ସେ ହେଲେ ଅନୁଗୋଳ ଜିଲା ତାଳଚେର କଣ୍ଢାଳ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗାଁର ଶ୍ରୀବତ୍ସ ଦାସଙ୍କ ପୁଅ ରାଣା ପ୍ରତାପ ଦାସ । ତାଙ୍କ ନିଧନ ଖବର ତାଙ୍କ ପରିବାରବର୍ଗକୁ ମ୍ରିୟମାଣ କରିଛି । ଗାଁରେ ଖେଳି ଯାଇଛି ଶୋକର ଲହରୀ ।
ରାଣା ପ୍ରତାପ ବାୟୁ ସେନାରେ ଜୁନିୟର୍ ୱାରେଣ୍ଟ୍ ଅଫିସର ଭାବେ କାର୍ଯ୍ୟରତ ଥିଲେ। ସେ ୧୨ ବର୍ଷ ହେଲା ବାୟୁ ସେନାରେ ଚାକିରୀ କରୁଥିଲେ। ଗତ ମାସେ ହେବ ତାମିଲ ନାଡୁରେ ସେ ରହିଆସୁଥିଲେ। ତାଙ୍କ ବାପା ଶ୍ରୀବତ୍ସ ଦାସ ଜଣେ ଅବସରପ୍ରାପ୍ତ କଲେଜ କିରାଣୀ । ଅବସର ପରେ ସେ ପ୍ରାୟ ଅସୁସ୍ଥ ରହୁଥିବା ବେଳେ ମା’ ସୁଷମା ଜଣେ ମାନସିକ ରୋଗୀ । ୩୫ ବର୍ଷର ପୁଅକୁ ହରାଇବାର ଦୁଃଖ ସହିପାରିବେନି ବୋଲି ତାଙ୍କ ବାପା ଓ ମାଙ୍କୁ ତାଙ୍କ ନିଧନ ସମ୍ପର୍କରେ ଦୀର୍ଘ ସମୟ ଧରି ଅବଗତ କରାଯାଇ ନ ଥିଲା । ରାଣାଙ୍କ ଭଉଣୀ ଓ ଭିଣୋଇ ଆସି ପହଞ୍ଚିବା ପରେ ଅପରାହ୍ଣ ଏହି ଖବର ମା’ ଓ ବାପାଙ୍କୁ କୁହାଯାଇଥିଲା ।
ଏହା ବି ପଢ଼ନ୍ତୁ | ନୋବେଲ୍ ପୁରସ୍କାର ବିଜୟିନୀ ଅଙ୍ଗ୍ ସାନ୍ ସୁ କିଙ୍କୁ ୧୦୦ ବର୍ଷ ଜେଲ୍ ଦଣ୍ଡ ମିଳିପାରେ; ଜାଣନ୍ତୁ କାହିଁକି
ପୁଅର ଅକାଳ ମୃତ୍ୟୁ ଖବର ଶୁଣି ଶ୍ରୀବତ୍ସ ଦାସଙ୍କ ଅବସ୍ଥା ଖୁବ୍ ଖରାପ ହୋଇ ପଡ଼ିଛି । ସେ ବାରମ୍ବାର ଅଚେତ ହୋଇ ପଡୁଛନ୍ତି । ଗାଁର ଶତାଧିକ ଲୋକ ତାଙ୍କ ଘରକୁ ଆସି ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଥିଲେ। ରାଣାଙ୍କ ପତ୍ନୀ ଶିବାଙ୍ଗୀ ଏୟାର୍ ଫୋର୍ସରେ ଜଣେ ଡେଣ୍ଟିଷ୍ଟ ଭାବେ କାର୍ଯ୍ୟରତା । ତାଙ୍କର ବର୍ଷକର ପୁଅଟିଏ ଅଛି । ଶୁଭାଙ୍ଗୀ ଏବେ ବିହାରରେ କାର୍ଯ୍ୟ କରୁଛନ୍ତି ।

ରାଣା ପ୍ରତାପ ଦାସଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ବାପା ବାରମ୍ବାର ଅଚେତ ହୋଇଯାଉଛନ୍ତି ।
ଏହା ବି ପଢ଼ନ୍ତୁ | Gen Bipin Rawat helicopter crash: ଏହି ହେଲିକପ୍ଟର୍ ଥିଲା ଅତ୍ୟାଧୁନିକ, ଆସିଥିଲା ରୁଷରୁ
ରାଣା ଘରର ସାନ ପୁଅ ଥିଲେ । ତାଙ୍କ ବିୟୋଗରେ ସାରା ଗାଁରେ ଓ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ନିଧନକୁ ନେଇ ଶୋକ ପ୍ରକାଶ କରିଛନ୍ତି ତାଳଚେର ପୁଅ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ।
ଏହା ବି ପଢ଼ନ୍ତୁ | Tomato Price: ଟମାଟୋରେ ଲାଗିଛି ନିଆଁ; ଏହି ସ୍ଥାନରେ କିଲୋ ପିଛା ୧୪୦ ଟଙ୍କାରେ ବିକ୍ରି ହେଉଛି
ବୁଧବାର ମଧ୍ୟାହ୍ନରେ ସି.ଡି.ଏସ୍. ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ ଓ ଅନ୍ୟ ୧୩ ଜଣ ତାମିଲ ନାଡୁର ୱେଲିଂଟନକୁ ଯାଉଥିବା ବେଳେ ହେଲିକପ୍ଟରଟି କ୍ରାସ୍ ହୋଇ ଯାଇଥିଲା । ଏଥିରେ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତା’ ମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲା
ଏବେ ରାଣାଙ୍କ ପରିବାର ଓ ଆତ୍ମୀୟ ସ୍ଵଜନଙ୍କ ଅପେକ୍ଷା କେବେ ତାଙ୍କ ମର ଶରୀର ଗାଁ ମାଟିକୁ ଆସିବ । ସେ ବିଷୟରେ ବର୍ତମାନ ପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ସୂଚନା ଦିଆ ଯାଇ ନାହିଁ । ଏଭଳି ଏକ ଦୁର୍ଘଟଣାରେ ରାଣାଙ୍କ ବିୟୋଗ ଯୋଗୁ ସମସ୍ତଙ୍କ ମନରେ ଅଜସ୍ର ଦୁଃଖ । କିନ୍ତୁ ସେ ବାୟୁ ସେନାରେ ଯୋଗ ଦେଇ ଦେଶ ସେବା କରିଥିବାରୁ ସମସ୍ତେ ଗର୍ବିତ ।

ରାଣା ପ୍ରତାପ ଦାସ
ଏହା ବି ପଢ଼ନ୍ତୁ | Gold ଅଳଙ୍କାର ବିକିବା ଏବେ ଜୁଏଲର୍ସମାନଙ୍କୁ ଭାରି ପଡ଼ିବ; ଦେଶର ୨୫୬ ସହରରେ ଲାଗୁ ହେଲା ଆଇନ
“ମୁଁ ପିଲାଦିନେ ରାଣା ପ୍ରତାପକୁ ପାଠ ପଢେଇଛି । ସେ ବହୁତ ମେଧାବୀ ଛାତ୍ର ଥିଲା । ପିଲା ବେଳୁ ତା’ର ଇଚ୍ଛା ଥିଲା ସେ ଭାରତୀୟ ସେନାରେ ଯୋଗ ଦେଇ ଦେଶ ସେବା କରିବ । ତା’ର ସେହି ଇଛା ପୂରଣ ହେଲା। ହେଲେ ଏତେ ଜଲଦି ସେ ଆମମାନଙ୍କୁ ଛାଡି଼ ଚାଲିଗଲା । ତା’ ପରିବାର ଜଣେ ପୁଅକୁ ହରାଇଲା । ଗାଁ ମାଟି ଜଣେ ସୁପୁତ୍ରକୁ ହରାଇଲା । ଆଉ ଆମ ଦେଶ ଜଣେ ବୀର ଯବାନଙ୍କୁ ହରାଇଲା । ଏହା ଖୁବ ଅସହ୍ୟ,’’ କହିଛନ୍ତି ରାଣାଙ୍କ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ ।
ଏହା ବି ପଢ଼ନ୍ତୁ | ଗୋଟିଏ ଲିଟର୍ ପେଟ୍ରୋଲ୍ ଓ ଡିଜେଲ୍ର ଦାମ୍ରୁ କେତେ ଟଙ୍କା ଆଦାୟ କରୁଛି କେନ୍ଦ୍ର ସରକାର? ଜାଣନ୍ତୁ
ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଚୈତ୍ୟନ୍ୟ ସାହୁ କହିଛନ୍ତି, “ତା’ ବାପା ମୋ’ର ଭଲ ବନ୍ଧୁ। ତେଣୁ ସେ ମୋ’ ପୁଅ ଭଳି। ତା’ ପିଲାଦିନୁ ମୁ ତାକୁ ଦେଖିଛି । ଆଜି ଆମରି ଆଖି ଆଗରେ ସେ ଚାଲିଗଲା। ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ଗଲା । ଏଭଳି ଦୁଃଖ ଭଗବାନ କାହାକୁ ନ ଦିଅନ୍ତୁ । ତା’ ବିୟୋଗରେ ଦୁଃଖ ଲାଗୁଚି ସତ, ହେଲେ ଏ ମାଟିର ଜଣେ ସୁଯୋଗ୍ୟ ସନ୍ତାନ ଦେଶ ପାଇଁ ସେବା କରି ପାରିଛି ବୋଲି ଆମେ ଗର୍ବିତ ବି ଅନୁଭବ କରୁଛୁ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘ଯୌତୁକ ମୃତ୍ୟୁ’ ଅଭିଯୋଗ ପରେ ଆସିଲା ଏହି VIDEO; ପତ୍ନୀ ସ୍ୱାମୀଙ୍କୁ ପିଟୁଥିବା ଦେଖାଗଲା
“ଦଶହରାକୁ ରାଣା ଛୁଟିରେ ଘରକୁ ଆସିଥିଲେ । ଆମେ ଏକାଠି ବସୁଥିଲୁ । ଏକାଠି ଖାଇଥିଲୁ । ସେ ବାୟୁ ସେନାରେ ତାଙ୍କର କାମ ସବୁ ବିଷୟରେ ଆମକୁ କହୁଥିଲେ । ଏବେ ସେ ଆମକୁ ଛାଡି଼ ଚାଲିଯିବା କଥା ଶୁଣି ବିଶ୍ୱାସ କରି ପାରୁନି । ଆମ ଉପରେ ଦୁଃଖର ବୋଝ ଲଦି ହୋଇ ଯାଇଛି,’’ କହିଛନ୍ତି ରାଣାଙ୍କର ଜଣେ ସମ୍ପର୍କୀୟ ଲିଟୁ ଦାସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।