ଚାରି ବର୍ଷ ପରେ ଚମକିଲେ ଶ୍ରାବଣୀ; ଓଡ଼ିଶାରୁ ୧୦ ପ୍ରତିଯୋଗୀ ସାମିଲ

ଚାରି ବର୍ଷ ପରେ ଟ୍ରାକକୁ ଫେରିଲେ ଶ୍ରାବଣୀ। ଆଉ ୨୦୦ ମିଟର ଦୌଡ଼ରେ ୨୪.୦୪ ସେକେଣ୍ଡ ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଶ୍ରାବଣୀ।

ଚାରି ବର୍ଷ ପରେ ଚମକିଲେ ଶ୍ରାବଣୀ (ପ୍ରତୀକାତ୍ମକ ଛବି)

ଚାରି ବର୍ଷ ପରେ ଚମକିଲେ ଶ୍ରାବଣୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଇଣ୍ଡିଆନ ଗ୍ରାଁ ପ୍ରିରେ ଚମକ ଦେଖାଇଲେ ଓଡ଼ିଆ ଅଲିମ୍ପିଆନ ଶ୍ରାବଣୀ ନନ୍ଦ। ଚାରି ବର୍ଷ ପରେ ଟ୍ରାକକୁ ଫେରିଲେ ଶ୍ରାବଣୀ। ଆଉ ୨୦୦ ମିଟର ଦୌଡ଼ରେ କଲେ କମାଲ। ୨୪.୦୪ ସେକେଣ୍ଡ ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଶ୍ରାବଣୀ। ସାଥି ଖେଳାଳିଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଶ୍ରାବଣୀ। ହରିୟାଣା ପ୍ରତିଯୋଗୀ ସୋନିଆ ଦ୍ଵିତୀୟ ସ୍ଥାନ ଓ ପଶ୍ଚିମବଙ୍ଗର ରାଜଶ୍ରୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଜମାଇକାରେ ପ୍ରଶିକ୍ଷଣ ପରେ ହୋମ ଗ୍ରାଉଣ୍ଡରେ ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି। "ଜାମାଇକାରେ ଟ୍ରେନିଂର ପ୍ରଭାବ ପଡ଼ିଛି। ନୂଆ ଟେକନିକ ସହ ପଡ଼ିଆକୁ ଓହ୍ଲାଇଥିଲି। ଭଲ ପ୍ରଦର୍ଶନ ଲକ୍ଷ୍ୟ ଥିଲା। ଯାହା ମୁଁ କରିଛି। ମେ ୨୪ ତାରିଖରେ ଗ୍ରାଁ ପ୍ରି-୨ ରେ ୧୦୦ମିଟର ପ୍ରତିଯୋଗିତାରେ ଭାଗ ନେବି। ଏଠି ଯାହା ଭୁଲ ଥିବ ତାକୁ ସୁଧାରିବି," କହିଛନ୍ତି ଶ୍ରାବଣୀ ନନ୍ଦ।

ସେହିପରି ପୁରୁଷ ୨୦୦ ମିଟର ଦୌଡ଼ ରେସ-ଏ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ମହାରାଷ୍ଟ୍ରର ଅକ୍ଷୟ ଅନ୍ନପା ସେଠି। ୨୧.୮୬ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରିଛନ୍ତି ଅକ୍ଷୟ। ସେହିପରି ଓଡ଼ିଶାର ଯୁବ ଖେଳାଳି ଆର୍ଯ୍ୟନ ଏକ୍କା ରେସ-ବି ରେ ୨୧.୮୭ ସେକେଣ୍ଡ ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ୨୨ ସେକେଣ୍ଡ ସହ ଅମୀୟ ମଲ୍ଲିକ ରେସ-ଏ ରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ଅସୁସ୍ଥତା ପରେ ପୁଣି ଥରେ ଟ୍ରାକକୁ ଫେରିଛନ୍ତି ଅମୀୟ। ଶ୍ରେଷ୍ଠ ପ୍ରଦର୍ଶନ ନ ହେଲେ ବି ନିଜ ପ୍ରତିଭା ଦେଖାଇଛନ୍ତି।

"ଡେଙ୍ଗୁରୁ ସୁସ୍ଥ ହେବା ପରେ ଟ୍ରାକକୁ ଫେରିଛି। ନିଜ ଅଭ୍ୟାସ ଜାରି ରଖିଛି। ଆଗକୁ ଏକାଧିକ ବଡ଼ ଇଭେଣ୍ଟ ଅଛି। ସେଥିରେ ଭଲ ପ୍ରଦର୍ଶନ କରିବାକୁ ନିଜକୁ ପ୍ରସ୍ତୁତ କରୁଛି,"କହିଛନ୍ତି ଅମୀୟ ମଲ୍ଲିକ।

"ବିଗତ ଦିନରେ ଯାହା ବଡ଼ ଇଭେଣ୍ଟ ହୋଇଛି ତାକୁ ଆମେ ସଫଳତାର ସହ ଆୟୋଜନ କରିଛୁ। ଏଏଫଆଇ, ଓଡିଶା ଆଥଲେଟିକ ସଙ୍ଘ ଓ କ୍ରୀଡା ବିଭାଗ ମିଳିତ ଉଦ୍ୟମରେ ଇଣ୍ଡିଆନ ଗ୍ରାଁ ପ୍ରି ଆୟୋଜନ ହୋଇଛି। ଏଇଟା ମଧ୍ୟ ସଫଳ ହୋଇଛି। ଆସନ୍ତା ଅକ୍ଟୋବରରେ ୧୭ ବର୍ଷରୁ କମ ମହିଳା ଫିଫା ବିଶ୍ୱକପ ଅନୁଷ୍ଠିତ ହେବ। କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶ ପାଇଁ ରାଜ୍ୟ ସରକାର ସବୁ ବେଳେ ପ୍ରୟାସ ଜାରି ରଖିଛନ୍ତି," ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା।
Published by:Soumya Das
First published: