ପୁଣି ଚମକିଲେ ଓଡ଼ିଆ ପୁଅ: ବିନୟ ଶ୍ରୀକାନ୍ତ ପ୍ରଧାନ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ନିଯୁକ୍ତ ହେଲେ

ଓଡ଼ିଶାର ଦେବଗଡ଼ ସହରରେ ଜନ୍ମ ଗ୍ରହଣ କରିଥିବା ଭାରତୀୟ ବିଦେଶ ସେବା ଅଫିସର୍ ବିନୟ ଶ୍ରୀକାନ୍ତ ପ୍ରଧାନ ଏହା ପୂର୍ବରୁ ପ୍ରଧାନ ୨୦୧୯ରୁ ଋଷର ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ଡେପୁଟି ଚିଫ୍ ଅଫ୍ ମିଶନ୍ ଭାବେ ଅବସ୍ଥାପିତ ଥିଲେ ।

ପୁଣି ଚମକିଲେ ଓଡ଼ିଆ ପୁଅ: ବିନୟ ଶ୍ରୀକାନ୍ତ ପ୍ରଧାନ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ନିଯୁକ୍ତ ହେଲେ
ବିନୟ ଶ୍ରୀକାନ୍ତ ପ୍ରଧାନ
  • News18 Odia
  • Last Updated: July 20, 2021, 11:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର / ନୂଆ ଦିଲ୍ଲୀ: ଆଉ ଜଣେ ଓଡ଼ିଆଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏକ ଉଚ୍ଚ ସମ୍ମାନାସ୍ପଦ ପଦବୀ ମିଳିଛି । ଓଡ଼ିଆ ଅଫିସର୍‌ ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ଭାରତ ସରକାର ନିଯୁକ୍ତ କରିଛନ୍ତି ।

ଓଡ଼ିଶାର ଦେବଗଡ଼ ସହରରେ ଜନ୍ମ ଗ୍ରହଣ କରିଥିବା ଭାରତୀୟ ବିଦେଶ ସେବା (ଆଇ.ଏଫ୍‌.ଏସ୍‌.) ଅଫିସର୍‌ ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତି ମିଳିଥିବା ସୂଚନା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କୁହାଯାଇଛି ।

ଏହା ବି ପଢ଼ନ୍ତୁ | ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରାଗଲା; ଅଶ୍ଳୀଳ ଫିଲ୍ମ ବନାଉଥିବା ଅଭିଯୋଗ ଥିଲା

ବିନୟ ଶ୍ରୀକାନ୍ତ ପ୍ରଧାନ ଦେବଗଡ଼ର ଆରବିଡ଼ି ବିଦ୍ୟାଳୟରୁ ପାଠ ପଢ଼ି ସମ୍ବଲପୁରର ଜି.ଏମ୍‌. ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ତା’ ପରେ ସେ ଦିଲ୍ଲୀର ଜୱାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରୁ (ଜେ.ଏନ୍‌.ୟୁ.) ଉଚ୍ଚ ଶିକ୍ଷା ଲାଭ କରିଥିଲେ ।

ଏହା ବି ପଢ଼ନ୍ତୁ | ଟାଲିବାନ୍ ଆକ୍ରମଣରେ ପ୍ରାଣ ହରେଇଲେ ପୁରସ୍କାର-ପ୍ରାପ୍ତ ଭାରତୀୟ ଫଟୋ-ସାମ୍ବାଦିକ ଦାନିଶ ସିଦ୍ଦିକି

ଏହା ପୂର୍ବରୁ ପ୍ରଧାନ ୨୦୧୯ରୁ ଋଷର ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ଡେପୁଟି ଚିଫ୍ ଅଫ୍ ମିଶନ୍ ଭାବେ ଅବସ୍ଥାପିତ ଥିଲେ । ସେ ଖୁବ୍‌ ଶୀଘ୍ର ନିଜ ନୂଆ ପଦ ଗ୍ରହଣ କରିବେ ବୋଲି କହିଛନ୍ତି । ଜଣେ ଦକ୍ଷ ଓ ବିଶିଷ୍ଟ କୁଟନୀତିଜ୍ଞ ଭାବରେ ସେ ୨୦୦୪ରୁ ୨୦୧୨ ପର୍ଯ୍ୟନ୍ତ ମସ୍କୋ, ତୁର୍କମେନିସ୍ତାନ ଓ ପାକିସ୍ତାନର ଭାରତୀୟ ଦୂତାବାସରେ ବରିଷ୍ଠ ପଦବୀରେ କାର୍ଯ୍ୟ ସମ୍ପାଦନ କରିଛନ୍ତି ।

ଏହା ବି ପଢ଼ନ୍ତୁ | ଟାଲିବାନ୍ ଆକ୍ରମଣରେ ପ୍ରାଣ ହରେଇଲେ ପୁରସ୍କାର-ପ୍ରାପ୍ତ ଭାରତୀୟ ଫଟୋ-ସାମ୍ବାଦିକ ଦାନିଶ ସିଦ୍ଦିକି

୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ବିଦେଶ ମନ୍ତ୍ରଣାଳୟରେ ଆଫଗାନିସ୍ତାନ ଓ ଇରାନ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ନେଇ ମଧ୍ୟ କାର୍ଯ୍ୟ କରିଥିଲେ ପ୍ରଧାନ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ଭାରତ ସରକାରଙ୍କ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟର ମଧ୍ୟ କାର୍ଯ୍ୟ କରିଥିଲେ ।



ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତି ମିଳିଥିବା ଖବର ପାଇବା ପରେ ତାଙ୍କ ବନ୍ଧୁ, ପରିବାର ଓ ଅଞ୍ଚଳବାସୀଙ୍କ ମନରେ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା ଓ ଶୁଭେଚ୍ଛାର ସୁଅ ଛୁଟିଥିଲା ।
Published by: Anand ST Das
First published: July 20, 2021, 11:56 PM IST