ଦେଶ ପାଇଁ ଜୀବନ ଦେଲେ ଓଡ଼ିଆ ଯବାନ; ବାପାକୁ ଝୁରୁଛି ୭ ମାସର ଝିଅ

Terror Attack: ଗୁରୁବାର ଜାମ୍ମୁରେ ସହିଦ ହୋଇଥିବା ୫ ଯବାନଙ୍କ ମଧ୍ୟରେ ଓଡ଼ିଆ ପୁଅ ମଧ୍ୟ ସାମିଲ ଥିଲେ। ସହିଦ ହୋଇଥିବା ଓଡ଼ିଆ ଯବାନ ହେଲେ ଦେବାଶିଷ ବିଶ୍ବାଳ।

ଓଡ଼ିଆ ଯବାନ ସହିଦ

ଓଡ଼ିଆ ଯବାନ ସହିଦ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Terror Attack: ଗୁରୁବାର ଜାମ୍ମୁରେ (Jammu) ସହିଦ ହୋଇଥିବା ୫ ଯବାନଙ୍କ (Jawan) ମଧ୍ୟରେ ଓଡ଼ିଆ ପୁଅ (Odia Jawan) ମଧ୍ୟ ସାମିଲ ଥିଲେ। ତେବେ ଜାମ୍ମୁ-କାଶ୍ମୀରରେ (Jammu & Kashmir) ହୋଇଥିବା ଭୟଙ୍କର ଆକ୍ରମଣ ଓଡ଼ିଶା ପାଇଁ ଏକ ଗଭୀର ଦୁଃଖ ଆଣି ଦେଇଛି। ଏହି ଆକ୍ରମଣରେ ଜଣେ ଓଡ଼ିଆ ପୁଅ ସହିଦ ହୋଇଛନ୍ତି।

୫ ଜଣ ସହିଦଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ। ବୀର ଯବାନ ଦେବାଶିଷଙ୍କ ଘର ପୁରୀ ଜିଲ୍ଲା ଅଳଗୁମ ପଞ୍ଚାୟତର ଖଣ୍ଡାୟତ ସାହିରେ ବୋଲି ଜଣାପଡ଼ିଛି। ଏହି ଖବର ପାଇବା ପରେ ଦେବାଶିଷଙ୍କ ପରିବାରରେ ଶୋକର ଲହରୀ ଖେଳି ଯାଇଛି।

ଦେବାଶିଷଙ୍କ ବାପାଙ୍କ ନାଁ ପ୍ରତାପ ବିଶ୍ବାଳ, ମା’ ମମତା ବିଶ୍ବାଳ। ୨୦୨୧ରେ ଅକ୍ଷୟ ତୃତୀୟାରେ ବିବାହ କରିଥିଲେ ଦେବାଶିଷ। ସୁଶ୍ରୀ ସଙ୍ଗୀତା ବିଶ୍ବାଳଙ୍କୁ ବିବାହ କରିଥିଲେ ଦେବାଶିଷ। ଦେବାଶିଷଙ୍କ ୭ ମାସର କନ୍ୟା ସନ୍ତାନ ମଧ୍ୟ ଅଛି। ସେ ଗତ ଜାନୁୟାରୀ ମାସରେ ଗାଁକୁ ଆସିଥିଲେ ଝିଅର ଏକୋଶିଆ କରିବା ପାଇଁ। ଦେବାଶିଷଙ୍କ ବାପା ବୋଉ, ଜେଜେବାପା ଜେଜେମା ଓ ଭାଇ ଅଛନ୍ତି । ସହିଦ ଦେବାଶିଷ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟରେ କାମ କରୁଥିଲେ । ଦେବାଶିଷଙ୍କର ଅକ୍ଷୟ ତୃତୀୟାରେ ବିବାହ ବାର୍ଷିକ ହୋଇଥାନ୍ତା ।

ସୂଚନା ମୁତାବକ, ଆତଙ୍କବାଦୀମାନେ ଆର୍ମି ଗାଡ଼ି ଉପରକୁ ଅଚାନକ ଗୁଳିମାଡ଼ କରିଥିଲେ। ଭୀଷଣ ବର୍ଷା ଓ ରାସ୍ତା କମ୍ ଦୃଶ୍ୟମାନ ହେଉଥିବାରୁ ଏହାର ଫାଇଦା ନେଇ ଆତଙ୍କବାଦୀମାନେ ହମଲା କରିଦେଇଥିଲେ। ତେବେ ଆତଙ୍କବାଦୀ ସଙ୍ଗଠନ ଜୈସ ସମର୍ଥିତ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (ପିଏଏଫଏଫ) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଖବର ପାଇ ଜାମ୍ମୁର ଏଡିଜିପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।
Published by:Lipina Das
First published: