ରାଜ୍ୟ ପାଇଁ ଗୌରବ: ଏସିଆ ରଗବୀ ଅନଷ୍ଟପେବଲ୍ ଅଭିଯାନରେ ଦେଶର ପ୍ରତିନିଧିତ୍ୱ କରିବେ ସୁମିତ୍ରା

ଦୁବାଇ ଏସୀୟ ଚାମ୍ପିଅନସିପ ହେଉ ବା ଲାଓସ ଚାମ୍ପିଅନସିପ, ଭୁବନେଶ୍ୱର ଝିଅ ସୁମିତ୍ରା ନାୟକଙ୍କ ନେତୃତ୍ବରେ ପଦକ ହାସଲ କରିଛି ଭାରତୀୟ ଦଳ। ଅନେକ ସଙ୍ଘର୍ଷ ପରେ ସଫଳତା ହାସଲ କରିଛନ୍ତି ସେ ।

ରାଜ୍ୟ ପାଇଁ ଗୌରବ: ଏସିଆ ରଗବୀ ଅନଷ୍ଟପେବଲ୍ ଅଭିଯାନରେ ଦେଶର ପ୍ରତିନିଧିତ୍ୱ କରିବେ ସୁମିତ୍ରା
ସୁମିତ୍ରା ନାୟକ
  • News18 Odia
  • Last Updated: September 26, 2020, 11:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶାରେ ରଗବୀ ଖେଳ (rugby) ପାଇଁ ଆସିଛି ଏକ ଖୁସି ଖବର। ଏସିଆ ରଗବୀ ଅନଷ୍ଟପେବଲ୍‌ ଅଭିଯାନରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଆ ଝିଅ ସୁମିତ୍ରା ନାୟକ । ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିଥିବା ୨୦ ବର୍ଷରୁ କମ୍‌ ଭାରତୀୟ ମହିଳା ଦଳର ଅଧିନାୟିକା ସୁମିତ୍ରାଙ୍କ ପାଇଁ ଏହା ଏକ ବଡ଼ ସଫଳତା । ଏହାକୁ ନେଇ ସେ ବେଶ୍‌ ଉତ୍ସାହିତ ଅଛନ୍ତି ।

ଦୁବାଇ ଏସୀୟ ଚାମ୍ପିଅନସିପ ହେଉ ବା ଲାଓସ ଚାମ୍ପିଅନସିପ, ଭୁବନେଶ୍ୱର ଝିଅ ସୁମିତ୍ରା ନାୟକଙ୍କ ନେତୃତ୍ବରେ ପଦକ ହାସଲ କରିଛି ଭାରତୀୟ ଦଳ। ଅନେକ ସଙ୍ଘର୍ଷ ପରେ ସଫଳତା ହାସଲ କରିଛନ୍ତି ସେ । ଏବେ ତାଙ୍କୁ ମିଳିଛି ଆଉ ଏକ ସଫଳତା । ଏସିଆ ରଗବୀ ଅନଷ୍ଟପେବଲ୍‌ ଅଭିଯାନରେ ଭାରତର ପ୍ରତିନିଧିତ୍ୱ କରିବେ ସୁମିତ୍ରା ।

ଏହି ଅଭିଯାନର ମୂଳ ଲକ୍ଷ ହେଲା କ୍ରୀଡ଼ା ପାଇଁ ସଙ୍ଘର୍ଷ କରି ସଫଳତା ପାଇଥିବା ଖେଳାଳି କିଭଳି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବେ। ଦାରିଦ୍ର୍ୟ ତଥା ସୁଯୋଗ ଅଭାବରୁ ଯେପରି କେହି କ୍ରୀଡ଼ାରୁ ବଞ୍ଚିତ ନ ହୁଅନ୍ତି ସେ ନେଇ କିଭଳି ତୃଣମୂଳସ୍ତରରୁ ପ୍ରୋତ୍ସାହିତ କରାଯିବ ତାହା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।

ସୁମିତ୍ରାଙ୍କ ଏହି ସଫଳତା ଓଡିଶା ରଗବୀ ପାଇଁ ଖୁସି ଆଣିଦେଇଛି। ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ କରି ସୁମିତ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୁମିତ୍ରାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ସଫଳତା କାମନା କରୁଛି ବୋଲି ମୁଖ୍ୟ ମନ୍ତ୍ରୀ ଟ୍ୱିଟରେ ଲେଖିଛନ୍ତି ।

ଭୁବନେଶ୍ୱର ଝିଅ ସୁମିତ୍ରା ନାୟକ


‘‘ମହିଳାଙ୍କ ପାଇଁ ଏଭଳି ଏକ ସୁଯୋଗ ବହୁତ ବଡ଼ କଥା। ସଙ୍ଘର୍ଷମୟ ଜୀବନ ଭିତରେ ଏଭଳି ଅଭିଯାନ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇବ । ତା’ ଛଡା ବିଶ୍ୱ ଦରବାରରେ ଭାରତର ପ୍ରତିନିଧିତ୍ୱ କରିବା ଏକ ଗୌରବର କଥା । ବହୁତ ଖୁସି ଲାଗୁଛି ମତେ ମନୋନୀତ କରିଥିବାରୁ,’’ କହିଛନ୍ତି ସୁମିତ୍ରା ନାୟକ ।

ଏସିଆ ରଗବୀ ଅନଷ୍ଟପେବଲ୍‌ ଅଭିଯାନ ପାଇଁ ଦେଶର ୬୦ ଜଣ କ୍ରୀଡ଼ାବିତ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣ ମନୋନୀତ ହୋଇଛନ୍ତି। ସୁମିତ୍ରାଙ୍କ ସହ ପଶ୍ଚିମ ବଙ୍ଗରୁ ସନ୍ଧ୍ୟା ରାୟ ଓ ମହାରାଷ୍ଟ୍ରରୁ ଭାବିଜ ବାରୁଜା ମନୋନୀତ ହୋଇଛନ୍ତି । ଏସିଆ ରଗବୀ ଅନଷ୍ଟପେବୁଲ ଅଭିଯାନ ବିଚାରକମଣ୍ଡଳୀ ଏହି ତିନି ଜଣଙ୍କୁ ମନୋନୀତ କରିଛନ୍ତି ।

ଏହା ବି ପଢ଼ନ୍ତୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ସେ ପ୍ରତି ଦିନ ଗୋ ମୂତ୍ର ପିଅନ୍ତି

ଏହା ବି ପଢ଼ନ୍ତୁ ୭ ବର୍ଷର ବାଳକ ଭୋକରେ ମରିଗଲା; ତାମାମୃତ ଦେହ ପାଖରେ ଦିନ ବସିରହିଲା

ବିଚାରକ ମଣ୍ଡଳୀରେ ଥିଲେ ଗୋ’ସ୍ପୋର୍ଟସ ଫାଉଣ୍ଡେସନର କାର୍ଯ୍ୟକାରୀ ନିର୍ଦେଶକ ଦୀପ୍ତି ବୋପାୟା, ଡେଲ ଇଏମସି ସିଏସଆର ମୁଖ୍ୟ ଅର୍ଚ୍ଚନା ସହାୟ, ଡ୍ରିମ୍‌-୧୧ର ସିଏସଆର ପ୍ରବନ୍ଧକ ନେହା ଶର୍ମା ଓ ଅଭିନେତା ତଥା ଅନ୍ତର୍ଜାତୀୟ ରଗବୀ ତାରକା ରାହୁଲ ବୋଷ ।



୨୦ ବର୍ଷରୁ କମ୍‌ ୧୫A ସାଇଡ ଭାରତୀୟ ମହିଳା ରଗବୀ ଦଳର ଅଧିନାୟିକା ଅଛନ୍ତି ସୁମିତ୍ରା । 2୦୦୯ରୁ ରଗବୀ ଖେଳ ଆରମ୍ଭ କରିଥିବା ସୁମିତ୍ରା ଏହାରି ଭିତରେ ଅନେକ ଜାତୀୟ ସହ ୧୨ରୁ ଅଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସହ ପଦକ ହାସଲ କରିଛନ୍ତି । ଆଗକୁ ଅଲିମ୍ପିକ୍ସରେ ସାମିଲ ହେବା ସହ ଏସିଆର ଶ୍ରେଷ୍ଠ ପାଞ୍ଚ ଜଣ ଖେଳାଳିଙ୍କ ସ୍ଥାନରେ ରହିବା ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ସେ । ଏହି ଅଭିଯାନ ତାଙ୍କ କରିୟର ପାଇଁ ବେଶ ସହାୟକ ହେବ ବୋଲି ସେ କହିଛନ୍ତି ।
Published by: Anand Shankar Thankur Das
First published: September 26, 2020, 11:03 PM IST
corona virus btn
corona virus btn
Loading