News18 Odia Digital
ଭୁବନେଶ୍ବର: ଶାଢ଼ୀ ପିନ୍ଧି କିଛି ବାଟ ଚାଲିବା ନିହାତି ଅସମ୍ଭବ । ତେବେ ଭାବନ୍ତୁ ଶାଢ଼ୀ(Saree) ପିନ୍ଧି ମାରାଥନ(Marathon) ଦୌଡ଼ିବା ସମ୍ଭବ କି । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବିଦେଶୀ ମାଟିରେ ଶାଢ଼ୀ ପିନ୍ଧି ଦୌଡ଼ିଲେ ପ୍ରବାସୀ ଓଡ଼ିଆ ମହିଳା ମଧୁସ୍ମିତା ଜେନା । ମାଞ୍ଚେଷ୍ଟର(Manchester)ରେ ଆୟୋଜିତ ହେଉଥିବାର ମାରାଥନରେ ସେ ୪୨ କିଲୋମିଟରର ଦୂରତାକୁ ୪ ଘଣ୍ଟାରେ ଶେଷ କରିଥିଲେ।
ଗୋଡ଼ରେ ଜୋତା ଓ ପରିଧାନ କରିଥିଲେ ସମ୍ୱଲପୁର ଶାଢ଼ୀ । ହଜାର ହଜାର ପ୍ରତିଯୋଗୀ ମଧ୍ଯରୁ ସେ ବାରି ହୋଇପଡୁଥିଲେ । ଅନ୍ଯ ପ୍ରତିଦ୍ୱନ୍ଦୀଙ୍କ ବିଦେଶ ମାଟିରେ ମାରାଥନ ଦୌଡ଼ିବା ସମୟରେ କ୍ୟାମେରାରେ କଏଦ ହୋଇଥିଲା ତାଙ୍କ ଫଟୋ । ଯାହାକି ପରେ ବେଶ ପ୍ରଶଂସା ସାଉଁଟିଛି । ଇଂଲଣ୍ଡର ମାଞ୍ଚେଷ୍ଟରରେ ଆୟୋଜିତ ମାରାଥନରେ ନିଜ ପ୍ରଦର୍ଶନକୁ ବେଶ ଚର୍ଚ୍ଚାରେ ଅଛନ୍ତି ମଧୁସ୍ମିତା ଜେନା। ୪୩ ବର୍ଷୀୟା ଓଡ଼ିଆ ଝିଅ ମଧୁସ୍ମିତା ସମ୍ବଲପୁରୀ ଶାଢ଼ି ପିନ୍ଧି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦୌଡ଼ିଥିଲେ। ୪୨ କିଲୋମିଟରର ଦୂରତାକୁ ସେ ଘଣ୍ଟାପ୍ରତି ୮.୬୮ କିଲୋମିଟର ବେଗରେ ଦୌଡ଼ିଥିଲା ବେଳେ ୪ ଘଣ୍ଟା ୫୦.୨୭ରେ ଏହାକୁ ଶେଷ କରିଥିଲେ। ୧୮,୫୭୭ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ମଧୁସ୍ମିତା କିନ୍ତୁ ୧୪,୫୮୫ ସ୍ଥାନରେ ରହିଥିଲେ। ମଧୁସ୍ମିତା ପ୍ରଥମ ଥର ବାଙ୍ଗାଲୋର ମାରାଥନ୍ରେ ଅଂଶଗ୍ରହଣ କରି ସଫଳତା ପାଇଥିଲେ। ସେବେଠୋରୁ ୩୭ଟି ମାରାଥନ୍ରେ ସେ ଭାଗ ନେଇସାରିଲେଣି।ମଧୁସ୍ମିତା କୁହନ୍ତି ପିଲାବେଳୁ ଓଡ଼ିଆ ସଂସ୍କୃତି ଓ ପରମ୍ପରା ପ୍ରତି ଭଲପାଇବା ରହିଆସିଛି। ସେ ସବୁବେଳେ ଶାଢ଼ୀ ପିନ୍ଧିବାକୁ ଭଲ ପାଆନ୍ତି। କିନ୍ତୁ ବିଦେଶରେ ଶାଢ଼ି ପିନ୍ଧିବା ଅବସର ଖୁବ୍ କମ୍ ମିଳେ। ମାରାଥନରେ ଶାଢ଼ୀ ପିନ୍ଧି ଦୌଡ଼ିବା କଥା ବାବଦରେ ସେ ମା’ ଓ ବନ୍ଧୁମାନଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଅନେକ ଏହାକୁ ଅସମ୍ଭବ ବୋଲି କହିଥିଲେ । ଶେଷରେ ୪୫ ବର୍ଷ ତଳର ମା’ଙ୍କ ବିବାହ ବେଳର ପ୍ରଥମ ସମ୍ବଲପୁରୀ ଶାଢ଼ି ପିନ୍ଧି ମଇଦାନକୁ ଓହ୍ଲାଇଥିଲି ।
ହୁ ହୁ ହୋଇ ବଢୁଛି ସୁନା ଦର; ଆଗକୁ ୧୦ ଗ୍ରାମ ପିଛା ଲକ୍ଷେ ଟଙ୍କାରେ ହେବ ବିକ୍ରି!ସୂଚନାଯୋଗ୍ୟ, ମଧୁସ୍ମିତାଙ୍କ ବାପା କଟକ କୁସୁପୁରର ଡାକ୍ତର ନୀରେନ୍ଦ୍ର ମୋହନ ଜେନା ଓ ମା’ ଖପୁରିଆ ମୂଳଅଧିବାସୀ ବିଦ୍ୟୁତ ଜେନା ଦୀର୍ଘ ବର୍ଷ ଧରି ମାଞ୍ଚେଷ୍ଟରରେ ବସବାସ କରୁଛନ୍ତି। ମାଞ୍ଚେଷ୍ଟରରେ ହିଁ ମଧୁସ୍ମିତାଙ୍କ ଜନ୍ମ ଓ ସେହିଠାରେ ହିଁ ସେ ବଢ଼ିଛନ୍ତି। ମଧୁସ୍ମିତା ଏବେ ମାଞ୍ଚେଷ୍ଟରରେ ରହୁଛନ୍ତି ଓ ସେଠାରେ ହାଇସ୍କୁଲ୍ରେ ଜଣେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ବାପା ନୀରେନ୍ଦ୍ର ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଡାକ୍ତର ଭାବେ କାର୍ଯ୍ୟ କରୁଛନ୍ତି। ଭୁବନେଶ୍ବର ବାସିନ୍ଦା ସଚିନ ଦାସଙ୍କ ସହିତ ମଧୁସ୍ମିତାଙ୍କ ବିବାହ ହେବା ପରେ ପ୍ରଥମେ ସେମାନେ ଇଜିପ୍ଟରେ ରହିଆସୁଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।