• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଆସନ୍ତା ୧୬ ତାରିଖରେ ରାଜ୍ୟର ୧୬ଟି ସିନେମାହଲରେ ରିଲିଜ ହେବ ସହିଦ ସର୍ଦ୍ଦାରଙ୍କ ବାୟୋପିକ ‘ସହିଦ୍ ରଘୁ ସର୍ଦ୍ଦାର’

ଆସନ୍ତା ୧୬ ତାରିଖରେ ରାଜ୍ୟର ୧୬ଟି ସିନେମାହଲରେ ରିଲିଜ ହେବ ସହିଦ ସର୍ଦ୍ଦାରଙ୍କ ବାୟୋପିକ ‘ସହିଦ୍ ରଘୁ ସର୍ଦ୍ଦାର’

‘ସହିଦ ରଘୁ ସର୍ଦ୍ଦାର’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ଦେବାଶିଷ ପାତ୍ର ଓ ନାୟିକା ଭାବରେ ଅଛନ୍ତି କାବ୍ୟା। ଚଳଚ୍ଚିତ୍ରର ପୋଷ୍ଟର ଶୁକ୍ରବାର ରିଲିଜ ହୋଇସାରିଛି ।

ଆସନ୍ତା ୧୬ ତାରିଖରେ ରିଲିଜ ହେବ ସ୍ବାଧୀନତା ସଂଗ୍ରାମୀ ସହିଦ ସର୍ଦ୍ଦାରଙ୍କ ବାୟୋପିକ ‘ସହିଦ୍ ରଘୁ ସର୍ଦ୍ଦାର’

ଆସନ୍ତା ୧୬ ତାରିଖରେ ରିଲିଜ ହେବ ସ୍ବାଧୀନତା ସଂଗ୍ରାମୀ ସହିଦ ସର୍ଦ୍ଦାରଙ୍କ ବାୟୋପିକ ‘ସହିଦ୍ ରଘୁ ସର୍ଦ୍ଦାର’

  • Share this:
News18 Odia Digital

ଭୁବନେଶ୍ବର: ଦୀର୍ଘ ସମୟରୁ ଚର୍ଚ୍ଚାରେ ରହି ଆସୁଛି ଓଡ଼ିଆ ଚଳଚ୍ଚିତ୍ର ତଥା ସହିଦ ସର୍ଦ୍ଦାରଙ୍କ ବାୟୋପିକ ‘ସହିଦ୍ ରଘୁ ସର୍ଦ୍ଦାର’ । ଆସନ୍ତା ୧୬ ତାରିଖରେ ରାଜ୍ୟର ୧୬ଟି ପ୍ରକ୍ଷାଳୟରେ ମୁକ୍ତି ଲାଭ କରିବ ଏହି ଫିଲ୍ମ। ସ୍ବାଧୀନତା ସଂଗ୍ରାମୀ ରଘୁ ସର୍ଦ୍ଦାରଙ୍କ ଜୀବନର ବୀରତ୍ବ ଗାଥାକୁ ସିନେମାରେ ସଜାଇଛନ୍ତି ନବାଗତ ପ୍ରଯୋଜକ ଡା.ବିଶ୍ବନାଥ ପଟ୍ଟନାୟକ। ଐତିହାସିକ କାହାଣୀର କାହାଣୀ ଲେଖିଛନ୍ତି ଡ. ରଜନୀ ରଞ୍ଜନ ।

ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ଦେବାଶିଷ ପାତ୍ର ଓ ନାୟିକା ଭାବରେ ଅଛନ୍ତି କାବ୍ୟା। ଚଳଚ୍ଚିତ୍ରର ପୋଷ୍ଟର ଶୁକ୍ରବାର ରିଲିଜ ହୋଇସାରିଛି । ଚଳଚ୍ଚିତ୍ର ରିଲିଜ ଅବସରରେ ନିର୍ଦ୍ଦେଶକ ରାଜୀବ ମହାନ୍ତି କୁହିଛନ୍ତି, "ସହିଦ୍ ରଘୁ ସର୍ଦ୍ଦାର ସିନେମା ଏକ ମୌଳିକ କାହାଣୀ। ଏହି ଚଳଚ୍ଚିତ୍ର ଶହୀଦ ରଘୁ ପଟ୍ଟନାୟକଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ କରାଯାଇଛି । ଦେଶ ପାଇଁ ସେ ନିଜ ଜୀବନର ବଳିଦାନ ଦେଇଥିଲେ। ସୂଦୁର କୋଲକାତାରେ ଏଠିକାର ଲୋକଙ୍କୁ ନେଇ ଚାକିରିରେ ରଖେଇବା ଓ ଇଂରେଜ ମାନଙ୍କ ସହିତ ଯୁଦ୍ଧ କରିବା ଭଳି କାହାଣୀ ଚଳଚ୍ଚିତ୍ରରେ ପର୍ଯ୍ୟବେଶିତ ହୋଇଛି । ବିଶେଷ ଭାବେ ଇଂରେଜ ମାନେ ନେଉଥିବା ଅଧିକ କର ବିରୋଧରେ ସେ ଲଢ଼େଇ କରିଥିଲେ। ଶେଷରେ ଦେଶ ପାଇଁ ନିଜ ଜୀବନ ମଧ୍ୟ ଦେଇଥିଲେ । ଡାକ୍ତର ବିଶ୍ବନାଥ ପଟ୍ଟନାୟକ ଏହାର ପ୍ରଯୋଜକ। ତାଙ୍କ ସହିତ କଥା ହେବା ବେଳେ ସେ ଏଭଳି ଏକ କାହାଣୀ କଥା କହିଥିଲେ। ବିକାଶ ଶୁକ୍ଳା ଏଥିରେ ମ୍ୟୁଜିକ ଦେଇଛନ୍ତି । ବହୁତ ଭଲ ଗୀତ ନିର୍ମାଣ କରିଛନ୍ତି । ସମସ୍ତଙ୍କ ଡ଼ର କପି ସିନେମାକୁ ନେଇ। ଏହା ସମ୍ପୂର୍ଣ୍ଣ ମୌଳିକ କାହାଣୀ। ବହୁ କଷ୍ଟରେ ସିନେମା ନିର୍ମାଣ ହୋଇଛି। ବହୁତ ଦିନ ଧରି ସୁଟିଂ ହୋଇଥିଲା । ଷ୍ଟାରକାଷ୍ଟରେ ଦେବାଶିଷ, କାବ୍ୟା, ରୁଦ୍ର, ସନ୍ତୋଷ, ଜିନା, ପୁଷ୍ପା ପଣ୍ଡା, ବିଜୁ ବଡ଼ଜେନା, ବାବୁ ପ୍ରଧାନ ରହିଛନ୍ତି। ନବାଗତଙ୍କୁ ଗୁରୁତ୍ୱ ଦିଆଯାଇଛି। ସୁଟିଂ ଲୋକେସନରେ କମ୍ପରମାଇଜ କରିନାହୁଁ। ଆପଣ ଦେଖନ୍ତୁ ପ୍ରଥମ ଓଡ଼ିଆ ବାୟୋପିକ ସିନେମା ସମ୍ପୂର୍ଣ୍ଣ ମୌଳିକ କାହାଣୀ।"

ଆସନ୍ତା ସୋମବାର ରିଲିଜ ହେବ ସହିଦ୍ ରଘୁ ସର୍ଦ୍ଦାର ଚଳଚ୍ଚିତ୍ର


ନିର୍ଦ୍ଦେଶକଙ୍କ ବ୍ୟତୀତ ଅଭିନେତା ଦେବାଶିଷ କହିଛନ୍ତି, ’’କୁହନ୍ତି ସର୍ବପ୍ରଥମେ ଦର୍ଶକଙ୍କୁ କହିବି ଯେ ମହାମାରୀ ପାଇଁ ଆମେ ସମସ୍ତେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ଯେଉଁ ଦୁର୍ଦିନରେ ଗତି କରୁଥିଲା ତାହା ସରିଯାଇଛି । ଆମର ଦୁଖର ସମୟ ସରିଯାଇଛି । ଓଡ଼ିଆ ଇଣ୍ଡଷ୍ଟ୍ରି ବର୍ତ୍ତମାନ ଆଗକୁ ଆହୁରି ବଢ଼ିବ। ପ୍ରଥମ ଫିଲ୍ମ ରିଲିଜ ହେଉଛି ସହିଦ୍ ରଘୁ ସର୍ଦ୍ଦାର। ଆପଣ ମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି ବହୁତ ଭଲ ସୁନ୍ଦର ଭାବେ ଏହି ସିନେମାକୁ ଉପସ୍ଥାପନ କରାଯାଇଛି । ଓଡ଼ିଆ ଚଳଚ୍ଚିତ୍ର ଯାହାକୁ କୁହନ୍ତି ଏହା ଖାଣ୍ଟି ଓଡ଼ିଆ ଚଳଚ୍ଚିତ୍ର। ଆମ ମାଟିର ବାସ୍ନା ପାଇବେ। ପ୍ରଥମ ଥର ପାଇଁ ଓଡ଼ିଆରେ ବାୟୋପିକ ନିର୍ମାଣ ହେଉଛି। ଜଣେ ବହୁତ ଵଡ଼ ସ୍ବାଧୀନତା ସଂଗ୍ରାମୀଙ୍କ ଉପରେ ଆଧାରିତ ଏହି ଫିଲ୍ମ । ଆପଣ ମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରିବି ପ୍ଲିଜ ଆସିକି ଦେଖନ୍ତୁ।ଏହି ସିନେମା ପାଇଁ ମୋ ନିଜକୁ ବହୁତ ପ୍ରଚାର କରିଥିଲି। ଏହା ଏକ ସାଧାରଣ ଚରିତ୍ର ନଥିଲା। ବହୁ କଷ୍ଟ ହୋଇଛି ଆଶା କରୁଛି ଦର୍ଶକଙ୍କୁ ଭଲ ଲାଗିବ।"

ସ୍ବାଧୀନତା ସଂଗ୍ରାମୀ ରଘୁ ସର୍ଦ୍ଦାରଙ୍କ ଜୀବନ କାହାଣୀ ନେଇ ଆଧାରିତ ‘ସହିଦ୍ ରଘୁ ସର୍ଦ୍ଦାର’ ଚଳଚ୍ଚିତ୍ର


ପ୍ରଯୋଜକ ଡା.ବିଶ୍ବନାଥ ପଟ୍ଟନାୟକ କହିଛନ୍ତି, "ଆସନ୍ତା ସୋମବାର ରାଜ୍ୟର ୧୬ଟି ହଲରେ ମୁକ୍ତି ଲାଭ କରୁଛି ଏହି ଚଳଚ୍ଚିତ୍ର । କରୋନା ମହାମାରୀ ଭିତରେ ଆମେ ଅପେକ୍ଷା କରିଥିଲୁ କେମିତି ଏହାକୁ ମୁକ୍ତିଲାଭ କରାଇବାକୁ । ଏହା ଏକ ବାୟୋପିକ ଫିଲ୍ମ। ସହିଦ ରଘୁ ସର୍ଦ୍ଦାର ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ। ଦେଶ ପାଇଁ ତାଙ୍କର ବହୁ ଅବଦାନ ରହିଛି। ସେ ଦେଶ ପାଇଁ ଶହୀଦ ହୋଇ ଥିଲେ। ତାଙ୍କୁ କେହି ଜାଣିନଥିଲେ। ଓଡ଼ିଶାରେ ଜନ୍ମ ହୋଇଥିଲେ ବଙ୍ଗରେ ସହିଦ ହୋଇଥିଲେ । ଦେଶର ସ୍ବାଧୀନତା ପାଇଁ ଶହୀଦ ହୋଇଥିଲେ । ଏହା ଲୋକଲୋଚନକୁ ଆସିନଥିଲା। ଏବେ ଲୋକ ଲୋଚନକୁ ଆଣିବା ପାଇଁ ଏକ ପ୍ରୟାସ କରିଛୁ ଆମେ ।’’
Published by:Lipina Das
First published: