ଖୁବ୍ ଶୀଘ୍ର ସାମ୍ନାକୁ ଆସୁଛି ଭିନ୍ନ ସ୍ୱାଦର ଓଡ଼ିଆ ଫିଲ୍ମ 'କନ୍ୟାଦାନ’

ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବା କାରଣରୁ ମଧ୍ୟମ  ଆୟକାରୀ ବର୍ଗଙ୍କ ଉପରେ ଟ୍ୟାକ୍ସ ଭାର ନବଢିବା ପାଇଁ ଚିନ୍ତା କରିପାରନ୍ତି ସରକାର। ବିଶେଷ କରି 80 ( ସି) ଓ 80( ଡି) ସ୍ଲାବ ରେ ସରକାର ଆଣିପାରନ୍ତି  ପରିବର୍ତ୍ତନ । 

ଓଡ଼ିଆ ଫିଲ୍ମ 'କନ୍ୟାଦାନ’

ଓଡ଼ିଆ ଫିଲ୍ମ 'କନ୍ୟାଦାନ’

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ଭୁବନେଶ୍ୱର: ସାଧାରଣତଃ ଅନେକ ଫିଲ୍ମ ହେଉ ବା ସିରିୟଲ, ସବୁଠି ଶାଶୁ- ବୋହୂଙ୍କର ତୁ ତୁ ମେ ମେ ଝଗଡ଼ାକୁ ନେଇ କାହାଣୀ ଦେଖିବାକୁ ମିଳେ। ସେମିତି ଏଭକି ଶାଶୁ-ବୋହୂଙ୍କ କାହାଣୀକୁ ଏଇ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଜୀ ସାର୍ଥକ ଫିଲ୍ମସର ନୂଆ ମୁଭିି ' କନ୍ୟାଦାନ' ଯେଉଁଥିରେ ଶାଶୁ-ବୋହୁ ଭିତରେ ଝଗଡ଼ା ନାହିଁ । ବରଂ ମାଆ-ଝିଅର ସମ୍ପର୍କ ଭଳି। କାହାଣୀ ଅନୁସାରେ ଶାଶୁ କିପରି ନିଜ ବୋହୂର କନ୍ୟାଦାନ କରୁଛନ୍ତି, ତାକୁ କାହାଣୀରେ ରୁପାନ୍ତର କରାଯାଇଛି ।

ଫିଲ୍ମଟିର ନାଁ ହେଉଛି ‘କନ୍ୟାଦାନ’ । ସାଧାରଣ ଭାବେ କହିଲେ ମାଆ ନିଜ ଝିଅର କନ୍ୟାଦାନ କରିଥାନ୍ତି। କିନ୍ତୁ ଏ ଫିଲ୍ମରେ କାହାଣୀ ଅନୁସାରେ ଶାଶୁ କରୁଛନ୍ତି ନିଜ ବୋହୂର କନ୍ୟାଦାନ। ଭିନ୍ନ ସ୍ୱାଦର ଏହି ମୁଭିର ଅଡ଼ିଓ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ହୋଟେଲରେ ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ଜସ୍ମିନ ରଥ, ବିକ୍ରମ ମହାନ୍ତି, କଣ୍ଠ ଶିଳ୍ପୀ ସ୍ୱୟଂ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ଦେବାଂଶୀ ଦାଶ, ଶୁଭାଶିଷ ଲେଙ୍କାଙ୍କ ସମେତ ଜୀ- ସାର୍ଥକ ଚାନେଲ ମୁଖ୍ୟ ପ୍ରତୀକ ସିଲ, ନନ୍ ଫିକ୍ସନ ହେଡ଼ ତନ୍ମୟ ମିଶ୍ର, ପ୍ରଯୋଜକ କବିର ଦାସ ଓ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଯୋଗ ଦେଇ ଅଡିଓ ଲୋକାର୍ପଣ କରିବା ସହ ପୋଷ୍ଟର ଉନ୍ମୋଚନ କରିଥିଲେ ।

ଜୀ-ସାର୍ଥକ ଫିଲ୍ମସ ସବୁବେଳେ ନୂଆ ଓ ଭିନ୍ନ ଭିନ୍ନ କାହାଣୀରେ ନିର୍ମିତ ଚଳଚ୍ଚିତ୍ର ଦର୍ଶକଙ୍କୁ ଦେଇ ଆସିଛି । ତେବେ ଆସନ୍ତା ୨୯ ତାରିଖରେ ଏହି ଚଳଚ୍ଚିତ୍ର ଶୁଭମୁକ୍ତି କରିବ । ଏହି ଚଳଚ୍ଚିତ୍ରକୁ କବିର ଦାସଙ୍କ ପ୍ରଯୋଜନା କରିଥିବା ବେଳେ ମୃତ୍ୟୁଞ୍ଜୟ ସାହୁ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ପ୍ରଶାନ୍ତ ପାଢ଼ୀ ଗୀତଗୁଡ଼ିକ ସଙ୍ଗୀତରେ ସଜେଇଛନ୍ତି । ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟଂ ପାଢ଼ୀ, ଦେବାଂଶୀ ଦାଶ ଓ ଶୁଭାଶିଷ ଲେଙ୍କା ଏଥିରେ କଣ୍ଠ ଦାନ କରିଛନ୍ତି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ବିଶିଷ୍ଟ ଅଭିନେତ୍ରୀ ମହାଶ୍ୱେତା ରାୟ, ଜସ୍ମିନ ଓ ବିକ୍ରମ ଅଭିନୟ କରିଛନ୍ତି । ଏକ ଭିନ୍ନ ସ୍ୱାଦର ଓ ସମାଜରେ ବର୍ତ୍ତମାନ ସ୍ଥିତି ଉପରେ ଏହି କାହାଣୀ ପରିବେଷିତ ହୋଇଥିବାରୁ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି ଜୀ-ସାର୍ଥକ ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି।

ସିନେ ଜଗତର ପରିଚିତା ‘ଗୌରିନାନୀ’ ମହାଶ୍ୱେତା ରାୟ ଲାମ୍ବା ସମୟ ଧରି ଓଡିଆ ତଥା ବେଙ୍ଗଲୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଜଣେ ଆଗଧାଡ଼ିର ଅଭିନେତ୍ରୀ। ତାଙ୍କର ବହୁମୁଖୀ ଅଭିନୟ ପାଇଁ ସେ ଓଡ଼ିଆ ସିନେମାର ଜଣେ ସର୍ବୋତ୍ତମ ଅଭିନେତ୍ରୀ ଭାବରେ ଜଣାଶୁଣା।

ଅଭିନେତା ପ୍ରଶାନ୍ତ ନନ୍ଦ ଏବଂ ହେମନ୍ତ ଦାସଙ୍କ ସହ ‘ଶେଷ ଶ୍ରାବଣ’ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା। ଏହି ଚଳଚିତ୍ରରେ ପୁଣି ଦର୍ଶକ ତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ପାଇବେ। ଜୀ-ସାର୍ଥକର ‘ସରଗମ୍’ ଧାରାବାହିକ ସହିତ ପ୍ରଥମ ଡେବ୍ୟୁ କରିଥିବା ଜସ୍ମିନ୍ ରଥ ଏବେ "ମା ଯାହାର ସାହା "ରେ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି।ଏଥିସହ ସୋସିଆଲ ମିଡିଆରେ ଜଣେ ପରିଚିତ ମୁହଁ। ଓଡ଼ିଆ ଭାଷାରେ ଅନେକ ଧାରାବାହିକରେ ସେ ଅଭିନୟ କରିଛନ୍ତି। ସେ ଜଣେ ଦକ୍ଷ ଏବଂ ପରିଶ୍ରମୀ ଅଭିନେତ୍ରୀ ଏବଂ ଏହି ଚଳଚିତ୍ରରେ ଦେଖିବାକୁ ମିଳିବ ଅଭିନୟ ପ୍ରତି ତାଙ୍କର ଉତ୍ସାହ। ବିଭିନ୍ନ ଓଡ଼ିଆ ଧାରାବାହିକରେ ନିଜ ଅଭିନୟର ଜାଦୁ ଦେଖାଇସାରିଥିବା ବିକ୍ରମ୍ ଏହି ଚଳଚିତ୍ରର ଏକ ଖାସ ଅଙ୍ଗ। ଏହି କାହାଣୀରେ ତାଙ୍କର ଆହୁରି ଉତ୍କୃଷ୍ଠ ହୋଇଛି ବୋଲି ସେ କହିଛନ୍ତି।
Published by:Soumyashree Mishra
First published: