ଓସ୍କାର ଦୌଡ଼ରେ ସାମିଲ ହେଲା ଓଡ଼ିଆ ଫିଲ୍ମ 'କାଲିର ଅତୀତ'; ନିଖୋଜ ଗ୍ରାମଗୁଡିକ ଉପରେ ଆଧାରିତ ଏହାର କାହାଣୀ

ଓସ୍କାର ପୁରସ୍କାର ଦୌଡ଼ରେ ଅନ୍ତର୍ଭୁକ୍ତ ହୋଇଥିବା 'କାଲିର ଅତୀତ' ଫିଲ୍ମ ଜଳବାୟୁ ପରିବର୍ତ୍ତନକୁ ନେଇ ତିଆରି ହୋଇଛି । ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ର ପତ୍ତନ ଯୋଗୁଁ ଓଡ଼ିଶାର ପୂର୍ବ ଉପକୂଳରେ ଥିବା କେତେକ ଗ୍ରାମ କିପରି ଅଦୃଶ୍ୟ ହୋଇଗଲା ତାହା ଏହି ଫିଲ୍ମରେ ଦେଖାଯାଇଛି ।

ଓସ୍କାର ଦୌଡ଼ରେ ସାମିଲ ହେଲା ଓଡ଼ିଆ ଫିଲ୍ମ 'କାଲିର ଅତୀତ'; ନିଖୋଜ ଗ୍ରାମଗୁଡିକ ଉପରେ ଆଧାରିତ ଏହାର କାହାଣୀ
ଓସ୍କାର ଦୌଡ଼ରେ ସାମିଲ ହେଲା ଓଡ଼ିଆ ଫିଲ୍ମ 'କାଲିର ଅତୀତ'
  • News18 Odia
  • Last Updated: February 22, 2021, 7:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ପ୍ରତ୍ୟେକ ଫିଲ୍ମ ନିର୍ମାତା ନିଜର ଫିଲ୍ମ ପାଇଁ ଓସ୍କାର ପୁରସ୍କାର ଜିତିବାକୁ ଚାହୁଁଛନ୍ତି । ବହୁତ କମ୍ ଭାରତୀୟ ସିନେମା ଓସ୍କାର ଜିତିବାରେ ସଫଳ ହୋଇଛି । ତେଣୁ ଏକ ଭାରତୀୟ ଫିଲ୍ମ ଓସ୍କାର ପାଇଁ ମନୋନୀତ ହେବା ମଧ୍ୟ ଏକ ବଡ଼ କଥା । ବର୍ତ୍ତମାନ ଖବର ଆସିଛି ଯେ ଓଡିଆ ଚଳଚ୍ଚିତ୍ର 'କାଲିର ଅତୀତ' ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି । ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡାଙ୍କ ଦ୍ୱାରା ନିର୍ମିତ ଓଡ଼ିଆ ଫିଲ୍ମ 'କାଲିର ଅତୀତ' ଚଳିତ ବର୍ଷ ଓସ୍କାର ପୁରସ୍କାର ଦୌଡ଼ରେ ଅନ୍ତର୍ଭୁକ୍ତ ହୋଇଛି ।

ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡା ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, 'ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ଏକ ବର୍ଷରେ ଘୋଷଣା କରି ଅତ୍ୟନ୍ତ ଖୁସି ଲାଗୁଛି ଯେ 'କାଲିର ଅତୀତ' ଓସ୍କାର ଦୌଡ଼ରେ ପ୍ରବେଶ କରିଛନ୍ତି । ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବର୍ଗ ପାଇଁ ପୁରସ୍କାର ପାଇବାକୁ ଏହି ଚଳଚ୍ଚିତ୍ର ସାମିଲ ହୋଇଛି । ଓସ୍କାର ସ୍କ୍ରିନିଂ ପାଇଁ ଏହା ପ୍ରସ୍ତୁତ ହେଉଛି । ମୁଁ ସମସ୍ତଙ୍କୁ ଯୋଡ଼ ହସ୍ତରେ ଧନ୍ୟବାଦ ଦେଉଛି ।'

(ଫଟୋ ସୌଜନ୍ୟ: ଟ୍ୱିଟର / ନୀଳ ମାଧବ ପଣ୍ଡା)


ଏହି ଫିଲ୍ମରେ ଭାରତର ପୂର୍ବ ଉପକୂଳରେ ଥିବା ଗ୍ରାମଗୁଡିକର ନିଖୋଜ ବିଷୟରେ ବର୍ଣ୍ଣନା କରାଯାଇଛି । ଯାହା ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁଁ ବୁଡ଼ି ଯାଇଥିଲା । ଭୋଟ୍ ଓ ନାମାଙ୍କନ ପାଇଁ ଓସ୍କାର ସ୍କ୍ରିନିଂ ରୁମରେ ଫିଲ୍ମ ଉପଲବ୍ଧ କରାଇବାକୁ ପ୍ରସ୍ତୁତି ଚାଲିଛି ବୋଲି କୁହାଯାଇଛି ।

'ଲସ୍ ଆଞ୍ଜେଲସ୍ ଓ ନ୍ୟୁୟର୍କ ପ୍ରେକ୍ଷାଳୟ ବନ୍ଦ ଥିବାରୁ ଏକ କଷ୍ଟଦାୟକ ବର୍ଷ ଦେଇ ଯିବା ସହଜ ନଥିଲା । ଆମେ ଫିଲ୍ମ ଦେଖାଇବା ପାଇଁ ଖଣ୍ଡପୀଠରେ ପହଞ୍ଚିବାକୁ ଚେଷ୍ଟା କରିବା ଆରମ୍ଭ କରିଛୁ," କହିଛନ୍ତି ନୀଳ ମାଧବ ପଣ୍ଡା ।

ଗୋଆରେ ଚାଲିଥିବା ୫୧ ତମ ଆନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଏହି ଫିଲ୍ମଟି ପ୍ରଥମେ ପ୍ରଦର୍ଶିତ ହୋଇଥିଲା । ଏହି ସମୟରେ ଲାଇଭ୍ ଆକ୍ସନ୍ ସର୍ଟ ଫିଲ୍ମ ବର୍ଗ ପାଇଁ କ୍ଷୁଦ୍ର ଫିଲ୍ମ 'ବିଟ୍ଟୁ'କୁ ଚୟନ କରାଯାଇଥିଲା । ବର୍ତ୍ତମାନ ନାମାଙ୍କନ ପାଇଁ ସଂଗ୍ରାମ ଚାଲିଛି । କରିସ୍ମା ଦେବ ଦୁବେଙ୍କ ଫିଲ୍ମ 'ବିଟ୍ଟୁ' ଦଶଟି ଫିଲ୍ମ ତାଲିକାରେ ସ୍ଥାନ ପାଇଛି । ଏହି ଫିଲ୍ମକୁ ଏକତା କପୁର, ଗୁନେଟ ମୋଙ୍ଗା ଓ ତାହିରା କାଶ୍ୟପ ଉପସ୍ଥାପନ କରିଛନ୍ତି । ବର୍ତ୍ତମାନ ସର୍ଟ ଫିଲ୍ମ ଓ ଫିଚର ଆନିମେସନ୍ ଶାଖାର ସଦସ୍ୟମାନେ ଫିଲ୍ମ ମନୋନୀତ ହୋଇଛି କି ନାହିଁ ତାହା ସ୍ଥିର କରିବାକୁ ଭୋଟ୍ ଦେବେ । ମାର୍ଚ୍ଚ ୧୫ ରେ ଓସ୍କାର ପାଇଁ ଅନ୍ତିମ ନାମାଙ୍କନ ଘୋଷଣା କରାଯିବ । ଚଳିତ ବର୍ଷ ୨୫ ଏପ୍ରିଲରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ ।
Published by: Jagdish Barik
First published: February 22, 2021, 7:58 PM IST