ପୁରୀ ପୌରସଦନରେ ପ୍ରଦର୍ଶିତ ହେଲା ଦମନ; ଭାବୁକ ହେଲେ ଦର୍ଶକ

ପୁରୀ ଟାଉନ ହଲରେ ପ୍ରେରଣାଦାୟୀ ଓଡ଼ିଆ ଚଳଚ୍ଚିତ୍ର ଦମନ ଆଜି ସଂଧ୍ୟାରେ ପ୍ରଦର୍ଶିତ ହୋଇଥିଲା । " ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଉଦଘାଟନ କରିଥିଲେ ।

ପୁରୀ ପୌରସଦନରେ ପ୍ରଦର୍ଶିତ ହେଲା ଦମନ; ଭାବୁକ ହେଲେ ଦର୍ଶକ

ପୁରୀ ପୌରସଦନରେ ପ୍ରଦର୍ଶିତ ହେଲା ଦମନ; ଭାବୁକ ହେଲେ ଦର୍ଶକ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ପୁରୀ ଟାଉନ ହଲରେ ପ୍ରେରଣାଦାୟୀ ଓଡ଼ିଆ ଚଳଚ୍ଚିତ୍ର ଦମନ ଆଜି ସଂଧ୍ୟାରେ ପ୍ରଦର୍ଶିତ ହୋଇଥିଲା । " ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଉଦଘାଟନ କରିବା ସହ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା, ପ୍ରଯୋଜକ ଦିପେନ୍ଦ୍ର ସାମଲ ଓ କାର୍ଯ୍ୟ ନିର୍ବାହୀ ପ୍ରଯୋଜକ ପିଙ୍କିସ ପ୍ରଧାନଙ୍କୁ ଏଭଳି ଏକ ବାସ୍ତବ ଓ ସଚେତନଧର୍ମୀ ଚଳଚ୍ଚିତ୍ର ପ୍ରସ୍ତୁତ କରିଥିବାରୁ ସମ୍ବର୍ଦ୍ଧିତ କରିଥିଲେ"।



"ଏହା ଏକ ଭଲ ଚଳଚ୍ଚିତ୍ର ଯାହା ସମାଜ ପାଇଁ ସକରାତ୍ମକ । ନିଜ କାର୍ଯ୍ୟକୁ ନିଷ୍ଠାର ସହ କଲେ ଆତ୍ମତୃପ୍ତି ଓ ସନ୍ତୁଷ୍ଟି ପାଇବାର ବାର୍ତ୍ତାକୁ ସୁନ୍ଦର ଭାବେ ଦର୍ଶାଯାଇ ପାରିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । "ନିର୍ଦ୍ଦେଶକ ଚଳଚ୍ଚିତ୍ର ନିର୍ମାଣର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଅନୁଭୂତିର ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଏସପି ମିହିର ପ୍ରସାଦ ପଣ୍ଡା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ସି ଡି ଏମ ଓ ଡା ସୁଜାତା ମିଶ୍ର, ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଅଧ୍ୟକ୍ଷା ତଥା ଡା ମାୟା ପାଢ଼ୀ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ କର୍ମଚାରୀମାନେ ଯୋଗ ଦେଇ ଚଳଚ୍ଚିତ୍ରଟିକୁ ଦେଖି ଥିଲେ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପରିଚାଳନାରେ ସହଯୋଗ କରିଥିଲେ । ଦୁର୍ଗମ ଅଞ୍ଚଳର ସ୍ୱାସ୍ଥ୍ୟ ସେବା, ଚିକିତ୍ସକଙ୍କ କର୍ତ୍ତବ୍ୟ ଓ ସଚେତନତା ବାର୍ତ୍ତାକୁ ସୁନ୍ଦର ଭାବେ ପ୍ରଦର୍ଶନ କରାଯାଇଥିବାରୁ ଦର୍ଶକମାନେ ଭାବୁକ ହୋଇ ଯାଇଥିଲେ ।
Published by:Soubhagya Mishra
First published: