Happy Birthday Babushan! ‘ଚକୋଲେଟ୍ ହିରୋ’ ବାବୁସାନଙ୍କ ପାଇଁ ଛୁଟିଛି ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ

ଓଲିଉଡର ‘‘ଚକୋଲେଟ୍ ହିରୋ’’ ବାବୁସାନଙ୍କ ଆଜି ଜନ୍ମ ଦିନ । ନିଜ ଅଭିନୟର ନିଆରା ଅନ୍ଦାଜ୍ ଯୋଗୁଁ ସେ ଓଡ଼ିଶାର ଘରେ ଘରେ ପ୍ରିୟ ଚେହେରା ପାଲଟିଛନ୍ତି । ତାଙ୍କ ଫ୍ୟାନମାନେ ଆଜି ତାଙ୍କ ପାଇଁ ଶୁଭକାମନା ଅଜାଡ଼ୁଛନ୍ତି ।

Happy Birthday Babushan! ‘ଚକୋଲେଟ୍ ହିରୋ’ ବାବୁସାନଙ୍କ ପାଇଁ ଛୁଟିଛି ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ
ବାବୁସାନ ମହାନ୍ତି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ହେଉଛି ଓଡ଼ିଆ ସିନେମାର ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତିଙ୍କ ଜନ୍ମ ଦିନ । ୩୦ ବର୍ଷରେ ପାଦ ଦେଇଛନ୍ତି ଏହି ଓଲିଉଡ ଷ୍ଟାର୍‌ । ନିଜ ଅଭିନୟର ଯାଦୁରେ ସମସ୍ତଙ୍କର ବେଶ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ବାବୁସାନ୍‌ ।

ଓଲିଉଡର ସ୍ୱନାମଧନ୍ୟ ସୁପରଷ୍ଟାର ଦମ୍ପତି ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତିଙ୍କର ସେ ସୁଯୋଗ୍ୟ ସନ୍ତାନ । ବାବୁସାନ ୧୯୮୯ ଜୁଲାଇ ୩୦ ତାରିଖରେ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ। ନିଜ ବାପା ଓ ମାଙ୍କ ଭଳି ନିଜେ ଜଣେ ଦକ୍ଷ ଅଭିନେତା ଭାବରେ ଦର୍ଶକ ମହଲରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସେ । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ରୋମିଓ ଦି ଲଭର ବୟ’ ।

ବାବୁସାନଙ୍କ ଜନ୍ମ ଦିନରେ ତାଙ୍କ ପ୍ରଂଶସକମାନେ ତାଙ୍କ ପାଖରୁ ପ୍ରଂଶସାର ସୁଅ ଛୁଟାଇଛନ୍ତି । ସମସ୍ତେ ନିଜର ପ୍ରିୟ ଅଭିନେତାଙ୍କୁ ଭିନ୍ନ ଭିନ୍ନ ଅନ୍ଦାଜରେ ଅଭିନନ୍ଦନ ଜଣାଇଥିବା ଦେଖିବାକୁ ମିଳିଛି । ତାଙ୍କ ପ୍ରଂଶସକମାନେ ଆଜି ନିଜ ହ୍ୱାଟ୍ସଆପରେ ଡିପି ରଖିବା ସହିତ ଷ୍ଟାଟସ ମଧ୍ୟ ଅପଡେଟ କରିଛନ୍ତି । ଅନେକ ପ୍ରଶଂସକ ଟ୍ୱିଟରରେ ବି ଶୁଭେଚ୍ଛା  ଜଣାଉଛନ୍ତି ।

ବାବୁସାନଙ୍କ ପ୍ରଥମ ଫିଲ୍ମ ଥିଲା ‘ରୋମିଓ ଦି ଲଭର ବୟ’ ।


ବାବୁସାନଙ୍କ ପ୍ରଥମ ଫିଲ୍ମ ‘ରୋମିଓ ଦି ଲଭର ବୟ’ ହର ପଟ୍ଟନାୟକଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା । ଏହି ଫିଲ୍ମରେ ବଙ୍ଗୀୟ ସୁନ୍ଦରୀ ଝିଲିକ୍‌ ସାଜିଥିଲେ ତାଙ୍କ ନାୟିକା । ଏହି ଦୁହିଁଙ୍କ ଯୋଡ଼ିକୁ ବେଶ୍‌ ପ୍ରଂଶସା କରିଥିଲେ ଓଲିଉଡ ଫିଲ୍ମ ପ୍ରେମୀ । ଫିଲ୍ମଟି ମଧ୍ୟ ହିଟ୍ ସାବ୍ୟସ୍ତ ହୋଇଥିଲା । ଏହି ସଫଳତା ପରଠାରୁ ସେ ଆଉ ପଛକୁ ଚାହିଁ ନାହାଁନ୍ତି ।

ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ବାବୁସାନ୍‌ ଓଡ଼ିଆ ସିନେ ପ୍ରେମୀଙ୍କ ହୃଦୟରେ ଘରକରିଛନ୍ତି । ତାଙ୍କ କମେଡି ସୁକ୍ୟୁଏନ୍ସ ମଧ୍ୟ ସମସ୍ତଙ୍କ ମନକୁ ଛୁଇଁ ପାରିଛି । ସବୁ ଫିଲ୍ମରେ ତାଙ୍କର ନିଆରା ଅନ୍ଦାଜରେ ଅଭିନୟ ପାଇଁ ସେ ଓଡ଼ିଶାରେ ଘରେ ଘରେ ପରିଚିତ ।



ବାବୁସାନଙ୍କ ଅନ୍ୟ ଏକ ଚଳଚିତ୍ର ‘ସିଷ୍ଟର ଶ୍ରୀଦେବୀ’ରେ ତାଙ୍କ ନିଖୁଣ ଅଭିନୟକୁ ବେଶ୍‌ ପ୍ରଂଶସା କରିଥିଲା ଓଡ଼ିଆ ସିନେ ପ୍ରେମୀ ଜନତା । ଏହି ଫିଲ୍ମରେ ଏକ ଝିଅ ରୋଲରେ ବାବୁସାନଙ୍କୁ ଦେଖିବାକୁ ମିଳିଥିଲା । ଝିଅ ରୋଲ ମାଧ୍ୟମରେ ମଧ୍ୟ ସେ ଦର୍ଶକମାନଙ୍କ ମନକୁ ଜିଣିପାରିଥିଲେ।

ବାବୁସାନଙ୍କୁ ଓଡ଼ିଶାରେ ଚକୋଲେଟ ହିରୋ ବୋଲି ମଧ୍ୟ କୁହାଯାଏ । ସେ ‘ସିଷ୍ଟର୍‌ ଶ୍ରୀଦେବୀ’ ଚଳଚିତ୍ରରେ ଏକ ଅଭିନବ ଶୈଳୀରେ ଝିଅ ରୋଲ୍‌ କରିବା ପରେ ଅନେକ ସିନେପ୍ରେମୀ କହିବାକୁ ଲାଗିଥିଲେ ଯେ ଯଦି ବାବୁସାନ ଝିଅଟିଏ ହୋଇଥାନ୍ତେ ତେବେ ସବୁ ଅଭିନେତ୍ରୀଙ୍କୁ ପଛରେ ପକାଇ ଦେଇଥାନ୍ତେ ।

ଏହା ବି ପଢ଼ନ୍ତୁ: ଅନଲକ୍‌ ୩ ଗାଇଡଲାଇନ୍ ଜାରି: ଅଗଷ୍ଟ ୧ରୁ ହଟିବ ନାଇଟ୍ କର୍ଫ୍ୟୁ, ୫ରୁ ଖୋଲିବ ଜିମ୍‌ ଓ ଯୋଗ ଅନୁଷ୍ଠାନ

ଏହା ବି ପଢ଼ନ୍ତୁ: WATCH VIDEO: କରୋନା ସନ୍ଦିଗ୍ଧଙ୍କୁ ଆମ୍ବୁଲାନ୍ସକୁ କେହି ଉଠାଇଲେନି, ପତ୍ନୀଙ୍କ ଆଖି ଆଗରେ ମୃତ୍ୟୁ ହେଲା

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେ

ବାବୁସାନଙ୍କ ହିଟ୍ ଫିଲ୍ମ ମଧ୍ୟରୁ ‘ଲଭ୍‌ ମାଷ୍ଟର୍‌',  'ଟୋକା ଲଭ୍‌ ଚୋଖା', ' ଆଖିରେ', 'ସିଷ୍ଟର ଶ୍ରୀଦେବୀ', 'ଲଭ ଷ୍ଟେସନ', 'ସୁପର ମିଛୁଆ', 'ସୁନ୍ଦରଗଡ଼ର ସଲମନ ଖାନ' ଓ 'ଅଜବ ସଞ୍ଜୁର ଗଜବ ଲଭ'  ଆଦି ଫିଲ୍ମକୁ ଓଡ଼ିଆ ସେନେମା ପ୍ରେମୀ ବେଶ୍‌ ପସନ୍ଦ କରିଛନ୍ତି ।
Published by: Anand Shankar Thankur Das
First published: July 30, 2020, 6:36 PM IST
corona virus btn
corona virus btn
Loading