ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବିଶ୍ବ ବଡ଼ି ବିଲ୍ଡିଂ ପ୍ରତିଯୋଗିତାରେ କମାଲ କଲେ ଓଡ଼ିଆ ପୁଅ; ଜିତିଲେ ସ୍ୱର୍ଣ୍ଣ ପଦକ

ବିଶ୍ବ ବଡ଼ି ବିଲ୍ଡିଂ ପ୍ରତିଯୋଗିତାରେ କମାଲ କଲେ ଓଡ଼ିଆ ପୁଅ; ଜିତିଲେ ସ୍ୱର୍ଣ୍ଣ ପଦକ

ଅର୍ଜୁନ ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ସାହିରେ ରହୁଥିବା ବେଳେ ବର୍ତ୍ତମାନ ସେନା ବାହିନୀରେ କାର୍ଯ୍ୟରତ ଅଛନ୍ତି । ତାଙ୍କ ବିଜୟକୁ ନେଇ ସବୁ ମହଲରେ ବର୍ତ୍ତମାନ ଖୁସିର ମହଲ ।

ବିଶ୍ବ ବଡ଼ି ବିଲ୍ଡିଂ ପ୍ରତିଯୋଗିତାରେ କମାଲ କଲେ ଓଡ଼ିଆ ପୁଅ; ଜିତିଲେ ସ୍ୱର୍ଣ୍ଣ ପଦକ
ବିଶ୍ବ ଭାରୋତ୍ତୋଳନ ପ୍ରତିଯୋଗିତାରେ କମାଲ କଲେ ଓଡ଼ିଆ ପୁଅ
  • News18 Odia
  • Last Updated: November 21, 2021, 4:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ବିଶ୍ବ ବଡ଼ି ବିଲ୍ଡିଂ ପ୍ରତିଯୋଗିତାରେ ପୁଣି ଚମକିଲେ ବ୍ରହ୍ମପୁରର ପୁଅ । ଅକ୍ଟୋବର ମାସରେ ଉଜବେକିସ୍ତାନରେ ହୋଇଥିବା ବିଶ୍ବ ବଡ଼ି ବିଲ୍ଡିଂ ପ୍ରତିଯୋଗିତାରେ ୫୫ କେଜି ବର୍ଗରେ ସ୍ବର୍ଣ୍ଣ ଜିତିଛନ୍ତି ବ୍ରହ୍ମପୁରର ଅର୍ଜୁନ ସାହୁ । କେବଳ ସେତିକି ନୁହେଁ ତାଙ୍କୁ ସେନା ବାହିନୀ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଅର୍ଜୁନ ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ସାହିରେ ରହୁଥିବା ବେଳେ ବର୍ତ୍ତମାନ ସେନା ବାହିନୀରେ କାର୍ଯ୍ୟରତ ଅଛନ୍ତି । ସ୍ବର୍ଣ୍ଣ ପଦକ ହାସଲ କରିବା ପରେ କେବଳ ଯେ ବ୍ରହ୍ମପୁର ଗଞ୍ଜାମ ତାଙ୍କ ପାଇଁ ଗର୍ବ ତାହା ନୁହେଁ ବରଂ ବର୍ତ୍ତମାନ ସେନା ବାହିନୀରେ କାର୍ଯ୍ୟରତ ଥିବା ସର୍ତ୍ତ୍ବେ ମଧ୍ୟ ଭାରୋତ୍ତୋଳନ ଜାରି ରଖିଥିବା ବେଳେ ଆଗାମୀ ଦିନରେ ଏଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ସହ ଅର୍ଜୁନ ପୁରସ୍କାର ହାସଲ କରିବା ନେଇ ଲକ୍ଷ୍ୟ ରଖିଛନ୍ତି ସେ । ତାଙ୍କର ଏଭଳି ବିଜୟ ପରେ ତାଙ୍କ ପରିବାର ଓ ସାଙ୍ଗସାଥି ମହଲରେ ଉତ୍ସାହର ଲହରୀ ଖେଳିଯାଇଛି।

ସ୍କୁଲ ସ୍ତରରେ ୨୦୦୨ ମସିହାରେ ସପ୍ତମ ପଢୁଥିବା ବେଳେ ବ୍ରହ୍ମପୁର ଷ୍ଟାଡିୟମ କ୍ରୀଡା ଛାତ୍ରାବାସ ପାଇଁ ବଡ଼ି ବିଲ୍ଡିଂରେ ସିଲେକ୍ସନ ହୋଇଥିଲେ । ଏହାପରେ ଅର୍ଜୁନ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଥିଲେ । ବଡ଼ି ବିଲ୍ଡିଂ କ୍ରୀଡ଼ାରେ ସଫଳତା ପାଇଁ ୨୦୧୦ ରେ ସେନାବାହିନୀରେ ଯବାନ ଭାବେ ଚାକିରୀ ମିଳିଥିଲା। ୨୦୧୫ ଯାଏଁ ବଡ଼ି ବିଲ୍ଡିଂ କ୍ରୀଡ଼ାରେ ପ୍ରତିନିଧିତ୍ବ କରୁଥିବା ବେଳେ ସେଠାରେ ଟ୍ରେନିଂ ଦେଉଥିବା ପ୍ରଶିକ୍ଷକ ତାଙ୍କ ସୁନ୍ଦର ସ୍ଵାସ୍ଥ୍ୟ ଦେଖି ବଡ଼ି ବିଲ୍ଡିଂ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରାଇଥିଲେ । ଆଉ ତା ପରଠାରୁ ସର୍ଭିସେସ୍ ପାଇଁ ପ୍ରତିନିଧିତ୍ଵ କରି ଜାତୀୟ , ଆର୍ନ୍ତଜାତୀୟ ଓ ବିଶ୍ୱ ବଡ଼ି ବିଲ୍ଡିଂ ପ୍ରତିଯୋଗିତାରେ ସେ ମେଡାଲ ଜିତିଛନ୍ତି ।

ବିଶ୍ବ ଭାରୋତ୍ତୋଳନ ପ୍ରତିଯୋଗିତାରେ କମାଲ କଲେ ଓଡ଼ିଆ ପୁଅ


‘‘ବର୍ତ୍ତମାନ ବିହାର ରେଜିମେଣ୍ଟର ବିନାଗୁଡ଼ି ସେକ୍ଟରରେ ଯବାନ ଭାବେ କାର୍ଯ୍ୟ କରୁଥିବା ବେଳେ ସିକନ୍ଦରାବାଦ ସ୍ଥିତ ଏସି ସେଣ୍ଟର ଆର୍ମି ଏନ୍‌ଡି ବଡ଼ି ବିଲ୍ଡିଂ ଟିମ୍‌ରେ ପ୍ରଶିକ୍ଷଣ ନେଉଛନ୍ତି । ସଫଳତାକୁ ନେଇ ବେଶ ଖୁସୀ ଅଛି। ଆଗାମୀ ଦିନରେ ଅର୍ଜୁନ ପୁରସ୍କାର ହାସଲ କରିବି ବୋଲି ଆଶା ରହିଛି,‘‘ କହିଛନ୍ତି ଅର୍ଜୁନ ସାହୁ ।

ଅର୍ଜୁନଙ୍କ ଏହି ସଫଳତାକୁ ନେଇ ବେଶ ଖୁସୀ ପ୍ରକାଶ କରିଛନ୍ତି ତାଙ୍କ ଟ୍ରେନର ।

"ବଡ଼ି ବିଲ୍ଡିଂରେ ରୀତିମତ ଅଭ୍ୟାସ, ଧୈର୍ଯ୍ୟ ଓ ଖାଦ୍ୟପେୟର ଯତ୍ନ ନେବାର ଆବଶ୍ୟକ ରହିଥିବା ବେଳେ ଏହି ସବୁ କ୍ଵାଲିଟି ଅର୍ଜୁନଙ୍କଠାରେ ଥିବାରୁ ସେ ଆଜି ବିଶ୍ୱସ୍ତରରେ ଏହି ସଫଳତା ପାଇବାରେ ସକ୍ଷମ ହୋଇଛନ୍ତି,‘‘ କହିଛନ୍ତି ଅର୍ଜୁନଙ୍କ ଟ୍ରେନର ଆର.ରାଜେଶ କୁମାର ଆଚାରୀ ।

ଅର୍ଜୁନଙ୍କ ବାପା ପରିବା ବିକ୍ରି କରୁଥିଲେ । ପିଲାଟି ଦିନରୁ ବଡ଼ି ବିଲ୍ଡିଂ ପ୍ରତି ଦୁର୍ବଳତା ରହିଥିଲା ଅର୍ଜୁନଙ୍କ । ଅର୍ଜୁନଙ୍କର ବଡ଼ ଭାଇ ତଥା ବର୍ତ୍ତମାନର ଫିଜିକାଲ ଟ୍ରେନର ମଦନ ସାହୁ ଶଙ୍କର ଫିଜିକାଲକୁ ବଡ଼ି ବିଲ୍ଡିଂ ପ୍ରଶିକ୍ଷଣ ପାଇଁ ଯାଉଥିବା ବେଳେ ଅର୍ଜୁନ ତାଙ୍କୁ ଦେଖି ଇଚ୍ଛା ପ୍ରକାଶ କରିଥିଲେ ।

‘‘ବାପାଙ୍କ ସ୍ୱଳ୍ପ ଆୟ ଓ ବଡ଼ି ବିଲ୍ଡିଂରେ ଡାଏଟ ପାଇଁ ଅଧିକ ଖର୍ଚ୍ଚ ହେଉଥିବାରୁ ଦୁଇ ଭାଇଙ୍କ ଏକାଥରକେ ବଡ଼ି ବିଲ୍ଡିଂରେ କ୍ୟାରିୟର କରିବା ସମ୍ଭବ ପର ହୋଇପାରିନଥିଲା । ସାନ ଭାଇ ଆଗକୁ ଯାଉ କହି ଖେଳରୁ ଅବ୍ୟାହତି ନେଇ ଥିଲେ ବଡ଼ଭାଇ ମଦନ । ବଡ଼ି ବିଲ୍ଡିଂ ପରେ ବଡିବିଲଡିଂରେ ସାନ ଭାଇର ସଫଳତାକୁ ଦେଖ୍ ବହୁତ ଖୁସି ଅଛି,‘‘ କହିଛନ୍ତି ଅର୍ଜୁନଙ୍କ ବଡ଼ ଭାଇ ମଦନ ସାହୁ ।

‘‘ଅର୍ଜୁନଙ୍କ ବାପା ସବୁବେଳେ ଅର୍ଜୁନ ସ୍ବର୍ଣ୍ଣ ପଦକ ଜିତି ଚାମ୍ପିଅନ୍ ହେଉ ବୋଲି ଚାହୁଁଥିଲେ । ସେକଣ୍ଡ କିମ୍ବା ଥାର୍ଡ ଆସିଲେ ଖୁସି ନଥିଲେ । ଆଜି ପୁଅ ବିଶ୍ବରେ ନାଁ କମାଇବା ବେଳେ ବାପା ନାହାନ୍ତି । ବାପା ଥିଲେ ବହୁତ ଖୁସି ହୁଅନ୍ତେ,‘‘ କହିଛନ୍ତି ଅର୍ଜୁନଙ୍କ ମା ତାରା ସାହୁ ।

ସେନା ବାହିନୀରେ ଆଗକୁ ଅନ୍ୟ ବର୍ଗରେ ପ୍ରତିନିଧିତ୍ବ କରି ପଦକ ହାସଲ କରିବା ସହ ସୀମାରେ ରହି ଦେଶକୁ ସୁରକ୍ଷା ଦେବାରେ ମଧ୍ୟ କାମ କରିବେ ବୋଲି ଆଶା ରଖିଛନ୍ତି ।
Published by: Lipina Das
First published: November 21, 2021, 1:57 PM IST