ଆଲବମ୍ କ୍ୱିନ୍ ଦୀପା ସାହୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହେଲେ; ସେ କ୍ୟାନସରରେ ପୀଡ଼ିତ
ନିଜ ଅଭିନୟରେ ଲକ୍ଷ ଲକ୍ଷ ଓଡ଼ିଆଙ୍କ ମନ ମୋହିଥିବା ଦୀପା ସାହୁଙ୍କ ପରିବାର ଆର୍ଥିକ ଦୁର୍ଗତି ଭିତରେ ଗତି କରୁଛି । ବର୍ଷେ ହେଲା ଚିକିତ୍ସାରେ ଗୁଡ଼ାଏ ଅର୍ଥ ବି ସରଛି । ସହାୟତା ପାଇଁ ଓଡ଼ିଶା ସିନେ କ୍ରିଟିକ ଆସୋସିଏସନ ମୁଖ୍ୟ ମନ୍ତ୍ରୀଙ୍କୁ ଗୁହାରି କଲା ।

ଓଡ଼ିଆ ଆଲବମ କୁଇନ ଦୀପା ସାହୁ
- News18 Odia
- Last Updated: June 20, 2020, 6:29 PM IST
ଭୁବନେଶ୍ୱର: ପାଖାପାଖି ବର୍ଷେ ହେବ ଜରାୟୁ କର୍କଟ ରୋଗରେ ଆକ୍ରାନ୍ତ ଥିବା ଓଡ଼ିଆ ଆଲବମ କୁଇନ ଦୀପା ସାହୁଙ୍କ (Odia album queen Dipa Sahoo) ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ଆଜି ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିନେତା ଅଖିଳ ପଟ୍ଟନାୟକଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ଦୀପାଙ୍କୁ ତାଙ୍କ ନିଳାଦ୍ରୀ ବିହାର ସ୍ଥିତ ବାସଭବନରୁ ଆଣି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି ।
ଦୀପା ଗତ ବର୍ଷେ ହେଲା କ୍ୟାନ୍ସରରେ ପୀଡ଼ିତ ଅଛନ୍ତି । ସେ ଜରାୟୁ କ୍ୟାନସରରେ ପୀଡ଼ିତ ଥିବା ଜଣା ପଡିଛି । ଆଗରୁ କେମୋଥେରାପି ମଧ୍ୟ କରିସାରିଛନ୍ତି । ଆଲବମ ଜଗତର ଜଣାଶୁଣା ନାଆଁ ଦୀପା ସାହୁ ୯୦ ଦଶକରେ ଓଡ଼ିଆ ଆଲବମ ଜଗତରେ ପାଦ ଥାପିଥିଲେ । ‘ମିଛେଇ ଝିଅ ହାଏ ମିଛେଇ ଝିଅ’, ‘ତୋ ଟଣା ଟଣା ଆଖି’, ‘ମସ୍ତ ମସ୍ତ ଚାଲି ତୋର’, ‘ପାନ ପତର’, ‘ଏକେଡ଼ା ଏକେଡ଼଼ା’, ‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା’ ଆଦି ଆଲବମ ଗୀତରେ ଅଭିନୟ କରି ଲକ୍ଷ ଲକ୍ଷ ଓଡ଼ିଆଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।
ଦୀପାଙ୍କ ଅସୁସ୍ଥତା ଓଡ଼ିଆ ପ୍ରେମୀଙ୍କୁ ବେଶ ହତବାକ କରିଛି । ଅଭିନେତା ଅଖିଳ ପଟ୍ଟନାୟକ ଓ ସମାଜସେବୀ ପ୍ରଶାନ୍ତ ନାୟକ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଦୀପା ସାହୁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ।
ସମାଜସେବୀ ପ୍ରଶାନ୍ତ ନାୟକ କହିଛନ୍ତି ଯେ ଆର୍ଥିକ ଦୁର୍ଗତି ଭିତରେ ଗତି କରୁଛି ଦୀପାଙ୍କ ପରିବାର । ‘‘ଗତ ବର୍ଷେ ହେବ ଚିକିତ୍ସା ହେଉଥିବାରୁ ଗୁଡ଼ାଏ ଅର୍ଥ ବି ସରଛି । ଏଭଳି ସମୟରେ ଚିକିତ୍ସା ପାଇଁ କିଛି ଅର୍ଥର ଆବଶ୍ୟକତା ପଡୁଛି । ତେଣୁ କିଛି ବଦାନ୍ୟ ବ୍ୟକ୍ତି ସହଯୋଗ କରିବା ଉଚିତ,’’ ସେ କହିଛନ୍ତି ।
ଏ ନେଇ ମୁଖ୍ୟ ମନ୍ତ୍ରୀଙ୍କୁ (Odisha chief minister Naveen Patnaik) ଟୁଇଟ୍ କରିଛି ଓଡିଶା ସିନେ କ୍ରିଟିକ ଆସୋସିଏସନ । ଏହାର ସମ୍ପାଦକ ଦିଲୀପ ହାଲି କହିଛନ୍ତି: ‘‘ଦୀପାଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ । ତାଙ୍କ ପରିବାରକୁ ଭଗବାନ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ । ସେ କିଭଳି ସୁସ୍ଥ ହେବେ ସେଥି ପାଇଁ ମୁଖ୍ୟ ମନ୍ତ୍ରୀଙ୍କୁ ଟୁଇଟ୍ କରିଛି । ତୁରନ୍ତ ରାଜ୍ୟ ସରକାର ଆର୍ଥିକ ସାହାଯ୍ୟ କଲେ ଭଲ ହେବ।’’
ଓଡ଼ିଆ ଆଲ୍ବମ୍ ଇଣ୍ଡଷ୍ଟ୍ରିର ବେଶ୍ ପରିଚିତ ଚେହେରା ଦୀପା । ସେ ଆଲବମ୍ କୁଇନ୍ ଭାବେ ବେଶ୍ ଜଣାଶୁଣା । ଏକାଧିକ ଆଲ୍ବମରେ ଅଭିନୟ କରିବା ସହ କିଛି ଓଡ଼ିଆ ଫିଲ୍ମ ଓ ଧାରାବାହିକରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ମୋହିଛନ୍ତି ଦୀପା ।
ଏହା ବି ପଢ଼ନ୍ତୁ:
ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା
ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ
ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ
କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍
ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ
ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି
ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ
ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା
ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ
ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!
କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି
ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା