ପଞ୍ଚଭୂତରେ ଲୀନ ହେଲେ ଆଲବମ୍ କ୍ୱିନ୍ ଦୀପା ସାହୁ; ମା’ଙ୍କ ମୃତ୍ୟୁ ବି କର୍କଟ ରୋଗରେ ହୋଇଥିଲା

ଦୀପା ୧୬ ବର୍ଷର ହୋଇଥିବା ବେଳେ ତାଙ୍କ ମା’ ବି ଗର୍ଭାଶୟ କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିଥିଲେ । ସେହି ଦୁଖର ସମୟରେ ବି ହାର୍ ମାନି ନ ଥିଲେ ଦୀପା । ନିଜ ପ୍ରତିଭା ବଳରେ ଓଡ଼ିଆ ଆଲବମ ଜଗତରେ ଆଗକୁ ବଢ଼ିଚାଲିଥିଲେ ।

ପଞ୍ଚଭୂତରେ ଲୀନ ହେଲେ ଆଲବମ୍ କ୍ୱିନ୍ ଦୀପା ସାହୁ; ମା’ଙ୍କ ମୃତ୍ୟୁ ବି କର୍କଟ ରୋଗରେ ହୋଇଥିଲା
ଆଲବମ୍ କ୍ୱିନ୍ ଦୀପା ସାହୁ
  • Share this:
  • Byline Facebook
  • Byline Twitter
  • Byline Linkedin
ଆଶିଷ ରଞ୍ଜନ ଶତପଥୀ | News18 Odia Digital

ଢେଙ୍କାନାଳ: ଓଡ଼ିଶାର ଆଲବମ୍‌ କ୍ୱିନ୍‌ ଭାବେ ଖ୍ୟାତ ଅଭିନେତ୍ରୀ ଦୀପା ସାହୁଙ୍କ ଶେଷ କୃତ୍ୟ ଢେଙ୍କାନାଳ ଜିଲ୍ଲାରେ ତାଙ୍କ ଗାଁ ବାଲ୍ୟାମ୍ବାରେ ସମ୍ପନ୍ନ ହୋଇଛି । ଗତ କାଲି ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ କର୍କଟ ରୋଗରେ ତାଙ୍କର ଦେହାନ୍ତ ହେବା ପରେ ତାଙ୍କ ଶେଷ ଇଚ୍ଛା ଅନୁସାରେ ତାଙ୍କ ମର ଶରୀର ତାଙ୍କ ଗାଁକୁ ଅଣାଯାଇଥିଲା ।

ଦୀପାଙ୍କ ମର ଶରୀରକୁ ନେଇ ଭୁବନେଶ୍ୱରରୁ ଗାଁକୁ ଆସିଥିଲେ ତାଙ୍କ ସ୍ୱାମୀ ମଣିନ୍ଦ୍ର ଦତ୍ତ, ଦୀପାଙ୍କ ଦୁଇ ଭାଇ ଓ ବାପା । ଗାଁରେ ପହଞ୍ଚିବା ପରେ ଝିପଝିପ ବର୍ଷା ସତ୍ତ୍ୱେ ଦୀପାଙ୍କ ଅନ୍ତିମ ଦର୍ଶନ ପାଇଁ ଆଖପାଖର ଲୋକ, ତାଙ୍କ ବନ୍ଧୁ ପରିଜନ ଓ ପ୍ରଶଂସକଙ୍କ ଭିଡ଼ ଲାଗିଥିଲା ।

୧୯୮୫ ମସିହାରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବାଲ୍ୟାମ୍ବା ଗ୍ରାମରେ ଉଲ୍ଲାସ ସାହୁ ଓ ସ୍ୱର୍ଗତା ମଞ୍ଜୁଲତା ସାହୁଙ୍କ ଔରସରୁ ଜନ୍ମ ନେଇଥିଲେ ଦୀପା । ଢେଙ୍କାନାଳ ସହରର ଜବାହର ଚୌକ ସ୍ଥିତ ନିଜ ମାମୁଁଙ୍କ ଘରେ ରହି ପାଠ ପଢ଼ୁଥିଲେ । ଢେଙ୍କାନାଳର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସେ ହାଇସ୍କୁଲ ପଢ଼ା ଶେଷ କରିଥିଲେ । ପାଠପଢ଼ା ସମୟରୁ ତାଙ୍କର ଓଡ଼ିଶୀ ନୃତ୍ୟରେ ରୁଚି ଥିଲା ।

ବାଲ୍ୟାମ୍ବା ଗାଁରେ ଦୀପା ସାହୁଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି ।


ଦୀପା ୧୬ ବର୍ଷର ହୋଇଥିବା ବେଳେ ତାଙ୍କ ମା’ ମଧ୍ୟ ଗର୍ଭାଶୟ କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିଥିଲେ । ଆଲବମ ଦୁନିଆରେ ନୂଆ ନୂଆ ପାଦ ଥାପିଥିବା ଦୀପାଙ୍କ ଉପରେ ସେତେବେଳେ ଦୁଃଖର ପାହାଡ଼ ଖସିପଡ଼ିଥିଲା । ହେଲେ ସେ ହାର ମାନିବାକୁ ପ୍ରସ୍ତୁତ ନ ଥିଲେ । ଆଲବମ ଜଗତରେ ଧୀରେ ଧୀରେ ନିଜ ନାମକୁ ବହୁତ ଉପରକୁ ନେଇଥିଲେ ଓ ନିଜ ଅଭିନୟ ପ୍ରତିଭା ମାଧ୍ୟମରେ ଦର୍ଶକଙ୍କର ପ୍ରଶଂସାର ପାତ୍ର ହୋଇ ବନିଥିଲେ ଚୁଲବୁଲି ନାୟିକା ।

ତାଙ୍କର ‘ହାଏ ହାଏ ତୋ ମଲି ଫୁଲ ଗଜରା’ ଓ ‘ତୋ’ର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ’ ଆଦି ଓଡ଼ିଆ ଆଲବମ୍ ଖୁବ୍‌ ପ୍ରସିଦ୍ଧି ଲାଭ କରିଥିଲା । ଆଲବମରେ ଅଭିନୟ କରିବା ସହ ସେ କେତେକ ଓଡ଼ିଆ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ । ତାଙ୍କ ନିଖୁଣ ଅଭିନୟ ପାଇଁ ତାଙ୍କୁ ସୁଯୋଗ ମିଳିଥିଲା ଓଡ଼ିଆ ଚଳଚ୍ଚିତ୍ର ‘ନାରୀ ଆଖିରେ ନିଆଁ’ ଓ ‘ସୁନା ଚଢ଼େଇ ’ମୋ ରୂପା ଚଢ଼େଇ’ ଭଳି ଫିଲ୍ମରେ । ଆଲବମ ସମୟରୁ ଆରମ୍ଭ କରି ଫିଲ୍ମ ଦୁନିଆ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ତାଙ୍କ ସହ ସହଯୋଗ କରିଥିଲେ ଢେଙ୍କାନାଳ ଜିଲ୍ଲାର ସ୍ୱନାମଧନ୍ୟ କଣ୍ଠ ଶିଳ୍ପୀ ଶକ୍ତି ମିଶ୍ର ।

ଏହା ବି ପଢ଼ନ୍ତୁ: ଗବେଷଣାରୁ ଜଣାପଡ଼ିଲା କାହିଁକି ମହିଳାଙ୍କ ତୁଳନାରେ ପୁରୁଷମାନେ କରୋନାର ଅଧିକ ଶିକାର ହେଉଛନ୍ତି

ଏହା ବି ପଢ଼ନ୍ତୁ: କରୋନା କବଚ ବୀମା ପଲିସି ଖୁବ୍ ଲୋକପ୍ରିୟ ହେଉଛି; ଏଥିରୁ କ’ଣ ଓ କେମିତି ଲାଭ ମିଳୁଛି ଜାଣନ୍ତୁ



ବର୍ଷେ ତଳେ ଜରାୟୁ କର୍କଟ ରୋଗରେ ପୀଡ଼ିତ ଥିଲେ ଅଭିନେତ୍ରୀ ଦୀପା । ଏ କଥା ତାଙ୍କର ଅଧିକାଂଶ ବନ୍ଧୁ ବାନ୍ଧବଙ୍କୁ ମଧ୍ୟ ଜଣାଇ ନ ଥିଲେ ସେ । ତାଙ୍କ ସହ ଜଣେ ସାଙ୍ଗ ଭଳି ମିଶୁଥିବା ତାଙ୍କର ଜଣେ ମାଉସୀ କହିଛନ୍ତି ଯେ ଦୀପାଙ୍କ ଦେହ ଖରାପ ଥିବା କଥା ଶୁଣିବା ପରେ ସେ ପ୍ରତ୍ୟେକ ସପ୍ତାହରେ ଅନ୍ତତଃ ଥରେ ତାଙ୍କୁ ଦେଖା କରିବାକୁ ଯାଉଥିଲେ ଓ ତାଙ୍କ ପାଖେ ପାଖେ ରହୁଥିଲେ । ଦୀପା ମଧ୍ୟ ଏହି ରୋଗରୁ ବଞ୍ଚିବାକୁ ଖୁବ୍‌ ଚେଷ୍ଟା କରୁଥିଲେ ବୋଲି କହିଛନ୍ତି ସେ । ହେଲେ ଶେଷରେ ସେ ଆଉ ପାରିଲେନି ଓ ସବୁ ଦିନ ପାଇଁ ଆଖି ବୁଜିଲେ ।
Published by: Anand Shankar Thankur Das
First published: July 28, 2020, 6:24 PM IST
corona virus btn
corona virus btn
Loading