ଗୁଡ୍ ବାଏ ମିହିର ଦାସ: ‘‘ଅଭିନୟ କରିବାକୁ ନେଇ ସେ ପିଲା ଦିନେ ଢେର୍ ମାଡ଼ ଖାଇଥିଲା,’’ କହିଲେ ବଡ଼ ଭାଇ

Odia actor Mihir Das’s elder brother remembers his struggles and childhood | ମାତ୍ର ୬୩ ବର୍ଷ ବୟସରେ ଆଖି ବୁଜିଥିବା ଲୋକପ୍ରିୟ ଅଭିନେତା ମିହିର ଦାସ ମଧୁମେହ ଓ କିଡନି ରୋଗରେ ପୀଡ଼ିତ ଥିଲେ । ତାଙ୍କଠାରୁ ସମସ୍ତଙ୍କୁ ଅଭିନୟ ସମ୍ପର୍କରେ ଅନେକ କିଛି ଶିକ୍ଷା କରିବାକୁ ମିଳୁଥିଲା ବୋଲି କହିଛନ୍ତି ତାଙ୍କ ସାଥୀ କଳାକାରମାନେ ।

ଅଭିନେତା ମିହିର ଦାସ

ଅଭିନେତା ମିହିର ଦାସ

  • Share this:
News18 Odia Digital

କଟକ: ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ଅକାଳ ବିୟୋଗରେ ଓଲିଉଡ୍ ଜଗତ ସହ ସାରା ଓଡ଼ିଶାର ସିନେ ପ୍ରେମୀମାନେ ମର୍ମାହତ ହୋଇଛନ୍ତି । ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଏହି ମହାନ କଳାକାରଙ୍କୁ ଝୁରୁଛି ସାରା ଓଡ଼ିଶା । ଅଭିନୟ ପ୍ରତି ମିହିର ଦାସଙ୍କର ବାଲ୍ୟକାଳରୁ ଥିବା ଝୁଙ୍କ ବିଷୟରେ ଆଖିରେ ଲୁହ ଛଳ ଛଳ କରି କହିଛନ୍ତି ତାଙ୍କ ବଡ଼ ଭାଇ ଅଶୋକ ଦାସ ।

‘‘ତା’ ଜୀବନଟା ବହୁତ ସଙ୍ଘର୍ଷମୟ ଥିଲା । ପିଲାଟି ଦିନରୁ ତା’ର ଅଭିନୟ ପ୍ରତି ବହୁତ ଦୁର୍ବଳତା ଥିଲା । ଅଭିନୟ କରିବାକୁ ନେଇ ସେ ପିଲା ଦିନେ ଅନେକ ମାଡ଼ ବି ଖାଇଛି । ପ୍ରଥମେ ସେ ଅନ୍ନପୂର୍ଣ୍ଣା ଥିଏଟର୍‌ ଓ କଳା ବିକାଶରେ ନାଟକରେ ଅଭିନୟ କରି ପରେ ସିନେମାରେ ଅଭିନୟ ଆରମ୍ଭ କରିଥିଲା,’’ କୋହ ସମ୍ଭରଣ କରି କହିଛନ୍ତି ମିହିର ଦାସଙ୍କ ବଡ଼ ଭାଇ ଅଶୋକ ଦାସ ।

ଏହା ବି ପଢ଼ନ୍ତୁ | Omicron: ‘ଆସନ୍ତା ସପ୍ତାହରେ ଦେଶରେ ଭୟାବହ ସ୍ଥିତି ଆଣିପାରେ କରୋନା’, କହିଲେ ବିଶେଷଜ୍ଞ

ବୁଧବାର ଦିନ ରାଷ୍ଟୀୟ ମର୍ଯ୍ୟାଦା ସହ କଟକରେ ମିହିର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବାକୁ ସ୍ଥିରିକୃତ ହୋଇଛି । ମଙ୍ଗଳବାର ଦିନ ତାଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ କଟକ ସି.ଡି.ଏ. ସେକ୍ଟର୍‌ ୮ରେ ଥିବା ତାଙ୍କ ବାସଭବନରେ ରଖାଯାଇଥିଲା । ବୁଧବାର ସକାଳ ପ୍ରାୟ ୮ଟା ବେଳେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ସତୀଚୌରା ଶ୍ମଶାନକୁ ନିଆଯିବ । ମିହିର ଦାସଙ୍କ ଏହି ଅନ୍ତିମ ଶୋଭାଯାତ୍ରା ସି.ଡି.ଏ.ରୁ ବାହାରି କୃଷକ ବଜାର ଓ ସେଲ୍ଟର୍‌ ଛକ ଦେଇ ଶ୍ମଶାନକୁ ନିଆଯିବ । ସେଠାରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ଼ ଅଫ ଅନର୍‌ ଦିଆଯିବ ବୋଲି କହିଛନ୍ତି ଅଧିକାରୀମାନେ।

ମିହିର ଦାସଙ୍କ ଶେଷ ଦର୍ଶନ ପାଇଁ ସିନେ ଜଗତର ଅନେକ ବିଶିଷ୍ଟ ବ୍ୟକ୍ତି ପହଞ୍ଚିଥିଲେ ।


ମିହିର ଦାସଙ୍କ ଶେଷ ଦର୍ଶନ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ପୂରା ଓଲିଉଡ୍‌ ଜଗତ ତାଙ୍କ କଟକ ସ୍ଥିତ ବାସଭବନରେ ଏକାଠି ହୋଇଥିଲା । ଓଡ଼ିଆ ସିନେ ଜଗତରେ କାମ କରୁଥିବା ଅଭିନେତା-ଅଭିନେତ୍ରୀଙ୍କଠାରୁ ଆରମ୍ଭ କରି ନିର୍ଦ୍ଦେଶକ, ପ୍ରଯୋଜକ, ସଙ୍ଗୀତ ନିର୍ଦ୍ଦେଶକ ଓ ଟେକିସିଆନମାନେ ମିହିରଙ୍କ ଶେଷ ଦର୍ଶନ କରି ତାଙ୍କ ଅମର ଆତ୍ମାର ସଗଦତି କାମନା କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁ

‘‘ମିହିର ଦାଦା କେବଳ ଜଣେ ଉଚ୍ଚ କୋଟିର କଳାକାର ନ ଥିଲେ, ବରଂ ଜଣେ ଦରଦୀ ମଣିଷ ମଧ୍ୟ ଥିଲେ । କେବଳ ମୁଁ ନୁହେଁ, ପ୍ରତି କଳାକାର ତାଙ୍କୁ ବହୁତ ଭଲ ପାଉଥିଲେ । ସେ ଜଣେ ଏମିତି କଳାକାର ଥିଲେ ଯାହାଙ୍କଠାରୁ ସମସ୍ତଙ୍କୁ ଅଭିନୟ ସମ୍ପର୍କରେ ଅନେକ କିଛି ଶିକ୍ଷା କରିବାକୁ ମିଳୁଥିଲା । ଆଜି ତାଙ୍କୁ ହରାଇ ଆମେ ସମସ୍ତେ ଜଣେ ମହାନ କଳାକାରଙ୍କୁ ହରାଇଛୁ,’’ କହିଛନ୍ତି ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ।

ଏହା ବି ପଢ଼ନ୍ତୁ | ଦୁଇଟି ମାଙ୍କଡ଼ ପ୍ରତିଶୋଧ ନେଲେ; ପାଖାପାଖି ୨୦୦ଟି କୁକୁରଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲେ

ମିହିର ଦାସ ଦୀର୍ଘ ଦିନ ଧରି ରୋଗଗସ୍ତ ହୋଇ କଟକର ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପୂର୍ବରୁ ଅନେକ ଥର ଚିକିତ୍ସା ପରେ ସେ ଘରକୁ ଡିସଚାର୍ଜ୍‌ ହୋଇ ଯାଉଥିଲେ ମଧ୍ୟ ଗତ ବର୍ଷ ନଭେମ୍ବର ମାସ ୭ ତାରିଖ ଦିନ ତାଙ୍କ ଦେହ ଅତି ଖରାପ ହୋଇଯିବାରୁ ସେ ପ୍ରାୟ ଦୁଇ ମାସ ଧରି ସେହି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲା

ମଧୁମେହ ଓ କିଡନି ରୋଗରେ ପୀଡ଼ିତ ଥିବା ମିହିରଙ୍କର ରକ୍ତଚାପ ଜନିତ ସମସ୍ୟା ମଧ୍ୟ ଥିଲା । ଶେଷରେ ମଙ୍ଗଳବାର ଅପରାହ୍ଣ ପ୍ରାୟ ସାଢେ ତିନିଟା ବେଳେ ହୃଦଘାତର ଶିକାର ହୋଇ ସେ ଆଖି ବୁଜି ଦେଇଥିଲେ । ତାଙ୍କୁ ମାତ୍ର ୬୩ ବର୍ଷ ବୟସ ହୋଇଥିଲା । ପାଖାପାଖି ୨୦୦ ଫିଲ୍ମରେ ଅଭିନୟ କରିଥିବା ମିହିର ଦାସ ୧୯୮୦ରେ ‘ରାମାୟଣ’ ଫିଲ୍ମରେ ଶତ୍ରୁଘ୍ନ ଭୂମିକାରୁ ନିଜ ସିନେମା ଅଭିନୟ କରିୟର୍‌ ଆରମ୍ଭ କରିଥିଲେ ।
Published by:Anand S.T. Das
First published:
)}