ଅଭିନେତା ବିଜୟ ମହାନ୍ତି ଅସୁସ୍ଥ, ହୃଦୟ ରୋଗ ପାଇଁ ହାଇଦ୍ରାବାଦରେ ହସପିଟାଲରେ ଭର୍ତ୍ତି ହେଲେ

ଗତ ମାସ ବିଜୟ ମହାନ୍ତି ହାଇଦ୍ରାବାଦ ଯାଇଥିଲେ । ସେଠି ତାଙ୍କ ଝିଅ ରହନ୍ତି । ପୂର୍ବରୁ ଏହି ଭେଟେରାନ ଅଭିନେତା ମଧୁମେହରେ ଆକ୍ରାନ୍ତ ଥିଲେ । କିଛି ମାସ ତଳେ ତାଙ୍କର ଏକ ସାମାନ୍ୟ ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା ।

ଅଭିନେତା ବିଜୟ ମହାନ୍ତି ଅସୁସ୍ଥ, ହୃଦୟ ରୋଗ ପାଇଁ ହାଇଦ୍ରାବାଦରେ ହସପିଟାଲରେ ଭର୍ତ୍ତି ହେଲେ
ଅଭିନେତା ବିଜୟ ମହାନ୍ତି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଅଭିନେତା ବିଜୟ ମହାନ୍ତି (୭୦ ବର୍ଷ) ସୋମବାର ଦିନ ହୃଦୟ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ବର୍ତ୍ତମାନ ତାଙ୍କ ସ୍ଥିତି ନିୟନ୍ତ୍ରଣରେ ଥିବା ଜଣାଜାଇଛି ।

ଓଲିଉଡର ଏହି ଲୋକପ୍ରିୟ ବର୍ଷିୟାନ ଅଭିନେତାଙ୍କ ଦେହ ଭଲ ନ ତାଗିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ରତଖାନାରେ ଚେକ୍‌-ଅପ୍‌ ପରେ ତାଙ୍କୁ ଡିସଚାର୍ଜ କରିବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ପୁଣି ଖରାପ ହେବାରୁ ତାଙ୍କୁ ତୁରନ୍ତ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ)କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କର ହୃଦୟ ରୋଗ ସମ୍ବନ୍ଧୀୟ ସମସ୍ୟା ଥିବା ଜାଣିବାକୁ ପାଇଥିଲେ ଓ ଚିକିତ୍ସା ଆରମ୍ଭ କରିଥିଲେ ।

‘‘ଭାଗ୍ୟ ଭଲ ଯେ ସେ ହସପିଟାଲକୁ ଆସିଥିବା ବେଳେ ହିଁ ତାଙ୍କ ଦେହର ଅବସ୍ଥା ବିଗିଡ଼ିଯାଇଥିଲା । ନହେଲେ ଭାରି ବିପଦଜନକ ହୋଇଥାନ୍ତା,’’ କହିଛନ୍ତି ବିଜୟ ମହାନ୍ତିଙ୍କ ପତ୍ନୀ ଓ ଲୋକପ୍ରିୟ ଅଭିନେତ୍ରୀ ତନ୍ଦ୍ରା ରାୟ ।

ଅଭିନେତା ବିଜୟ ମହାନ୍ତି


ଗତ ମାସ ବିଜୟ ମହାନ୍ତି ହାଇଦ୍ରାବାଦ ଯାଇଥିଲେ । ସେଠାରେ ତାଙ୍କ ଝିଅ ରହୁଛନ୍ତି । ପୂର୍ବରୁ ଏହି ଭେଟେରାନ ଅଭିନେତା ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ ଓ କିଛି ମାସ ତଳେ ତାଙ୍କର ଏକ  ସାମାନ୍ୟ ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା ।

ମହାନ୍ତି ନିଜ ଅଭିନୟ କରିଅର୍‌ ଥିଏଟରରୁ ଆରମ୍ଭ କରିଥିଲେ ଓ ଚଳଚ୍ଚିତ୍ରରେ ପ୍ରବେଶ କରିବା ପୂର୍ବରୁ ଅନେକ ନାଟକର ନିର୍ଦ୍ଦେଶନା ଦେଇଥିଲେ । ତାଙ୍କର ଡେବ୍ୟୁ ଫିଲ୍ମ ‘ଚିଲିକା ତୀରେ’ରେ ତାଙ୍କ ଅଭିନୟ ଅନେକ ପ୍ରଶଂସା ଅର୍ଜନ କରିଥିଲା ଓ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଣିଦେଇଥିଲା ।

‘ସମୟ ବଡ଼ ବଳବାନ୍’, ‘ନାଗ ଫାସ’, ‘ସହାରୀ ବାଘ’, ‘ଦଣ୍ଡା ବାଳୁଙ୍ଗା’ ଓ ‘ଚକା ଭଉଁରୀ’ ଭଳି ଚଳଚ୍ଚିତ୍ରରେ ନକାରାତ୍ମକ ଭୂମିକା ପାଇଁ ବିଜୟ ମହାନ୍ତି ଖୁବ୍‌ ପ୍ରସିଦ୍ଧ । ତାଙ୍କ ଅଭିନିତ ଅନ୍ୟ ଉଲ୍ଲେଖନୀୟ ଫିଲ୍ମଗୁଡିକ ମଧ୍ୟରେ ‘ଆରତୀ’, ‘ଆମ ଘର ଆମା ସଂସାର’, ‘ମମତା ମାଗେ ମୂଲ’, ‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ଏଇ ଆମା ସଂସାର’, ‘ଲକ୍ଷ୍ମଣ ରେଖା’, ‘ରାଖୀ ଭିଜିଗଲା ଆଖି ଲୁହରେ’, ‘କି ହେବା ସୁଆ ପୋଷିଲେ’, ‘ଭୀଷ୍ମ ପ୍ରତିଜ୍ଞା’, ‘ଭାଇ ହେଲା ଭଗାରୀ’ ଓ ‘ସୁନା ପଞ୍ଜୁରୀ’ ଅନ୍ୟତମ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଦେଖନ୍ତୁ ଫଟୋ: ଇଏ ମିଥୁନ୍ ଚକ୍ରବର୍ତ୍ତୀଙ୍କ ଝିଅ ଦିଶାନି; ବଲିଉଡ ସିନେମାରେ ଅଭିନୟ ପାଇଁ ସେ ପ୍ରସ୍ତୁତ

ଦେଖନ୍ତୁ ଫଟୋ: ବିନା ମେକ୍-ଅପରେ ନିଜର କିଛି ହଟ୍ ଫଟୋ ଶେଆର୍ କରିଛନ୍ତି ଅଭିନେତ୍ରୀ ବିପାଶା ବସୁ

ଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 27, 2020, 5:58 PM IST
corona virus btn
corona virus btn
Loading