ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବିଦାୟ ବିଜୟ! ହେଲେ କେମିତି କହିବା ତାଙ୍କ ୯୫ ବର୍ଷର ମା'ଙ୍କୁ ଯେ ପୁଅ ବିଜୟ ଆଉ ନାହିଁ?

ବିଦାୟ ବିଜୟ! ହେଲେ କେମିତି କହିବା ତାଙ୍କ ୯୫ ବର୍ଷର ମା'ଙ୍କୁ ଯେ ପୁଅ ବିଜୟ ଆଉ ନାହିଁ?

ଶାନ୍ତିଲତା ସେ ସମୟର ମ୍ୟାଟ୍ରିକ୍ ପାସ୍ କରିଥିବା ମହିଳା । ସେ ହାରମୋନିଅମ୍ ବି ବଜାଉଥିଲେ । ବିଜୟ ମହାନ୍ତିଙ୍କ ବାଲ୍ୟ କାଳରେ କଳା ପ୍ରତି ଆଗ୍ରହ ତାଙ୍କ ମା’ ଶାନ୍ତିଲତାଙ୍କ ଠାରୁ ହିଁ ଆସିଥିଲା । ଆଜି ବି ଶାନ୍ତିଲତା ବଡ଼ ପୁଅ ବିଜୟଙ୍କୁ ଖୋଜୁଛନ୍ତି ।

ବିଦାୟ ବିଜୟ! ହେଲେ କେମିତି କହିବା ତାଙ୍କ ୯୫ ବର୍ଷର ମା'ଙ୍କୁ ଯେ ପୁଅ ବିଜୟ ଆଉ ନାହିଁ?
ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଆ ସିନେମାର ମହାନାୟକ ବିଜୟ ମହାନ୍ତି ସୋମବାର ଦିନ ଦୁନିଆକୁ ବିଦାୟ ଦେଲେ । ତାଙ୍କ ଦେହାନ୍ତରେ ସାରା ଓଡ଼ିଶା ଓ ବିଶେଷତଃ ସିମେମା ପ୍ରେମୀ ଜନତା ଶୋକାକୁଳ ହୋଇଉଠିଛି । ହେଲେ ବିଜୟଙ୍କୁ ଖୁବ୍‌ ଭଲପାଉଥିବା ତାଙ୍କ ୯୫ ବର୍ଷୀୟା ମା’ ଶାନ୍ତିଲତା ଏ ପର୍ଯ୍ୟନ୍ତ ଜାଣିନାହାନ୍ତି ଯେ ତାଙ୍କ ପୁଅ ଏବେ ଆର ପାରିରେ।

ଆଜି ବି ପୁଅ ବିଜୟ ବିଷୟରେ ପଚାରୁଛନ୍ତି ବାଲେଶ୍ୱରରେ ରହୁଥିବା ତାଙ୍କ ବୁଢ଼ୀ ମା’ । ତାଙ୍କୁ ଏହି ଖବର ଜଣାଇବାକୁ କାହାର ସାହସ ନାହିଁ । ବିଜୟ ମହାନ୍ତି ସୁସ୍ଥ ଥିବା ବେଳେ ଭୁବନେଶ୍ୱରରୁ ପ୍ରତି ମାସରେ ଅତି କମରେ ଥରେ ମା’ ଶାନ୍ତିଲତାଙ୍କୁ ଦେଖିବାକୁ ବାଲେଶ୍ୱର ଯାଉଥିଲେ । ଗତ କିଛି ମାସ ହେବ ଅସୁସ୍ଥତା ଯୋଗୁଁ ଆଉ ତାଙ୍କୁ ଦେଖିବାକୁ ଯାଇପାରୁ ନ ଥିଲେ ।

ଶାନ୍ତିଲତା ବାଲେଶ୍ୱରରେ ତାଙ୍କ ସାନ ପୁଅ ଅଜୟ ମହାନ୍ତିଙ୍କ ପାଖରେ ରହନ୍ତି । ସେ (ଶାନ୍ତିଲତା) ବି ନିଜେ ଅସୁସ୍ଥ ଥିବାରୁ ଓ ତାଙ୍କ ବୟସ ଏତେ ଅଧିକ ହୋଇଥିବାରୁ ଅଜୟ ଓ ଅନ୍ୟମାନେ ବିଜୟଙ୍କ ଚାଲିଯିବା ଖବର ତାଙ୍କୁ ଏ ପର୍ଯ୍ୟନ୍ତ ଦେଇ ନ ଥିବା ଜଣାପଡ଼ିଛି । ବିଜୟ ମହାନ୍ତିଙ୍କ ଚାଲିଯିବା ପରେ ପୂରା ପରିବାର ଭାଙ୍ଗିପଡିଛନ୍ତି ।

ଲୋକପ୍ରିୟ ଓଡ଼ିଆ ସିନେ ଅଭିନେତା ବିଜୟ ମହାନ୍ତି


ବିଜୟ ମହାନ୍ତିଙ୍କ ବାଲ୍ୟ କାଳରେ କଳା ପ୍ରତି ଆଗ୍ରହ ତାଙ୍କ ମା’ ଶାନ୍ତିଲତାଙ୍କ ଠାରୁ ହିଁ ଆସିଥିଲା । ଶାନ୍ତିଲତା ସେ ସମୟର ମ୍ୟାଟ୍ରିକ୍‌ ପାସ୍‌ କରିଥିବା ମହିଳା ଥିଲେ, ଆଉ ସେ ହାରମୋନିଅମ୍‌ ବି ବଜାଉଥିଲେ ।

ଯେହେତୁ ବିଜୟ ମହାନ୍ତି ମେ ମାସରେ ଅସୁସ୍ଥ ହେବା ପରେ ତାଙ୍କୁ ହାଇଦ୍ରାବାଦରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲାମ ତାଙ୍କ ମା’ ଶାନ୍ତିଲତାଙ୍କୁ ସେହି ଖବର ଜଣାଅଛି । ବିଜୟ ଭୁବନେଶ୍ୱର ଫେରିବା ଓ ଏକ ଘରୋଇ ହସପିଟାଲରେ ଭର୍ତ୍ତି ହେବା ଖବର ବି ମା’ଙ୍କୁ ଜଣାଇ ଦିଆଯାଇ ନ ଥିବା ପରିବାର ସୂତ୍ରରୁ ଜଣା ପଡ଼ିଛି ।

ବିଜୟ ମହାନ୍ତିଙ୍କ ମୃତ୍ୟୁ ପରେ ତାଙ୍କ ସାନ ଭାଇ ଅଜୟ ଭାଙ୍ଗି ପଡ଼ିଛନ୍ତି ଓ କହିଛନ୍ତି ଯେ ଆଜି ସେ ମୁରବୀଶୂନ୍ୟ ହୋଇଗଲେ । ବିଜୟ ଭୁବନେଶ୍ୱର ଫେରିବା ପରେ ଅଜୟ ନିଜ ପରିବାର ସହ ଭୁବନେଶ୍ୱର ଆସି ତାଙ୍କୁ ଦେଖିଆସିଥିଲେ । ବିଜୟଙ୍କ ପ୍ରତି ଅଜୟଙ୍କ ଅନୁରାଗ ଓ ସମ୍ମାନ ଖୁବ୍‌ ଅଧିକ ଥିଲା ।

’’ମୁଁ ଥରେ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ହୋଇପଡ଼ିଥିବା ବେଳେ ଭାଇ ମୋ’ର ସେବା ଓ ଯତ୍ନ କରି ମୋତେ ସୁସ୍ଥ କରାଇଥିଲେ । ନୂଆ ଜୀବନ ଦେଇଥିଲେ ମୋତେ । ସେ ଆମ ଘରର ମୁରବୀ ଥିଲେ । ଆଜି ମୁଁ ମୁରବୀଶୂନ୍ୟ ହୋଇଯାଇଛି,’’ କହିଛନ୍ତି ଅଜୟ ।

ଏହା ବି ପଢ଼ନ୍ତୁ: ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ନଳିନୀ ଶ୍ରୀହରନ୍ ଜେଲ୍ ଭିତରେ ଆତ୍ମହତ୍ୟା ଉଦ୍ୟମ କଲେ

ଦେଖନ୍ତୁ ଫଟୋ: ଇଏ ଓଡ଼ିଆ ଝିଅ ଅପ୍ସରା ରାଣୀ; ରାମ ଗୋପାଳ ବର୍ମାଙ୍କ ନୂଆ ଫିଲ୍ମ ‘ଥ୍ରୀଲର୍’ରେ ସେ ହିରୋଇନ୍

ସୋମବାର ସନ୍ଧ୍ୟାରେ ବିଜୟ ମହାନ୍ତି ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଭର୍ତ୍ତି ହେବାର ଅଳ୍ପ କିଛି ସମୟ ପରେ ସେ ଦୁନିଆକୁ ବିଦାୟ ଦେଇଥିଲେ । ସେ ଥିଲେ ଜଣେ ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର । ଚରିତ୍ର ଅଭିନେତା ଠାରୁ ଆରମ୍ଭ କରି ହାସ୍ୟ ଅଭିନେତା, ଖଳନାୟକ ଓ ନାୟକ ଭଳି ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ବିଜୟ । ତାଙ୍କ ଜନ୍ମ ୮ ଅପ୍ରେଲ ୧୯୫୦ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଣ୍ଡିରି ଗ୍ରାମରେ ହୋଇଥିଲା । ସେ ବାରିପଦାରେ ପାଠ ପଢ଼ିଥିଲେ ଓ ବାଲ୍ୟ ଓ ଯୁବାବସ୍ଥା ବିତାଇଥିଲେ ।
Published by: Anand Shankar Thankur Das
First published: July 22, 2020, 3:11 PM IST