News18 Odia Digital
ନୂଆ ଦିଲ୍ଲୀ: 7th Pay Commission: ମୋଦି ସରକାର ଦୀପାବଳୀ ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । କ୍ୟାବିନେଟ ବୈଠକରେ ମହଙ୍ଗା ଭତ୍ତାକୁ (ଡି.ଏ.କୁ) (Dearness Allowance - DA) ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାର ଅର୍ଥ ହେଉଛି କେନ୍ଦ୍ରୀୟ କର୍ମଚାରୀମାନେ ଅକ୍ଟୋବର ମାସର ଦରମାରେ ତିନିଟି ଭତ୍ତା ପାଇବାକୁ ଯାଉଛନ୍ତି । କର୍ମଚାରୀମାନଙ୍କୁ ବର୍ଦ୍ଧିତ ଡି.ଏ. ସହିତ ଘର ଭଡ଼ା ଭତ୍ତା (HRA) ଓ ଶିକ୍ଷା ଭତ୍ତା ମିଳିବ ।
ଶିକ୍ଷା ଭତ୍ତାସପ୍ତମ ବେତନ ଆୟୋଗ (7th Pay Commission) ଅନୁଯାୟୀ କେନ୍ଦ୍ରୀୟ କର୍ମଚାରୀମାନେ ନିଜ ପିଲାମାନଙ୍କ ଶିକ୍ଷା ପାଇଁ ୨୨,୦୦୦ ଟଙ୍କା ଭତ୍ତା ପାଇଥାନ୍ତି । କିନ୍ତୁ ଗତ ବର୍ଷ ଠାରୁ କୋଭିଡ-୧୯ ଲକଡାଉନ ଯୋଗୁଁ କର୍ମଚାରୀମାନେ ଏହାକୁ କ୍ଲେମ୍ କରିପାରି ନ ଥିଲେ । କୋଭିଡ-୧୯ ଲକଡାଉନ୍ ଯୋଗୁଁ କେନ୍ଦ୍ର ସରକାର ଶିଶୁ ଶିକ୍ଷା ଭତ୍ତା (Children Education Allowance - CEA) କ୍ଲେମକୁ ସ୍ୱୟଂ-ସ୍ୱୀକୃତୀଯୋଗ୍ୟ (ଅର୍ଥାତ୍ ସେଲ୍ଫ-ସାର୍ଟିଫାଏଡ୍; self-certified) କରିଦେଇଛନ୍ତି।
ଏହା ବି ପଢ଼ନ୍ତୁ | Mamita Meher Murder Case: ଜେଲ୍ ଗଲା ଗୋବିନ୍ଦ; ମମିତାଙ୍କ ପରିବାରଠୁ ରକ୍ତ ନମୁନା ସଂଗ୍ରହ ହେଲାକେନ୍ଦ୍ର ସରକାରୀ କର୍ମଚାରୀମାନେ ଦୁଇ ଜଣ ପିଲାଙ୍କ ଶିକ୍ଷା ପାଇଁ ଭତ୍ତା ପାଆନ୍ତି ଓ ଏହି ଭତ୍ତା ପ୍ରତି ପିଲା ପିଛା ୨,୨୫୦ ଟଙ୍କା ହୋଇଥାଏ । ଅର୍ଥାତ୍ ଦୁଇ ଜଣ ପିଲାଙ୍କ ଉପରେ କର୍ମଚାରୀମାନେ ପ୍ରତି ମାସ ୪,୫୦୦ ଟଙ୍କା ଭତ୍ତା ନିଜ ଦରମା ସହ ପାଇବେ । ଯଦି କର୍ମଚାରୀମାନେ ମାର୍ଚ୍ଚ ୨୦୨୦ରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଏକାଡେମିକ୍ ଅଧିବେଶନ ପାଇଁ ଏହି ଭତ୍ତା କ୍ଲେମ୍ କରିନାହାଁନ୍ତି, ତେବେ ସେମାନେ ବର୍ତ୍ତମାନ ତାହା କରିପାରିବେ । ତେଣୁ ତାଙ୍କୁ ପ୍ରତି ମାସ ୪,୫୦୦ ଟଙ୍କା ଲେଖାଏଁ ଦରମା ସହିତ ଅଧିକ ମିଳିବ ।
ଏହା ବି ପଢ଼ନ୍ତୁ | ନିଜ ସ୍ତ୍ରୀକୁ ଜଣେ ୫୫-ବର୍ଷୀୟ ବ୍ୟକ୍ତିକୁ ବିକିଦେଲା ଯୁବକ; ସେହି ଟଙ୍କାରେ ମୋବାଇଲ୍ ଫୋନ୍ କିଣିଲାଅକ୍ଟୋବର ବେତନରେ HRA ଆସିବଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସରକାର HRAକୁ ୩ ପ୍ରତିଶତ ବୃଦ୍ଧି କରି ମୌଳିକ ବେତନର (Basic Saalry) ୨୫ ପ୍ରତିଶତ କରିଦେଇଛନ୍ତି । ଏହି ନିର୍ଦ୍ଦେଶ ଜାରି କରି କେନ୍ଦ୍ର ସରକାର କହିଛନ୍ତି ଯେ ସରକାରୀ କର୍ମଚାରୀମାନଙ୍କ ମୌଳିକ ବେତନ ଆଧାରରେ ଘର ଭଡ଼ା ଭତ୍ତା ଓ ଡି.ଏ. ବୃଦ୍ଧି କରାଯାଉ । ଏହା ଜାଣିବା କଥା ଯେ ନିୟମ ଅନୁଯାୟୀ HRAକୁ ଏଇଥି ପାଇଁ ବୃଦ୍ଧି କରାଯାଇଛି କାରଣ DA ୨୫%ରୁ ଅଧିକ ହୋଇସାରିଛି । ସେହି କାରଣରୁ କେନ୍ଦ୍ର ସରକାର ବି HRAକୁ ୨୭%କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ହତ୍ୟା: ହୋଟେଲରେ ନାଚୁଥିଲେ କନେଷ୍ଟବଳ, ନିଲମ୍ବିତ ହେଲେ; ବଦଳିଲେ ଥାନା ଅଧିକାରୀମହଙ୍ଗା ଭତ୍ତା ୩୧ ପ୍ରତିଶତ ହୋଇଯାଇଛିସରକାର ଡି.ଏ. ସହିତ ପେନସନଭୋଗୀଙ୍କ ମହଙ୍ଗାଇ ଆଶ୍ୱସ୍ତି ବା DRରେ ୩ ପ୍ରତିଶତ ବୃଦ୍ଧି କରିଛନ୍ତି । DA ଓ DRର ଏହି ବୃଦ୍ଧି ଜୁଲାଇ ୧, ୨୦୨୧ରୁ ପ୍ରଭାବଶାଳୀ ବୋଲି ବିବେଚନା କରାଯାଉଛି । ଏବେ କେନ୍ଦ୍ରୀୟ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା (ଡି.ଏ.) ଓ ମହଙ୍ଗାଇ ରିଲିଫ୍ (DR) ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି ପାଇଛି । ୧ ଜୁଲାଇ ୨୦୨୧ରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA ଓ DR କୁ ୩% ବଢ଼ାଇ ୩୧% କରାଯାଇଛି । ଏହା ଦ୍ୱାରା ୪୭ ଲକ୍ଷ ୧୪ ହଜାର କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୮ ଲକ୍ଷ ୬୨ ହଜାର ପେନସନଭୋଗୀ ଉପକୃତ ହେବେ ।
ଏହା ବି ପଢ଼ନ୍ତୁ | ଭଦ୍ରକରେ ପିଶାଚ ବାପାର ନାରକୀୟ କାଣ୍ଡ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଶିଶୁ କନ୍ୟାର ଯୌନାଙ୍ଗକୁ କାଟିଲାମହଙ୍ଗା ଭତ୍ତା ଏତିକି ବଢ଼ି ଦରମାରେ ଆସିବମନେକରନ୍ତୁ ଯଦି ଆପଣଙ୍କ ମୌଳିକ ଦରମା ୧୮,୦୦୦ ଟଙ୍କା । ଆପଣଙ୍କୁ ଏବେ ୫,୦୫୦ ଟଙ୍କା ଡି.ଏ. ମିଳୁଛି । ବର୍ତ୍ତମାନ DA ହେଉଛି ମୌଳିକ ବେତନର ୨୮% । ଏହା ୩ ପ୍ରତିଶତ ବୃଦ୍ଧି ପାଇଛି । ଅର୍ଥାତ ଆପଣଙ୍କୁ ଏବେ ଡିଏ ୩୧ ପ୍ରତିଶତ ହାରରେ ମିଳିବ । ବର୍ତ୍ତମାନ ୩୧ ପ୍ରତିଶତ ହାରରେ ୫,୫୮୦ ଟଙ୍କା ମିଳିବ । ଅର୍ଥାତ୍ ଯଦି କର୍ମଚାରୀଙ୍କ ମୌଳିକ ଦରମା ୧୮,୦୦୦ ଟଙ୍କା, ତାହେଲେ ଡିଏରେ ୫୪୦ ଟଙ୍କା ବୃଦ୍ଧି ହେବ । ଆପଣଙ୍କ ମୌଳିକ ଦରମା ଯେତେ ଅଧିକ ହୋଇଥିବ, ଡିଏ ବି ସେହି ଅନୁସାରେ ଅଧିକ ହେବ । ମହଙ୍ଗା ଭତ୍ତା ମୌଳିକ ବେତନର ୩୧% ହେବ ଓ ସେହି ଅନୁଯାୟୀ ବୃଦ୍ଧି ହେବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।